ପାଠ ପଢ଼ିବା ବୟସରେ ଆତ୍ମହତ୍ୟା, ସମାଜରେ ବଡ଼ି ଚାଲିଛି, ଛାତ୍ରୀ ମୃତ, ଛାତ୍ର ଗୁରୁତର
ସୋର ୨୨/୦୯ () ବର୍ତ୍ତମାନ ସମୟରେ ପାଠ ପଢ଼ିବା ସମୟରେ ଛୋଟ ଛୋଟ ପିଲା ମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଛି। ଖବର ରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗ୍ରାମ ର ଲୋପାମୁଦ୍ରା ଦ୍ୱିବେଦୀ ଙ୍କ ବଡ଼ ଝିଅ ଅନ୍ୱେଷା (୧୬) ସେ ଜଣେ ମେଧାବୀ ଛାତ୍ରୀ ଥିବା ବେଳେ ସୋର ୟୁଏନ କଲେଜରେ ବିଜ୍ଞାନ ବିଭାଗରେ ପ୍ରଥମ ବର୍ଷ ପାଠ ପଢ଼ୁଥିଲେ। ମେସ ରେ ରହି ପାଠ ପଢୁଥିବା ବେଳେ କିଛି ଦିନ ତଳେ ସେ ଘରକୁ ଆସିଥିଲେ ତେବେ ଆଜି ସନ୍ଧ୍ୟାରେ ଅନ୍ବେଷ୍କ ଙ୍କ ମା ପାଠ ପଢ଼ିବା ପାଇଁ ଆକଟ କରିବା ସହିତ କୌଣସି କାମରେ ଥିବା ବେଳେ, ଏହି ସମୟରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଘରେ ନିଜ ଆପ୍ରୋନ ଦ୍ବାରା ଫାଶୀ ଲଗାଇ ଝୁଲି ପଡିଥିଲେ। ପରେ ପରିବାର ଲୋକେ ଉଦ୍ଧାର କରି ସୋର ମେଡ଼ିକାଲକୁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ରଖିଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ସୋର ଥାନା ମଧୁସୂଦନ ପୁର ପଞ୍ଚାୟତ କୁରୁଣିଆ ଗ୍ରାମ ର ଜଣେ ସପ୍ତମ ଶ୍ରେଣୀ ର ଛାତ୍ର ସ୍କୁଲ ନ ଯାଇ ଲୁଚି ଥିଲା। ସନ୍ଧ୍ୟା ସମୟରେ ତାଙ୍କର ମା ସ୍କୁଲ କଣ ପାଇଁ ନ ଯାଇ ଥିଲୁ ଆକଟ କରିବାରୁ ଛାତ୍ର ଜଣକ ମାନସିକ ଭାରସାମ୍ୟ ହରାଇ ଘରେ ଥିବା କିଟନାଶକ ବିଶ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ପରେ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଭଳି ଭାବେ ପାଠ ପଢ଼ିବା ବୟସରେ ପିଲାମାନେ ମାନସିକ ଭାରସାମ୍ୟ ହରାଇ ଏହିଭଳି ନିଷ୍ପତ୍ତି ନେଇଛନ୍ତି। ତେଣୁ ସମାଜ ପାଇଁ ଚିନ୍ତା ର ବିଷୟ ପାଲଟିଛି।
