ଗଠନ ହେଲା ଉଠା ଦୋକାନୀ ବ୍ୟବସାୟୀ ସଙ୍ଘ କମିଟି

ବ୍ରହ୍ମପୁର (୬/୧୦) ବୈଦ୍ୟ ସାହି ହନୁମାନ ମନ୍ଦିର ପରିସରରେ ଗୋଷାଣୀ ନୂଆ ଗାଁ ଉଠା ଦୋକାନୀ ବ୍ୟବସାୟୀ ସଙ୍ଘ ର ଏକ ନୂତନ କମିଟି ସର୍ବସମ୍ମତି କ୍ରମେ ଗଠିତ ହୋଇଯାଇଛି l ଏହି ବୈଠକରେ ଷାଠିଏ ରୁ ଉର୍ଦ୍ଧ ଉଠା ଦୋକାନୀ ଯୋଗ ଦେଇଥିଲେ । ମହାନଗର ପ୍ରଶାସନ ଉଠା ଦୋକାନୀ ମାନଙ୍କୁ ଥଇଥାନ ବ୍ୟବସ୍ଥା ନକରି ଅଯଥାରେ ସେମାନଙ୍କୁ ବାରମ୍ବାର ହଇରାଣ କରୁଥିବା ଯୋଗୁଁ କମିଟି ଗଠନ କରିବାନେଇ ବାଧ୍ୟ ହୋଇଥିଲେ l ବୈଠକରେ ମହାନଗର ପ୍ରଶାସନ ଓ ଟ୍ରାଫିକ ନିୟମକୁ ପାଳନ କରି ଗ୍ରାହକ ସେବା ଦେଇ ବ୍ୟବସାୟ କରିବେ ବୋଲି ନିଷ୍ପତି ନିଆଯାଇଥିଲା l ଏହି ବୈଠକରେ ସର୍ବସମତି କ୍ରମେ ନାରୀନେତ୍ରୀ ସୁବାସିନୀ ପଟ୍ଟନାୟକ ଙ୍କୁ ସଭାପତି ରୂପେ ଚୟନ କରାଯାଇଥିବା ବେଳେ ଉପସଭାପତି ରୂପେ ସନ୍ତୋଷ ସ୍ୱାଇଁ, ସାଧାରଣ ସମ୍ପାଦକ ଭାବେ ସିମାଞ୍ଚଳ ବାଡ଼ତ୍ୟା ଓ ଗୋପାଳ କୃଷ୍ଣ ପାଣିଗ୍ରାହୀ, ସମ୍ପାଦକ ରୂପେ ଗଙ୍ଗାଧର ସାହୁ, ଶ୍ରୀମତୀ କେ. ସରୋଜିନୀ ଦାସ, ଜୟନ୍ତୀ ମହାନ୍ତି, ରଞ୍ଜିତ କୁମାର ସାହୁ, ନିର୍ମଳ ସେନ ଏବଂ କୋଷାଧକ୍ଷ ଭାବରେ ସୁଶାନ୍ତ ପୃଷ୍ଟି ଙ୍କୁ ଦାୟିତ୍ୱ ଦିଆଯାଇଥିଲା l

Leave a Reply

Your email address will not be published. Required fields are marked *