ସମର୍ପଣ
………..
ତୁମେ ଇଛାମୟ
ଜଗତ କଲ୍ୟାଣ
ତୁମ ଇଚ୍ଛା ପୂର୍ଣ୍ଣ ହେଉ,
ମୋର ଅହଙ୍କାର
କାମନା ବାସନା
ଅଭିମାନ ନାଶ ଯାଉ।
ମୋର ମୋର ବୋଲି
ଯାହା ମୁଁ କହୁଛି
ସବୁ ତ ତୁମରି ଦାନ,
ମାୟାର ପଟଳ
ଦୂରେଇ ଦିଅ ହେ
କୃପାକର ଭଗବାନ ।
ତୁମ ହାତେ ମୁଁ ଯେ
କାଠର କଣ୍ଢେଇ
ତୁମ ହାତେ ମୋର ଡୋରି,
ଏ ମୋହ ପାଶକୁ
ଛିଣ୍ଡାଇ ଦିଅ ହେ
ମୋତେ ଏକୀଭୂତ କରି।
ରାଧା ଗୋପୀ ମୀରା
ତୁମ ପାଦ ତଳେ
ନିଜକୁ ସମର୍ପି ଥିଲେ,
ଭକତି ଜାଣେନି
ଅଧମ ଅଜ୍ଞାନ
ସମର୍ପିଲି ତବ ତୁଲେ।
………………….
ଗୋଲୋକବିହାରୀ ବେହେରା
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ : ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *