ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ.. ସରକାରଙ୍କ ବଡ଼ ପଦକ୍ଷେପ !

ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ । ନାଟମଣ୍ଡପ ପରେ ଏବେ ବାହାରେ ନିର୍ମାଣ ହେବ ଏସି ଟନେଲ। ଭକ୍ତମାନେ ଏସି ଟନେଲ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ଏହି ଟନେଲ ଭିତରେ ଭକ୍ତଙ୍କ ବସିବା ପାଇଁ ବ୍ୟବସ୍ଥା ହେବା ସହ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ। ଫଳରେ ଦୀର୍ଘସମୟ ଧରି ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଅପେକ୍ଷା କରୁଥିବା ଭକ୍ତମାନେ ପ୍ରବଳ ଗୁଳୁଗୁଳି ଓ ଗରମରୁ ରକ୍ଷା ପାଇଁ ପାରିବେ | ସିଂହଦ୍ୱାର ନିକଟରେ ଏହି ଟନେଲ ନିର୍ମାଣ ପାଇଁ ଯୋଜନା ଥିବାବେଳେ ଏହାର ରୂପରେଖ ଚୂଡାନ୍ତ ପୂର୍ବରୁ ସରକାର ସେବକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ । ସେପଟେ ଏସି ଟନେଲ ନିର୍ମାଣ ଯୋଜନାକୁ ସ୍ବାଗତ କରିଛନ୍ତି ଭକ୍ତ ଓ ସେବାୟତ। ବାଇଟ୍1- ଦିବ୍ୟଜ୍ୟୋତି ପରିଡା,,ଜିଲ୍ଲାପାଳବାଇଟ୍2-ଭକ୍ତବାଇଟ୍3-ଭକ୍ତ ଭିଓ- ଭକ୍ତଙ୍କୁ ସୁଖଦ ଅନୁଭୂତି ଦେବାକୁ ନିକଟରେ ଶ୍ରୀମନ୍ଦିର ଭିତରେ ନାଟମଣ୍ଡପକୁ ମଧ୍ୟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି।

ଏହାଦ୍ବାରା ନାଟମଣ୍ଡପରେ ହେଉଥିବା ପ୍ରବଳ ଗୁଳୁଗୁଳି ଓ ଗରମରୁ ଭକ୍ତମାନେ ଆଶ‌୍ବସ୍ତି ଅନୁଭବ କରୁଛନ୍ତି। ଶ୍ରୀମନ୍ଦିର ବାହାରେ ଏସି ଟନେଲ ନିର୍ମାଣ ହେଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ଅତି ଆରାମଦାୟକ ଭାବେ ଏସି ଟନେଲରେ କିଛି ସମୟ ବସି ଅପେକ୍ଷା କରିପାରିବେ। ଏହାଦ୍ବାରା ବରିଷ୍ଠ ନାଗରିକ, ମହିଳା ଓ ଛୋଟପିଲା ମାନେ ବେଶ୍ ଉପକୃତ ହୋଇପାରିବେ। ସେପଟେ ସରକାରଙ୍କ ଏସି ଟନେଲ୍ ପ୍ରସ୍ଥାବକୁ ସ୍ୱାଗତ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର। ଅନ୍ୟପଟେ ଭକ୍ତଙ୍କ ପାଇଁ ହେବାକୁ ଥିବା ଏସି ଟନେଲ୍ ବ୍ୟବସ୍ଥାକୁ ସ୍ଥାୟୀ ଭାବେ କରିବା ସହ ଆଗାମୀ ୨୬ ତାରିଖ ଶନିବାର ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା କରିବାକୁ କହିଛନ୍ତି ବୁଦ୍ଧିଜୀବୀ। – ଶ୍ରୀମନ୍ଦିରକୁ ପ୍ରତିଦିନ ୬୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ଆଗମନ ହେଉଛି। ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ଥିବାରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସାଧାରଣ ଭକ୍ତଙ୍କୁ ବ୍ୟାରିକେଡ଼ରେ ଦୁଇରୁ ତିନି ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ପ୍ରବଳ ଗୁଳୁଗୁଳି ଓ ଗରମ ଯୋଗୁଁ ବ୍ୟାରିକେଡ଼ରେ ଠିଆ ହୋଇ ରହୁଥିବା ଭକ୍ତମାନେ ଅସୁସ୍ଥ ହୋଇ ପଡୁଛନ୍ତି। ଏଣୁ ଶ୍ରୀମନ୍ଦିର ବାହାରେ ଏସି ଟନେଲ ନିର୍ମାଣ ହେଲେ ଏହା ଭକ୍ତଙ୍କୁ ବେଶ୍ ଫାଇଦା ଦେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *