ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅଚାନକ କଟକ ଗସ୍ତ

ବିଭିନ୍ନ ଗୋଦାମରେ ଚଢ଼ାଉ, ୫ ଜଣଙ୍କୁ ନୋଟିସ ଯାରି :ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ସନ୍ଧ୍ୟାରେ ଅଚାନକ କଟକ ଗସ୍ତ କରିଛନ୍ତି । ସେଠାରେ ମାଲଗୋଦାମସ୍ଥିତ ବିଭିନ୍ନ ଗୋଦାମ ଏବଂ ଛତ୍ରବଜାର ଆଳୁ ଗୋଦାମରେ ଚଢ଼ାଉ କରି ଗଚ୍ଛିତ ସାମଗ୍ରୀର ସ୍ଥିତି ଯାଞ୍ଚ କରିଛନ୍ତି । ଏଠାରେ ପ୍ରଚୁର ପରିମାଣର ସାମଗ୍ରୀ ମହଜୁଦ ରହିଛି ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବୃଦ୍ଧି ନକରି ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସହଯୋଗ କରିବାକୁ ଗୋଦାମ ମାଲିକ ଓ ବ୍ୟବସାୟୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ପରମର୍ଶ ଦେଇଛନ୍ତି । ଏଥିସହ ଗୋଦାମ ଓ ଦୋକାନରେ ସାମଗ୍ରୀର ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାର ଖିଲାପ କରିଥିବା ୫ଟି ଗୋଦାମକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ନୋଟିସ ଜାରି ହୋଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବା ସହ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ବିଭାଗୀୟ ଅଧିକାରୀ ମାନେ ଅନେକ ସ୍ଥାନରେ ଚଢ଼ାଉ ଯାରି ରଖିଛନ୍ତି ।ମନ୍ତ୍ରୀଙ୍କ ଆଜିର ଗସ୍ତ ସମୟରେ ଯୋଗାଣ ଅଧିକାରୀ ମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *