ଡ଼ଙ୍ଗାସିଲ ପଞ୍ଚାୟତର ମନୁଷପଦର ଗ୍ରାମରେ ଜିଲ୍ଲା ପ୍ରଶାସନ

ଡ଼ଙ୍ଗାସିଲ ପଞ୍ଚାୟତର ମନୁଷପଦର ଗ୍ରାମରେ ଜିଲ୍ଲା ପ୍ରଶାସନ
ରାୟଗଡ଼ା-୫/୧୧-ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ନେତୃତ୍ବରେ ଏକ ଦଳ ଡଙ୍ଗାସିଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନୁଷପଦର ଗ୍ରାମକୁ ଗସ୍ତ କରିଅଛନ୍ତି । ବୁଧବାର କାର୍ତ୍ତିକ ପୁର୍ଣିମା ଛୁଟି ଥିଲେ ମଧ୍ୟ ତିନୋଟି ନାଳ ପାରି ହୋଇ ପ୍ରାୟ ଦୁଇ କିଲୋମିଟର ରାସ୍ତା ଚାଲି ଚାଲି ମନୁଷପଦର ଗ୍ରାମକୁ ଶ୍ରୀ ଖେମୁଣ୍ଡୁ ଙ୍କ ନେତୃତ୍ବରେ ଜିଲ୍ଲା ତଥା ବ୍ଲକ ପ୍ରଶାସନ ପହଞ୍ଚିଥିଲେ । ମନୁଷପଦର ଗ୍ରାମର ମୌଳିକ ସୁବିଧା ଅସୁବିଧା ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରି ତାର ସମାଧାନ କିଭଳି ହୋଇପାରିବ ସେ ବିଷୟରେ ବିସ୍ତୃତ ଭାବେ ପ୍ରଶାସନିକ ଅଧିକାରୀ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରକାଶ ଥାଉକି ପ୍ରାୟ ଦୁଇ ବର୍ଷ ପୂର୍ବରୁ ଉକ୍ତ ଗ୍ରାମର କିଛି ଲୋକ ଡିପଥେରିଆ ନାମକ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏବଂ ପ୍ରଶାସନର ତ୍ଵରିତ ପଦକ୍ଷେପ ଫଳରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିଥିଲା ।
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଖେମୁଣ୍ଡୁ ବିଶେଷ ଭାବରେ ଲୋକଙ୍କ ମୌଳିକ ସମସ୍ଯା ଯଥା ରାସ୍ତା, ପାନୀୟଜଳ, ବିଜୁଳି, ଅଙ୍ଗନବାଡି କେନ୍ଦ୍ର,ସ୍କୁଲର ଭିତିଭୂମି ଓ  ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ହିତାଧିକାରୀ ମାନଙ୍କ ସୁବିଧା ସୁଯୋଗ ସମ୍ପର୍କରେ ଗ୍ରାମବାସୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଏହି ସମସ୍ଯା ଗୁଡିକ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କୁ ଅବଗତ କରାଯାଇ ତ୍ଵରିତ ଭାବରେ ଏହାର ସମାଧାନ କରାଯିବ ବୋଲି ଗ୍ରାମରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ଗ୍ରାମର ଅଙ୍ଗନବାଡି କର୍ମୀ ଠିକ ଭାବରେ ତାଙ୍କର କାର୍ଯ୍ୟ ସମ୍ପାଦନା କରୁନଥିବା ଗ୍ରାମବାସୀଙ୍କ ଠାରୁ ଜାଣିବା ପରେ ଅଙ୍ଗନବାଡି କର୍ମୀଙ୍କୁ ସବୁଦିନ ଠିକ ଭାବରେ ତାଙ୍କ ଦାଇତ୍ଵ ସମ୍ପାଦନ କରିବା ପାଇଁ ତାଗିଦ କରିଥିଲେ । ଏହି ଗ୍ରସ୍ତ ସମୟରେ ଉତ୍କଳ ଆଲୁମିନା ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ମନୁଷପଦର ଗ୍ରାମରେ ଶ୍ରୀ ଖେମୁଣ୍ଡୁ ଙ୍କଦ୍ଵାରା ଉଦଘାଟନ କରଯାଇଥିଲା। ଉତ୍କଳ ଆଲୁମିନା ତରଫରୁ ସି. ଏସ. ଆର ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପୀତାମ୍ବର ବେହେରା ଓ ଅନ୍ଯାନ୍ଯ  ବରିଷ୍ଠ କର୍ତୃପକ୍ଷ ଓ ଡାକ୍ତରୀ ଦଳ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଶିବିରଟିକୁ ପରିଚାଳନା କରିଥିଲେ ।
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଗ୍ରସ୍ତ ସମୟରେ କାଶୀପୁର ବ୍ଲକ ପ୍ରଶାସନ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଜୟ କୁମାର ସଏ ଓ କନିଷ୍ଠ ଯନ୍ତ୍ରୀ ଶ୍ରୀ ନିରଞ୍ଜନ ବେହେରା ଉପସ୍ଥିତ ଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ବ୍ଲକ ପ୍ରଶାସନକୁ ତତ୍ପରତାର ସହ କାର୍ଯ୍ୟ କରି ଲୋକଙ୍କର ମୌଳିକ ସମସ୍ଯା ଗୁଡିକର ଆଶୁ ସମାଧାନ କିଭଳି କରାଯାଇ ପାରିବ ତା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ମନୁଷପଦର ଗ୍ରାମଟି ସବୁ ସୁବିଧା ସୁଯୋଗ ସହ କିଭଳି ଏକ ଉନ୍ନତ ଗ୍ରାମ ହୋଇପାରିବ ତା ଉପରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ  

Leave a Reply

Your email address will not be published. Required fields are marked *