ପରଜଙ୍ଗ ରେ ଗଡିଲା ସୁଭଦ୍ରା ସଚେତନତା ରଥ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସିଥିବା ସୁଭଦ୍ର ସଚେତନତା ରଥ ର ଶୁଭାରମ୍ଭ ହୋଇଛି | ଜୟପୁରାକାଟେଣୀ ପଞ୍ଚାୟତ ର ସିଆରିମାଳିଆ ଛକ ନିକଟରେ ଏହି ସଚେତନତା ରଥ କୁ ବନ୍ଦାପନା କରି ଜୟପୁରାକାଟେଣୀ ର ଏମ୍ବିକେ, ସିଆରପି ଓ ଏସ.ଏଚ.ଜି ମହିଳା ମାନେ ନିଜ ପଂଚାୟତକୁ ପାଛୋଟି ନେଇଥିବା ବେଳେ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ବିଡ଼ିଓ ସଞ୍ଜୟ କୁମାର ପଣ୍ଡା,ସ୍ଥାନୀୟ ସରପଞ୍ଚ ପ୍ରମୁଖ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି |ତେବେ ଏହି ରଥ ଆଜି ଠାରୁ ଗାଁ ଗାଁ ବୋଲି ମହିଳା ମାନଂକୁ ସୁଭଦ୍ରା ଯୋଜନା ସମ୍ପର୍କ ବିସ୍ତୃତ ଭାବେ ସଚେତନ କରିବା ସହ, ମିଥ୍ୟା କଥା ରେ ଭ୍ରମିତ ନ ହେବାକୁ ପରାମର୍ଶ ଦେବ ବୋଲି ବ୍ଲକ ଅଧ୍ୟକ୍ଷା କହିଛନ୍ତି |
