ଓଡ଼ିଶାର ନୂତନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି

ଓଡ଼ିଶାର ନୂତନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ତଥା ଓଡ଼ିଶା ସରକାରଙ୍କ ଜନହିତକର ପଦକ୍ଷେପ “ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ” କାର୍ଯ୍ୟକ୍ରମ ଅନ୍ତର୍ଗତ ପୁରୀ ମହାନଗର ନିଗମ ପକ୍ଷରୁ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତି, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଶ୍ରୀ ଅଭିମନ୍ୟୁ ବେହେରା ଏବଂ ସହକାରୀ କମିଶନର ଶ୍ରୀ ଅରିଜିତ ନାୟକ ଉପସ୍ଥିତ ରହି ୧୬୮ ଜଣ ଯୋଗ୍ୟ ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମହାନଗର ନିଗମର ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶ୍ରୀମତୀ ରେଶ୍ମା ମହାନ୍ତି, ଗୋଷ୍ଠୀ ସଂଗଠିକା, କାର୍ଯ୍ୟକ୍ରମଟିକୁ ସଫଳତାର ସହ ପରିଚାଳନା କରିଥିବା ବେଳେ ସହକାରୀ କମିଶନର ଶ୍ରୀ ଅରିଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *