ପିଲାମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ କରେ ସୁରଭି

ନୟାହାଟ,୦୨.୧୦(- ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ସ୍ଥିତ ଶିଙ୍ଗପାନିଆ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶିଙ୍ଗପାନିଆ କ୍ଲଷ୍ଟର ସଂଯୋଜିକା ଶ୍ରୀମତୀ ସୁଚରିତା ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାହାଟ କଲେଜ ଇଂରାଜୀ ଅଧ୍ୟାପକ ରତିକାନ୍ତ ଦାଶ, ଜଙ୍ଗଲବୋରି ପଞ୍ଚାୟତ ସରପଞ୍ଚ ପ୍ରଭାତୀ ସାହୁ , ପ୍ରଧାନଶିକ୍ଷକ ବିକର୍ତନ୍ ଦୀକ୍ଷିତ, ବ୍ଳକ୍ ଶିକ୍ଷକ ସମନ୍ୱୟ ସମିତି ସମ୍ପାଦକ ସରୋଜ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବଣ ମଲ୍ଲି ବଣରେ ଫୁଟି ମଉଳି ଯାଏ। କିନ୍ତୁ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ଓ ପରିପ୍ରକାଶ କରିବାରେ ସହାୟକ ହୁଏ ଓ ସେହି ବଣ ମଲ୍ଲିର ବାସ୍ନାକୁ ଲୋକ ଲୋଚନକୁ ଆଣିପାରେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। କ୍ଲଷ୍ଟର ଅନ୍ତର୍ଗତ

୧୧ଟି ସ୍କୁଲର ୨୩୦ରୁ ଅଧିକ ଛାତ୍ରଛାତ୍ରୀ ମାନେ କଳା ଓ ସାହିତ୍ୟରେ ବିଭିନ୍ନ ବିଭାଗରେ ଭାଗ ନେଇ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ଦେବରାଜ ମହାରଣା, କୃତିବାସ ଦାସ , କବିତା ମହାନ୍ତି, ଡେଜିନା ସାହୁ, ନିରଞ୍ଜନ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *