ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ଉଦଘାଟିତ

ଜଗତସିଂହପୁର ଜିଲ୍ଲା ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ସ୍ଥାନୀୟ ନିମାଇଁ ହଲ ଠାରେ ୧୧୫ ତମ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ କ୍ରିୟାଯୋଗ ଆଶ୍ରମର ପ୍ରତିଷ୍ଠାତା ବାବା ଶ୍ରଦ୍ଧାନନ୍ଦ ଗିରି ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଶ୍ରୀ ଜଗନ୍ନାଥ ଭକ୍ତ ସମାଜର ସଭାପତି ବିଷ୍ଣୁ ଚରଣ ସ୍ବାଇଁଙ୍କ ମାର୍ଗଦର୍ଶନରେ ୫ଦିନ ଧରି ଚାଲିବାକୁ ଥିବା ଏହି ପ୍ରବଚନ କାର୍ଯ୍ୟକ୍ରମରେ ଧାରାବାହିକ ପ୍ରବକ୍ତା ଭାବରେ ଶ୍ରୀ ଜଗନ୍ନାଥ ମହିମାର ରାଷ୍ଟ୍ରୀୟ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ଯୋଗ ଦେଇ ଶ୍ରୀ ଜଗନାଥଙ୍କ ମହିମା ଓ ସ୍କନ୍ଦ ପୁରାଣ ବର୍ଣ୍ଣିତ ଶ୍ରୀ ପୃରୁଷୋତ୍ତମ କ୍ଷେତ୍ର ମହାମ୍ୟ ବାବଦରେ ଆଶ୍ରିବଚନ ପ୍ରଦାନ କରିବେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *