ନିଟ୍ ପୁନଃପରୀକ୍ଷା ସମୟରେ ଟେଲିଗ୍ରାମ କଟକଣା

ନିଟ୍ ପୁନଃପରୀକ୍ଷା ସମୟରେ ଟେଲିଗ୍ରାମ କଟକଣା: ସୁରକ୍ଷା ଓ ସ୍ୱଚ୍ଛତାକୁ ପ୍ରାଥମିକତା ଟେଲିଗ୍ରାମ୍ ଉପରେ କଟକଣା ଲଗାଇ ସରକାର ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ଖବରକୁ ଚାପିଦେବାକୁ ଉଦ୍ୟମ କରୁଛନ୍ତି କି? ପ୍ରକୃତ କଥା ହେଉଛି ଏ ସମ୍ପର୍କିତ ମିଥ୍ୟା ପ୍ରଚାର ବା ଗୁଜବକୁ ରୋକିବା ଲାଗି ଏପରି କରାଯାଇଛି। ଏହା ଏକ ସଂପୂର୍ଣ୍ଣ ନିଷେଧାଜ୍ଞା ନୁହେଁଏହି କଟକଣାଟି ଟେଲିଗ୍ରାମ ଉପରେ ଏକ ସଂପୂର୍ଣ୍ଣ ନିଷେଧାଜ୍ଞା ନୁହେଁ। ଏହା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ଲାଗି ଏକ ସାମିୟକ ପଦକ୍ଷେପ। ବିଶେଷ ଭାବରେ ନିଟ୍ ପୁନଃ-ପରୀକ୍ଷା ସମୟରେ ଏହି କଟକଣା ଲାଗୁ ହେବ। ଏହି କଟକଣା ପ୍ରାୟ ଜୁନ୍ ୨୨ ତାରିଖ ଆଡ଼କୁ ହଟାଇ ଦିଆଯିବ ଏବଂ ମେସେଜ୍-ଏଡିଟିଂ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଜୁନ୍ ୩୦ ସୁଦ୍ଧା ହେବ। ଏହି କଟକଣାର ଲକ୍ଷ୍ୟ ସାଧାରଣ ଟେଲିଗ୍ରାମ୍‌ ବ୍ୟବହାରକାରୀ ନୁହଁନ୍ତି। ଏହାର ଅସଲ ଲକ୍ଷ୍ୟ ହେଉଛି ସେହି ନିର୍ଦ୍ଦିଷ୍ଟ ସମୟ ସୀମା, ଯେଉଁ ସମୟରେ ଏହି ଠକେଇ ବା ସ୍କାମଗୁଡ଼ିକ ସକ୍ରିୟ ହୋଇଥାନ୍ତି – ବିଶେଷ କରି ନିଟ୍‌ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପୁନଃ-ପରୀକ୍ଷା ପୂର୍ବରୁ, ଯେତେବେଳେ ଚାପଗ୍ରସ୍ତ ଓ ଭୟଭୀତ ଛାତ୍ରଛାତ୍ରୀମାନେ ସବୁଠାରୁ ଅଧିକ ଅସହାୟ ଥାଆନ୍ତି ।ଏକ ଗୁରୁତର ସମସ୍ୟାଯେଉଁ କ୍ଷତି ବା ସମସ୍ୟାର ସମାଧାନ କରାଯାଉଛି, ତାହା ସକ୍ରିୟ ଏବଂ ନିରନ୍ତର ଭାବରେ ଚାଲିଥିଲା। ଟେଲିଗ୍ରାମରେ ଖୋଲାଖୋଲି ଭାବେ “PAPER LEAKED NEET” ଏବଂ “Re-NEET 2026” ନାମରେ ଚ୍ୟାନେଲ୍ ଗୁଡ଼ିକ ଖୋଲାଯାଇ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ବିରୋଧରେ ଏକ ବଡ଼ ଧରଣର ବ୍ଲାକମେଲିଂ ଓ ଜବରଦସ୍ତି ଟଙ୍କା ଆଦାୟ ଚାଲିଥିଲା। ପ୍ରକୃତରେ ସେଭଳି କୌଣସି ପ୍ରଶ୍ନପତ୍ର ନଥାଇ ମଧ୍ୟ, ସେହି ଜାଲ୍ ପେପର୍ ପାଇଁ ସେମାନେ ୧୪,୦୦୦ ରୁ ୨୫,୦୦୦ ଟଙ୍କା ଏବଂ କେତେକ ସ୍ଥାନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ। କହିବା ବାହୁଲ୍ୟ, ଯେଉଁମାନେ ଟଙ୍କା ପଠାଉଥିଲେ ତାହା ବୁଡ଼ି ଯାଉଥିଲା। ଠକମାନେ କେବଳ ମିଥ୍ୟା ସୂଚନା ବା ଗୁଜବ ପ୍ରସାର କରୁନଥିଲେ, ସେମାନେ ଛାତ୍ରଛାତ୍ରୀଙ୍କ ମନରେ ଥିବା ଭୟ ଓ ଅସହାୟ ଅବସ୍ଥାକୁ ବ୍ୟବହାର କରି ଏକ ବ୍ୟବସାୟ ଚଲାଉଥିଲେ: ଛାତ୍ରଛାତ୍ରୀମାନେ ଜରୁରୀ ଅନୁଭବ କରି ଟଙ୍କା ଦେଉଥିଲେ, ଗୋପନୀୟତା ଯୋଗୁଁ ଜାଲ୍‌ ପ୍ରଶ୍ନପତ୍ରଗୁଡ଼ିକର ମୂଲ୍ୟ ଅହେତୁକ ଭାବେ ବଢୁଥିଲା। ପରୀକ୍ଷାକୁ ନେଇ ପିଲାମାନଙ୍କର ଚିନ୍ତା ଯୋଗୁଁ ଚାହିଦା ସୃଷ୍ଟି ହେଉଥିଲା। ଏହା ଏକ ବାକ୍ ସ୍ବାଧୀନତା ସଂପର୍କିତ ସମସ୍ୟା ନୁହେଁ, ବରଂ ଏହା ଏକ ଆର୍ଥିକ ଜାଲିଆତି ରାକେଟ୍। କେବଳ ତଥ୍ୟ ଯାଞ୍ଚ ବା ପୋଷ୍ଟ ଡିଲିଟ୍ କରିବା ଦ୍ୱାରା ଏହି ସମସ୍ୟାର ସମାଧାନ କରିପାରିବେ ନାହିଁ। ସେହି ସଂପୂର୍ଣ୍ଣ ବଜାରକୁ ବନ୍ଦ କରାଯିବା ହିଁ ଏକମାତ୍ର ପନ୍ଥା। ପ୍ରଯୁକ୍ତିର ଅପବ୍ୟବହାର ଠକମାନେ ଟେଲିଗ୍ରାମର ଏକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟର ଅପବ୍ୟବହାର କରୁଥିଲେ। ଟେଲିଗ୍ରାମ କୌଣସି ବି ଚ୍ୟାନେଲ୍ ଆଡମିନଙ୍କୁ ତାଙ୍କର ଯେକୌଣସି ପୁରୁଣା ମେସେଜକୁ ଏଡିଟ୍ କରିବା ଏବଂ ତାହାର ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ବଦଳାଇବା ପାଇଁ ସୁବିଧା ଦେଇଥାଏ, ଯେଉଁଥିରେ ପୋଷ୍ଟର ସମୟ ପୂର୍ବ ଭଳି ଅପରିବର୍ତ୍ତିତ ରହିଥାଏ। ଜୁନ୍ ୪ ତାରିଖରେ ଏଡିଟ୍ କରାଯାଇଥିବା ଏକ ମେସେଜକୁ ଏମିତି ଦେଖାଯାଇପାରିବ, ଯେମିତି କି ତାହା ପ୍ରକୃତରେ ଜୁନ୍ ୧ ତାରିଖରେ ପଠାଯାଇଥିଲା। ଠକମାନେ ଏହାର ସୁଯୋଗ ନେଇ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ମିଥ୍ୟା “ପ୍ରମାଣ” ତିଆରି କରୁଥିଲେ, ଯାହା ଫଳରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଭୟ ସୃଷ୍ଟି କରି ସେମାନଙ୍କଠାରୁ ଟଙ୍କା ଆଦାୟ କରାଯାଇପାରିବ। ଏହା କୌଣସି କାଳ୍ପନିକ ଆଶଙ୍କା ନୁହେଁ, ବରଂ ବାସ୍ତବରେ ଘଟୁଥିଲା।କାହିଁକି ସାଧାରଣ କାର୍ଯ୍ୟାନୁଷ୍ଠାନ ଟେଲିଗ୍ରାମ୍‌ କ୍ଷେତ୍ରରେ କାମ କରୁନଥିଲା ?ଟେଲିଗ୍ରାମରେ ଥିବା ସଂଦିଗ୍ଧ ଚ୍ୟାନେଲଗୁଡ଼ିକୁ ହଟାଇବା ବିଶେଷ ଫଳପ୍ରଦ ହେଉନଥିଲା। ଭାରତ ସରକାର ଗୋଟି ଗୋଟି କରି ଏହି ଜାଲ୍ ଚ୍ୟାନେଲଗୁଡ଼ିକୁ ଡିଲିଟ୍ କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ପୁରୁଣା ଚ୍ୟାନେଲ୍ ଗୁଡ଼ିକ ହଟିବା ପୂର୍ବରୁ ତା’ଠାରୁ ଅଧିକ ବେଗରେ ନୂଆ ଚ୍ୟାନେଲ୍ ସବୁ ପୁଣି ତିଆରି ହୋଇଯାଉଥିଲା। ଭାରତରେ ଟେଲିଗ୍ରାମର କୌଣସି ପଞ୍ଜିକୃତ କାର୍ଯ୍ୟାଳୟ ନାହିଁ, କୌଣସି ଅଭିଯୋଗ ନିବାରଣ ଅଧିକାରୀ ନାହାନ୍ତି ଏବଂ ଭାରତୀୟ ଆଇନ ଅନୁଯାୟୀ କୌଣସି ଆଇନଗତ ଉତ୍ତରଦାୟୀ ବ୍ୟବସ୍ଥା ମଧ୍ୟ ନାହିଁ। ଯେତେବେଳେ ଏକ ପ୍ଲାଟଫର୍ମ ଆଇନଗତ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ସହଯୋଗ କରିବାକୁ ମନା କରିଦିଏ ଏବଂ ନିଜ ସାମ୍ନାରେ ଖୋଲାଖୋଲି ଭାବେ ବ୍ଲାକମେଲିଂ ଓ ଠକେଇ ଚାଲିବାକୁ ପ୍ରଶ୍ରୟ ଦିଏ, ସେତେବେଳେ ଜନହିତରେ ପଦକ୍ଷେପ ନେବା ପାଇଁ ସରକାର ବାଧ୍ୟ ହୋଇଥାନ୍ତି।ଟେଲିଗ୍ରାମ୍‌ ଏକ ନିରପେକ୍ଷ ପ୍ଲାଟଫର୍ମ ନୁହେଁ ଟେଲିଗ୍ରାମ ଏଭଳି ଏକ ନିରପେକ୍ଷ ପ୍ଲାଟଫର୍ମ ନୁହେଁ ଯେ ଯାହାର କେବଳ ଅପବ୍ୟବହାର କରାଯାଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନର ପରିସର ବାହାରେ ରହି ଏକ ଛଦ୍ମ ସଂଗଠନ ଭଳି କାମ କରିବାର ଏହାର ବର୍ଷ ବର୍ଷ ଧରି ଏକ ପୁରୁଣା ରେକର୍ଡ ରହିଛି। ୨୦୧୩ ରୁ ୨୦୨୪ ମଧ୍ୟରେ, ଟେଲିଗ୍ରାମ ବିଶ୍ୱ ସ୍ତରରେ ଆସିଥିବା ୨,୪୬୦ ଟି ଆଇନଗତ ଅନୁରୋଧର କୌଣସି ଜବାବ ଦେଇନଥିଲା। ମିଳିତ ଜାତିସଂଘର ‘ଡ୍ରଗ୍ସ ଏବଂ କ୍ରାଇମ୍ ସମ୍ବନ୍ଧୀୟ କାର୍ଯ୍ୟାଳୟ’ (UNODC) ସ୍ପଷ୍ଟ ଭାବରେ ଚିହ୍ନଟ କରିଛି ଯେ, ଟେଲିଗ୍ରାମ ହେଉଛି ସଂଗଠିତ ଅପରାଧିକ କାର୍ଯ୍ୟକଳାପର ଏକ ମୁଖ୍ୟ କେନ୍ଦ୍ର। ଏହା ମଧ୍ୟରେ ଚୋରି ହୋଇଥିବା ଡାଟା କାରବାର, ଡିପ୍‌ଫେକ୍ ଜାଲିଆତି ଉପକରଣ, ବେଆଇନ ଅର୍ଥ କାରବାର ଏବଂ ଆନ୍ତର୍ଜାତୀୟ ଅପରାଧ ସିଣ୍ଡିକେଟ୍ ଅନ୍ତର୍ଭୁକ୍ତ, ଯାହା ବାର୍ଷିକ ଆନୁମାନିକ ୨୭ ରୁ ୩୬ ବିଲିୟନ ଡଲାରର ବେଆଇନ କାରବାର କରିଥାନ୍ତି। ୨୦୨୫ ମସିହାରେ ଭିଏତନାମ ଟେଲିଗ୍ରାମକୁ ନିଷିଦ୍ଧ କରିଦେଇଥିଲା। ଏହି ପ୍ଲାଟଫର୍ମରେ ସକ୍ରିୟ ଥିବା ବିଭିନ୍ନ ଚ୍ୟାନେଲ୍‌ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିବା ପରେ ସେଠାକାର ସରକାର ଏହି ପଦକ୍ଷେପ ନେଇଥିଲେ। ଟେଲିଗ୍ରାମ ଏମିତି ଏକ ପ୍ଲାଟଫର୍ମ ଯିଏ ନିଟ୍ ପରୀକ୍ଷାକୁ ନେଇ ଘଟିଥିବା ସମସ୍ତ ଅପରାଧିକ ପରିସ୍ଥିତି ପାଇଁ ସୁଯୋଗ ସୃଷ୍ଟି କରିଛି। ଅନ୍ୟ ଦେଶମାନେ ବି ଏପରି ପଦକ୍ଷେପ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ପ୍ଲାଟଫର୍ମଗୁଡ଼ିକ ଉପରେ ଏଭଳି ଅସ୍ଥାୟୀ କଟକଣା ଲଗାଯିବା ସାରା ବିଶ୍ବରେ ଏକ ଫଳପ୍ରଦ ତଥା ପ୍ରଚଳିତ ବ୍ୟବସ୍ଥା। ବିଶେଷ କରି ସ୍କୁଲ୍ ପରୀକ୍ଷା ସମୟରେ କପି ରୋକିବା ପାଇଁ ଇରାକ ଦେଶବ୍ୟାପୀ ଇଣ୍ଟରନେଟ୍ ସେବାକୁ ଅନେକ ଥର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଜାତୀୟ ପରୀକ୍ଷା ସମୟରେ କେନିଆ ତିନି ସପ୍ତାହ ପାଇଁ ଟେଲିଗ୍ରାମକୁ ବ୍ଲକ୍ କରିଦେଇଥିଲା। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଆଲଜେରିଆ, ସିରିଆ ଏବଂ ଜର୍ଡାନ ଭଳି ଦେଶଗୁଡ଼ିକ ହାଇସ୍କୁଲ ଡିପ୍ଲୋମା ପରୀକ୍ଷା ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ଲକ୍ କରିଛନ୍ତି। ଏସବୁ ଦେଶ ତୁଳନାରେ ଭାରତର ପଦକ୍ଷେପ ସୀମିତ, କେବଳ ଗୋଟିଏ ଆପ୍‌ ଉପରେ ମାତ୍ର ସାତ ଦିନ ପାଇଁ ଏବଂ କେବଳ ଏକ ନିର୍ଦ୍ଦିଷ୍ଟ ପରୀକ୍ଷାକୁ ଲକ୍ଷ୍ୟ କରି ଏହି କଟକଣା ଲଗାଯାଇଛି। ମୂଳ କଥା ହେଉଛି, ଯେତେବେଳେ କୌଣସି ପ୍ଲାଟଫର୍ମ ଆଇନଗତ ଉତ୍ତରଦାୟିତ୍ବ ଗ୍ରହଣ କରିବାକୁ ମନା କରେ, ସେତେବେଳେ ସରକାର ପଦକ୍ଷେପ ନେଇଥାନ୍ତି। ଭାରତରେ ଟେଲିଗ୍ରାମର କୌଣସି ପଞ୍ଜୀକୃତ କାର୍ଯ୍ୟାଳୟ ନାହିଁ ଏବଂ ଏହା କୌଣସି ଭାରତୀୟ ସଂସ୍ଥା ପ୍ରତି ଉତ୍ତରଦାୟୀ ନୁହେଁ। ଏଣୁ ଟେଲିଗ୍ରାମ କ୍ଷେତ୍ରରେ ବି ସମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Leave a Reply

Your email address will not be published. Required fields are marked *