ପୁରୀ ବେଳାଭୂମିରେ ସୁଭଦ୍ରା ଯୋଜନାର ରାଜ୍ୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ସୁଭଦ୍ରା ଯୋଜନା ମହିଳା ଙ୍କୁ ସଶକ୍ତ ସହ ସମୃଦ୍ଧ କରିବ। ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ପୁରୀ ବେଳାଭୂମିରେ ସୁଭଦ୍ରା ଯୋଜନାର ରାଜ୍ୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କ ଦ୍ବାରା ପ୍ରସ୍ତୁତ ସୁଭଦ୍ରା ଯୋଜନା ସମ୍ପର୍କିତ ଏକ ବାଲୁକା କଳା କୁ ଅତିଥି ମାନେ ଉଦଘାଟନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ମହିଳା ଙ୍କୁ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ର ପ୍ରଥମ କିସ୍ତି ଚଳିତ ମାସ ୧୭ ତାରିଖରୁ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ପ୍ରଦାନ କରାଯାଉଛି ବୋଲି କହିଥିଲେ। ସୁଭଦ୍ରା ଏକ ଅଭିନବ ଯୋଜନା।ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ପଞ୍ଜିକରଣ କରାଯାଇ ସାରିଛି।୧୭ ତାରିଖ ବେଳକୁ ଏହା ୬୦ ଲକ୍ଷ ରେ ପହଞ୍ଚି ସାରିଥିବ।ଆଗାମୀ ୫ ବର୍ଷ ରେ ଓଡିଶା ର ବିକାଶ ମାନଚିତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିବ ବୋଲି କହିବା ସହ କୃଷକ ମାନ ଙ୍କୁ ଧାନର କ୍ୟୁଣ୍ଟାଲ ପିଛା ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ।କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ସୁଭଦ୍ରା ପ୍ରତିଟି ମହିଳାଙ୍କୁ ସମୃଦ୍ଧ କରିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବ ବୋଲି କହିଥିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା।ପୁରୀ ଜିଲ୍ଲା ରେ ବର୍ତ୍ତମାନ ସୁଦ୍ଧା ୧୬୭୨୯୨ ସୁଭଦ୍ରା ମା ପଞ୍ଜିକୃତ ହୋଇ ସାରିଲେଣି।ବାର୍ଷିକ ୧୩ ହଜାର କୋଟି ଓ ୫ ବର୍ଷ ରେ ୬୫ ହଜାର କୋଟି ଟଙ୍କା ଏହି ଯୋଜନା ରେ ବ୍ୟୟ ହେବ।କଥା ଦେଇ କଥା ରଖିବା ଆମ ସରକାର ର ମୂଳ ନିତୀ ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ମିଶନ ଶକ୍ତି ସଚିବ ଶାଳିନୀ ପଣ୍ଡିତ, କଳାକାର ପିଙ୍କି ପ୍ରଧାନ, ଶ୍ରୀତମ ଦାସ,ମଧୁସୂଦନ ସିଂହାରୀ ପ୍ରମୁଖ ଉପସ୍ଥିତ ଥିଲେ।ମହିଳା ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମା ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ସୁଭଦ୍ରା ମହିଳା ମାନଙ୍କ ପାଇଁ ପ୍ରେରଣାଦାୟୀ ଓ ଆର୍ଥିକ ସମୃଦ୍ଧି ଆଣିଦେବ ବୋଲି କହିଥିଲେ।ଶେଷରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।କିଛି ସଫଳ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ନିଜ ସଫଳତା ର କାହାଣୀ କହିଥିଲେ। ହିତାଧିକାରୀ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ରେ ପୁରୀ ଜିଲ୍ଲାରେ ୬ଟି ସଚେତନତା ରଥ ସମସ୍ତ ବ୍ଲକ ଓ ପୌରାଞ୍ଚଳ ପରିକ୍ରମଣ କରି ସଚେତନତା ବାର୍ତ୍ତା ବାଣ୍ଟୁଛି।ଏହି ରଥ ଲୋକ ମାନଙ୍କ ମଧ୍ୟରେ ରହିଥିବା ବିଭିନ୍ନ ସଂଶୟ ବା ଦ୍ୱନ୍ଦ କୁ ଦୂର ସହ କିଏ ହିତାଧିକାରୀ ହୋଇ ପାରିବେ, କିପରି ଫର୍ମ ଭରିବେ ଇତ୍ୟାଦି ସମ୍ପର୍କରେ ସଚେତନ କରାଉଛି

।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ମିଶନ ଶକ୍ତି ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ,ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର,ପୌରନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ସମସ୍ତ ବିଡିଓ, ବିଭିନ୍ନ ବିଭାଗ ର ଅଧିକାରୀ,ମିଶନ ଶକ୍ତି ମହିଳା ପ୍ରମୁଖ ଉପସ୍ଥିତ ଥିଲେ।
