ଜଗତସିଂହପୁର ଜିଲ୍ଲାରେ ସୁଭଦ୍ରା ରଥ ର ଶୁଭାରମ୍ଭ

ଯୋଗଦେଲେ ମନ୍ତ୍ରୀ ସମ୍ପଦ ସ୍ବାଇଁଆଙ୍କର-ଜଗତସିଂହପୁର ଜିଲାରେ ଆଜି ସୁଭଦ୍ରା ସଚେତନତା ରଥ ଉଦ୍ଘାଟିତ ହୋଇଛି । 4 ଟି ରଥ ଆଜି ଠାରୁ 10 ଦିନ ପର୍ଯ୍ୟନ୍ତ ଜିଲାର 8 ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳ ରେ ପରିକ୍ରମା କରି ଲୋକଙ୍କୁ ଯୋଜନା ବାବଦରେ ସଚେତନ କରାଇବ । ଏହି ରଥକୁ ଆଜି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ବିଭୁ ପ୍ରସାଦ ତରାଇ,ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ. ସୋନାଲ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ରଥକୁ ଉଦଘାଟନ କରି ଥିଲେ ।

ସୁଭଦ୍ରା ଯୋଜନା କୁ ନେଇ ଏବେ ସାରା ରାଜ୍ୟରେ ଲୋକଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହି ରଥ ମାଧ୍ୟମରେ ହିତାଧିକାରୀଙ୍କ ନିକଟରେ ଯୋଜନା ବାବଦରେ ସଠିକ ବାର୍ତା ପହଁଚିପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *