ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଗୋରୁ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଗୋରୁ ମୃତ, ୨ ଗୁରୁତର। ୧୫ ଦିନ ଭିତରେ ୨୦ ରୁ ଉଦ୍ଧ ଗୋରୁଙ୍କ ମୃତ୍ୟୁ।ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ଛକ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ୩ ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଟି ଗୋରୁ ଗୁରୁତର ହୋଇଛନ୍ତି। ଖବର ପାଇ ପରଜଙ୍ଗ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ଗୋରୁ ଦୁଇଟିକୁ ଉଦ୍ଧାର କରି ଚିକିତ୍ସା ଜାରି ରଖିଛନ୍ତି। ସେହିପରି ବଡଝରା ଛକ ନିକଟରେ ଗୋଟିଏ ଓ ସିଆରିମାଳିଆ ଛକରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। ମୋଟ ୫ ଟି ଗୋରୁ ମୃତ୍ୟୁ ହୋଇଥିବାବେଳେ ୨ ଟି ଗୋରୁଙ୍କ ଚିକିତ୍ସା ଯାରିରହିଛି । ସେହି ବାରିହାପୁର ଛକଠାରେ ଗତ ୨୯ ତାରିଖରେ ଗାଡି ଧକାରେ ୧୨ ଟା ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଟି ଗୋରୁ ଆହାତ ହୋଇଥିଲେ। କେବଳ ବାରିହାପୁର ଛକ ନିକଟରେ ଗତ ୧୫ ଦିନ ମଧ୍ୟରେ ୨୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କର ଜୀବନ ଗଲାଣି। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *