ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: ଡକ୍ଟର ମନସୁଖ ମାଣ୍ଡଭୀୟ
ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: ଡକ୍ଟର ମନସୁଖ ମାଣ୍ଡଭୀୟ l ୱାଡ଼ା ଜିଏଆଇଆଇଏନ୍ ଚୂଡ଼ାନ୍ତ ସମ୍ମିଳନୀରେ ଭାରତ ବିଶ୍ୱ ଡୋପିଂ ନିରୋଧୀ ସହଯୋଗକୁ ମଜବୁତ କରିଛି “ଆଜି ଡୋପିଂ ଆଉ ଏକ ବ୍ୟକ୍ତିଗତ କାର୍ଯ୍ୟ ନୁହେଁ, ବରଂ ଏକ ସଂଗଠିତ ବହୁରାଷ୍ଟ୍ରୀୟ ଉଦ୍ୟୋଗ”: ମନସୁଖ ମାଣ୍ଡଭୀୟକେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ବିଶ୍ୱ ଡୋପିଂ ନିରୋଧୀ -ଏଜେନ୍ସି (ୱାଡ଼ା)ର ବିଶ୍ୱସ୍ତରୀୟ ଡୋପିଂ ନିରୋଧୀ ଗୁଇନ୍ଦା ଏବଂ ତଦନ୍ତ ନେଟୱାର୍କ (ଜିଏଆଇଆଇଏନ)ର ଚୂଡ଼ାନ୍ତ ସମ୍ମିଳନୀର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ସେ ସ୍ୱଚ୍ଛ କ୍ରୀଡା ଏବଂ ଡୋପିଂ ମୁକାବିଲାରେ ବିଶ୍ୱସ୍ତରୀୟ ସହଯୋଗ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରିଥିଲେ।ଅନ୍ତର୍ଜାତୀୟ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ, ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ସୁଦୃଢ଼ କରିବାରେ ଏକ ବିଶ୍ୱସ୍ତରୀୟ ଡୋପିଂ ନିରୋଧୀ ଗୁଇନ୍ଦା ଏବଂ ତଦନ୍ତ ନେଟୱାର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଏହି ସମ୍ମିଳନୀ ଡୋପିଂ ବିରୁଦ୍ଧରେ ବିଶ୍ୱ ଲଢ଼େଇରେ ପ୍ରମୁଖ ଅଂଶୀଦାରମାନଙ୍କୁ ଏକତ୍ରିତ କରୁଛି।ସମାବେଶକୁ ସମ୍ବୋଧିତ କରି ଡକ୍ଟର ମାଣ୍ଡଭୀୟ ଆଲୋକପାତ କରିଥିଲେ ଯେ, ଭାରତ କେବଳ ଅନୁପାଳନ ପାଇଁ ନୁହେଁ, ବରଂ କ୍ରୀଡାର ଅଖଣ୍ଡତା ପ୍ରତି ପ୍ରକୃତ ପ୍ରତିବଦ୍ଧତା ସହିତ ସକ୍ରିୟ ସଂସ୍କାର ହାତକୁ ନେଇଛି।ସେ ଜାତୀୟ ଡୋପିଂ ନିରୋଧୀ ଆଇନ, ୨୦୨୨କୁ ଏକ ଦୃଢ଼ ବୈଧାନିକ ଢାଞ୍ଚା ଭାବରେ ଉଲ୍ଲେଖ କରିଥିଲେ। ଜାତୀୟ ଡୋପିଂ ନିରୋଧୀ ସଂଶୋଧନ ଆଇନ, ୨୦୨୫ ଭାରତର ନିୟମଗୁଡ଼ିକୁ ବିଶ୍ୱ ମାନଦଣ୍ଡ ସହିତ ସମନ୍ୱିତ କରିଥାଏ ବୋଲି କହିଥିଲେ।ସରକାର ନିଷିଦ୍ଧ ପଦାର୍ଥ ପରିଚାଳନା କିମ୍ବା ଚାଲାଣରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ଅପରାଧିକ ବ୍ୟବସ୍ଥା ପ୍ରଣୟନ କରିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଡକ୍ଟର ମାଣ୍ଡଭୀୟ କହିଥିଲେ।ପୂର୍ବରୁ ପ୍ରୟାସଗୁଡ଼ିକ ପ୍ରାୟତଃ ପରୀକ୍ଷାଗାର ଯାଞ୍ଚ ପ୍ରୋଟୋକଲ୍ ଏବଂ ଖେଳାଳୀଙ୍କ ଅନୁପାଳନ ପର୍ଯ୍ୟନ୍ତ ସୀମିତ ଥିଲେ ମଧ୍ୟ, ଆଜି ଡୋପିଂ ଆଉ ଏକ ବ୍ୟକ୍ତିଗତ ସ୍ତରରେ ଅନୈତିକ କାର୍ଯ୍ୟ ହୋଇ ରହିନାହିଁ, ବରଂ ଏକ ସଂଗଠିତ ବହୁରାଷ୍ଟ୍ରୀୟ ଉଦ୍ୟୋଗ ହୋଇଯାଇଛି। ଏପରି ନେଟୱାର୍କଗୁଡ଼ିକୁ ପ୍ରଭାବଶାଳୀ ଭାବରେ ଭାଙ୍ଗିବା ପାଇଁ ସମନ୍ୱିତ ବିଶ୍ୱସ୍ତରୀୟ ପ୍ରତିକ୍ରିୟାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।ଦୃଢ଼ ବିଶ୍ୱସ୍ତରୀୟ ସହଭାଗୀତାର ଆବଶ୍ୟକତାକୁ ସ୍ୱୀକାର କରି, ୱାଡ଼ାର ଅଧ୍ୟକ୍ଷ ଶ୍ରୀ ୱିଟୋଲ୍ଡ ବାଙ୍କା କହିଛନ୍ତି, “ଜାତୀୟ ଡୋପିଂ ନିରୋଧୀ ସଂଗଠନ ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ୱାଡ଼ାର ଗୁଇନ୍ଦା ଏବଂ ତଦନ୍ତ ମଡେଲ ବିକଶିତ ହୋଇଛି’।ଏହି ମଡେଲଟି ସହଭାଗୀତା ଉପରେ ନିର୍ମିତ। ଏହା ୟୁରୋପୋଲ ଏବଂ ଇଣ୍ଟରପୋଲ ଭଳି ଅନ୍ତର୍ଜାତୀୟ ସହଭାଗୀମାନଙ୍କ ଦ୍ୱାରା ସମର୍ଥିତ ଆଇନ ପ୍ରବର୍ତ୍ତନର କ୍ଷମତା ସହିତ ଆଣ୍ଟି-ଡୋପିଂ ପେଶାଦାରଙ୍କ ବିଶେଷଜ୍ଞତାକୁ ଏକାଠି କରେ।ଭାରତର ବର୍ଦ୍ଧିତ ବିଶ୍ୱସ୍ତରୀୟ ଭୂମିକା ବିଷୟରେ ମନ୍ତ୍ରୀ କହିଛନ୍ତି ଯେ ୱାଡ଼ା କର୍ମଶାଳା ଏବଂ ବର୍ତ୍ତମାନର ସମ୍ମିଳନୀ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ଆମର ତଦନ୍ତ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିଛି ଏବଂ ଆମର ଡୋପିଂ ନିରୋଧୀ ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ସେ ଭାରତର ମହତ୍ତ୍ୱାକାଂକ୍ଷାକୁ ଦୋହରାଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ କ୍ରୀଡ଼ା କ୍ଷେତ୍ରରେ ଉଭୟ ଦିଗ ଏବଂ ଗତି ସହିତ ଏକ ବିଶ୍ୱସ୍ତରୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଆଗେଇ ଚାଲିଛି।”ସେ ଭିତ୍ତିଭୂମି, ପ୍ରତିଭା ଚିହ୍ନଟ ଏବଂ ବିଜ୍ଞାନଭିତ୍ତିକ ତାଲିମ ସମେତ କ୍ରୀଡା ବିକାଶରେ ଭାରତର ନିବେଶ ଉପରେ ଆହୁରି ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଖେଲୋ ଇଣ୍ଡିଆ ଏବଂ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଭଳି ପଦକ୍ଷେପ କ୍ରୀଡା ଇକୋସିଷ୍ଟମକୁ ପରିବର୍ତ୍ତନ କରୁଛି ଏବଂ କ୍ରୀଡାକୁ ଆମର ଜାତୀୟ ପରିଚୟର ଏକ ଅବିଚ୍ଛେଦ୍ୟ ଅଂଶ କରୁଛି।ନୈତିକ ଦିଗ ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ କହିଥିଲେ ଯେ, “କ୍ରୀଡାବିତ ମୂଲ୍ୟବୋଧ କ୍ରୀଡ଼ା ଉତ୍କର୍ଷତାର ମୂଳରେ ରହିବା ଉଚିତ।” କ୍ରୀଡାରେ ଶୃଙ୍ଖଳା, ସାଧୁତା ଏବଂ ଚରିତ୍ରକୁ ପ୍ରୋତ୍ସାହିତ କରିବାର ଶକ୍ତି ଅଛି। କିନ୍ତୁ ବୃଦ୍ଧି ପାଉଥିବା ପ୍ରତିଯୋଗିତାମୂଳକ ଚାପ କେତେକ ସମୟରେ ଅନୈତିକ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରେ।” ସଚେତନତାର ଆବଶ୍ୟକତାକୁ ଦୃଢ଼ କରି ସେ କହିଥିଲେ ଯେ, କ୍ରୀଡାର ପ୍ରତ୍ୟେକ ସ୍ତରରେ ନିରପେକ୍ଷତା, ସଚ୍ଚୋଟତା ଏବଂ ସମ୍ମାନକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଜରୁରୀ।ପ୍ରତିରୋଧକ ପଦକ୍ଷେପ ବିଷୟରେ, ଡକ୍ଟର ମାଣ୍ଡଭୀୟ କହିଥିଲେ ଯେ, “ନିରୋଧ ସବୁଠାରୁ ପ୍ରଭାବଶାଳୀ ରଣନୀତି ହୋଇ ରହିଛି”। “ଠିକ୍ ସମୟରେ ସଠିକ୍ ସୂଚନା ପ୍ରଦାନ କରିବା ଦ୍ୱାରା ଖେଳାଳୀମାନେ ସୁଚିନ୍ତିତ ନିଷ୍ପତ୍ତି ନେଇପାରିବେ ଏବଂ ଉଦ୍ଦେଶ୍ୟମୂଳକ ଏବଂ ଆକସ୍ମିକ ଉଲ୍ଲଂଘନକୁ ଏଡାଇପାରିବେ। ଶିକ୍ଷାର ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଏହା ଜଣେ ଖେଳାଳୀଙ୍କ ସମଗ୍ର ଯାତ୍ରାରେ ନିରବଚ୍ଛିନ୍ନ ଭାବରେ ଜାରି ରହିବା ଉଚିତ।ଭାରତର ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡ଼ା) କର୍ମଶାଳା, ସେମିନାର, ଡିଜିଟାଲ ଅଭିଯାନ ଏବଂ ଇଭେଣ୍ଟ-ଆଧାରିତ ଶିକ୍ଷା ମାଧ୍ୟମରେ ସଚେତନତା ପାଇଁ ଏକ ବ୍ୟାପକ, ବହୁସ୍ତରୀୟ ପଦ୍ଧତି ଗ୍ରହଣ କରିଛି ବୋଲି ସେ ସୂଚନା ଦେଇଥିଲେ। ଏକ ସାର୍ବଜନୀନ ଡିଜାଇନ୍ ଢାଞ୍ଚା ଅଧୀନରେ ଦିବ୍ୟାଙ୍ଗ ଖେଳାଳୀମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷା ମଡ୍ୟୁଲ୍ ମଧ୍ୟ ବିକଶିତ କରାଯାଇଛି।କ୍ରୀଡା ସଚିବ ଶ୍ରୀ ହରି ରଞ୍ଜନ ରାଓ ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। କ୍ରୀଡା ମନ୍ତ୍ରଣାଳୟ ଜାତୀୟ ଡୋପିଂ ନିରୋଧୀ ଏଜେନ୍ସିର ସଂସ୍ଥାଗତ ଏବଂ ତଦନ୍ତ କ୍ଷମତାକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଛି, ଯେଉଁଥିରେ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ଏବଂ ଉନ୍ନତ ସୂଚନା ଆଦାନପ୍ରଦାନ ଅନ୍ତର୍ଭୁକ୍ତ ବୋଲି ସେ କହିଥିଲେ। ଦୂଷିତ କିମ୍ବା ଅନିୟନ୍ତ୍ରିତ ପଦାର୍ଥରୁ ସୃଷ୍ଟି ହେଉଥିବା ବିପଦକୁ ମୁକାବିଲା କରିବା ପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଏବଂ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଭଳି ସଂଗଠନ ସହିତ ସହଭାଗୀତା ଗୁରୁତ୍ୱପୂର୍ଣ୍ଣ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସମସ୍ୟାର ବିଷୟ ହୋଇ ରହିଛି।”ମନ୍ତ୍ରୀ “ନୋ ୟୋର ମେଡିସିନ୍” ମୋବାଇଲ୍ ଆପ୍ଲିକେସନ୍ ଭଳି ପ୍ରଯୁକ୍ତିବିଦ୍ୟା ହସ୍ତକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହା କ୍ରୀଡାବିତମାନଙ୍କୁ ନିଷିଦ୍ଧ ପଦାର୍ଥକୁ ଜାଣିବା ପାଇଁ ଔଷଧ ଯାଞ୍ଚ କରିବାରେ ସାହାଯ୍ୟ କରେ। ଦୂଷିତ ପରିପୂରକ ସମସ୍ୟା ସମସ୍ୟା ଉପରେ ଆଲୋକପାତ କରି, ସେ କ୍ରୀଡାବିତମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକରେ ଉନ୍ନତ ପରୀକ୍ଷଣ ସୁବିଧା ପ୍ରତିଷ୍ଠା ଉପରେ ଉଲ୍ଲେଖ କରିଥିଲେ।ପରୀକ୍ଷଣ ଏବଂ ପ୍ରବର୍ତ୍ତନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସୂଚନା ଦେଇ ଡକ୍ଟର ମାଣ୍ଡଭୀୟ କହିଥିଲେ ଯେ, ଭାରତ ଡୋପିଂ ନିରୋଧୀ ପରୀକ୍ଷଣକୁ ୨୦୧୯ ରେ ପ୍ରାୟ ୪,୦୦୦ ପରୀକ୍ଷାରୁ ଗତ ବର୍ଷ ପ୍ରାୟ ୮,୦୦୦ ପରୀକ୍ଷାକୁ ବୃଦ୍ଧି କରିଛି। ସେ ପ୍ରତିକୂଳ ବିଶ୍ଳେଷଣାତ୍ମକ ଫଳାଫଳରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ହୋଇଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହା ୨୦୧୯ ରେ ୫.୬% ଥିବା ବେଳେ ବର୍ତ୍ତମାନ ୨% ରୁ କମ୍ ରହିଛି, ଯାହା ନିରନ୍ତର ସଚେତନତା ଏବଂ ପ୍ରତିରୋଧକ ପ୍ରୟାସର ପ୍ରଭାବକୁ ପ୍ରତିଫଳିତ କରେ।ନାଡ଼ା, ଇଣ୍ଡିଆର ମହାନିର୍ଦ୍ଦେଶକ ଶ୍ରୀ ଅନନ୍ତ କୁମାର ଭାରତର ଡୋପିଂ ନିରୋଧୀ ପ୍ରୟାସର ପରିମାଣ ଏବଂ ବିବର୍ତ୍ତନ ଉପରେ ଆଲୋକପାତ କରି କହିଥିଲେ, “ଆମର ପରୀକ୍ଷଣ କାର୍ଯ୍ୟକ୍ରମ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଯଥେଷ୍ଟ ଭାବରେ ବିସ୍ତାରିତ ହୋଇଛି। ଏହା ବିପଦ-ଆଧାରିତ ଏବଂ ପ୍ରଭାବଶୀଳତା-ସଞ୍ଚାଳିତ ପଦ୍ଧତି ଆଡ଼କୁ ଏକ ରଣନୈତିକ ପରିବର୍ତ୍ତନ ଦ୍ୱାରା ପରିପୂରକ ହୋଇଛି। ତଥାପି, ଆମେ ଜାଣିଛୁ ଯେ, କେବଳ ପରୀକ୍ଷଣ ଆଉ ଯଥେଷ୍ଟ ନୁହେଁ, ଏବଂ ସମନ୍ୱୟ, ବୁଦ୍ଧିମତ୍ତା ଏବଂ ଶିକ୍ଷା ଆମର ଡୋପିଂ ନିରୋଧୀ ଢାଞ୍ଚାର ଆଧାର ଗଠନ କରିବା ଉଚିତ।”କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ବର୍ଦ୍ଧିତ ଚାହିଦା ପୂରଣ କରିବା ଏବଂ ଜାତୀୟ ଆଣ୍ଟି-ଡୋପିଂ ଫ୍ରେମୱାର୍କକୁ ସୁଦୃଢ଼ କରିବା ପାଇଁ ନୂତନ ୱାଡ଼ା-ଅନୁପାଳନକାରୀ ଔଷଧ ପରୀକ୍ଷଣ ପ୍ରୟୋଗଶାଳା ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରୁଛି।ଭାରତର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇ ମନ୍ତ୍ରୀ କହିଥିଲେ, “କୌଣସି ଏକକ ସଂସ୍ଥା ଏକାକୀ ଡୋପିଂର ଆହ୍ଵାନଗୁଡିକର ମୁକାବିଲା କରିପାରିବ ନାହିଁ”। ସରକାର, ନିୟାମକ ଏବଂ କ୍ରୀଡ଼ା ସଂସ୍ଥା ମଧ୍ୟରେ ଦୃଢ଼ ସହଭାଗୀତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଭାରତ କେବଳ କ୍ରୀଡ଼ା ଉତ୍କର୍ଷତା ପାଇଁ ନୁହେଁ, ବରଂ ଅଖଣ୍ଡତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ପାଇଁ ପ୍ରତିବଦ୍ଧ। କ୍ରୀଡ଼ାକୁ ଏହାର ମୂଲ୍ୟବୋଧ ପ୍ରତି ନିରପେକ୍ଷ ଏବଂ ସଚ୍ଚୋଟ ରଖିବା ନିଶ୍ଚିତ କରିବା ପାଇଁ ଆମର ସାମୂହିକ ସଙ୍କଳ୍ପର ଏକ ବିବୃତ୍ତି ଭାବରେ ଏହି ସମ୍ମିଳନୀକୁ ସେ ବର୍ଣ୍ଣନା କରିଥିଲେ।ପ୍ୟାନେଲରେ ୱାଡାର ଗୁଇନ୍ଦା ଏବଂ ତଦନ୍ତ ନିର୍ଦ୍ଦେଶକ ଶ୍ରୀ ଗୁଣ୍ଟର ୟଙ୍ଗର ଏବଂ ଇଣ୍ଟରପୋଲର ଶ୍ରୀ ଫ୍ରାନ୍ସିସ୍କୋ ପର୍ତ୍ତୁଗାଲ ମଧ୍ୟ ଥିଲେ।
