ମହାପ୍ରଭୁଙ୍କ ନାମକୁ ଆସିଲା ୨୮ ଏକର ୮୪ ଡିସିମିଲ ଜମି

ମହାପ୍ରଭୁଙ୍କ ନାମକୁ ଆସିଲା ୨୮ ଏକର ୮୪ ଡିସିମିଲ ଜମି । ପୁରୀ ଶଙ୍କରପୁର ମୌଜାରେ ଥିବା ଏହି ଜମି ଉତ୍ତରପାର୍ଶ୍ୱ ମଠ ଅଧୀନରେ ରହିଥିଲା । ଚକବନ୍ଦୀ କମିଶନରଙ୍କ ରାୟ ଆଧାରରେ ଜାଗା ଚିହ୍ନଟ ଓ ମାପ କରି ସୂଚନା ଫଳକ ଲଗାଇଛନ୍ତି ପୁରୀ ତହସିଲଦାର । ଏହା ଶ୍ରୀମନ୍ଦିର ଜମି ଏବଂ ଏହି ଜମି ମଧ୍ୟକୁ ଅନଧିକାର ପ୍ରବେଶକୁ ଦଣ୍ଡନୀୟ ବୋଲି ଦର୍ଶାଯାଇଛି । ଏହା ସହିତ ଜମିର ଚତୁଃଦିଗରେ ଚିହ୍ନଟ କରାଯାଇ ନାଲି ପତାକା ଲଗାଯାଇଛି । ତେବେ ୨୦୧୬ ସେଟଲମେଣ୍ଟ ରିଭିଜନ୍ ପିଟିସନ୍ ନମ୍ୱର୍ ୩୦୩ ର ଶୁଣାଣି କରିବା ସହ ୧୯୭୭ ମସିହା ସାବିକ୍ ରେକର୍ଡ ଅନୁଯାୟୀ ଏହି ରାୟ ଦେଇଛନ୍ତି ଚକବନ୍ଦୀ କମିଶନର।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ଚକବନ୍ଦୀ ଆୟୁକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପୁରୀ ତହସିଲ ଅନ୍ତର୍ଗତ ଶଙ୍କରପୁର ମୌଜାର ଖାତା ନଂ ୪୧୧ ଅଧୀନରେ ଥିବା ସମୁଦାୟ ୬ ଟି ପ୍ଲଟ ଅନ୍ତର୍ଭୁକ୍ତ ୨୮.୮୪୦ ଏକର ପରିମିତ ମୂଲ୍ୟବାନ ଜମିକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ରେକର୍ଡ କରିବାକୁ ଚକବନ୍ଦୀ ଆୟୁକ୍ତ ରାୟ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ସେଟଲମେଣ୍ଟ ରିଭିଜନ୍ ପିଟିସନ୍ ନମ୍ବର – ୩୦୩/୨୦୧୬ ର ବିଚାର କରି ଚକବନ୍ଦୀ ଆୟୁକ୍ତ ୨୦୧୩ ମସିହାର ହାଲ୍ ରେକର୍ଡରେ ଉତ୍ତରପାର୍ଶ୍ୱ ମଠର ମହନ୍ତଙ୍କ ନାମରେ ଥିବା ରେକର୍ଡ଼କୁ ରବ୍ଦ କରିଛନ୍ତି ଏବଂ ଉକ୍ତ ଜମିକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ଼ଭୁକ୍ତ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ମାମଲାର ବିଚାର ସମୟରେ ପୁରୁଣା ରାଜସ୍ବ କାଗଜାତ ଓ ଅନ୍ୟାନ୍ୟ ନଥିପତ୍ର ଅନୁଧ୍ୟାନ କରିବା ସହ ନ୍ୟାଚୁରାଲ ଜଷ୍ଟିସ ଉଲ୍ଲଂଘନ ହୋଇଥିବା ବିଷୟକୁ କମିଶନର ଗୁରୁତ୍ବ ଦେଇଛନ୍ତି। ଅନ୍ୟପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଏହା ଏକ ଐତିହାସିକ ରାୟ । ସବୁ ବିଭାଗ ମଧ୍ୟରେ ସମନ୍ୱୟ ଓ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦୦ ଏକର ଜମି ମହାପ୍ରଭୁଙ୍କ ନାଁରେ ରେକର୍ଡ ହୋଇଛି। ଯେତେ ସବୁ ବିବାଦୀୟ ଜମି ରହୁଛି ତାର କେସ୍ କୁ ତ୍ୱରାନ୍ୱିତ କରାଯାଇ ଆଇନ ଅନୁସାରେ ସବୁ ପଦକ୍ଷେପ ନିଆଯିବ । ଶଙ୍କରପୁର ମୌଜାର ଖାତା ନଂ ୪୧୧ ଅଧୀନରେ ଥିବା ସମୁଦାୟ ୬ ଟି ପ୍ଲଟ ଅନ୍ତର୍ଭୁକ୍ତ ୨୮.୮୪୦ ଏକର ଜମିର ବର୍ତ୍ତମାନ ବେଞ୍ଚ୍ ମାର୍କ ଦର ୪୫୦ କୋଟି ହେବ ।ବାଇଟ୍1 – ଦିବ୍ୟଜ୍ୟୋତି ପରିଡ଼ା,ଜିଲ୍ଲାପାଳ ,ପୁରୀ ବାଇଟ୍2-ଅଭିଷେକ ଦାସ,,, ତହସିଲଦାରଭିଓ- ଏହି ରାୟ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଆନନ୍ଦିତ କରିଛି। ଆଗାମୀ ଦିନରେ ମଧ୍ୟ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ପଦକ୍ଷେପ ଜାରି ରହିବ ।ସେପଟେ ଗୋଟିଏ ପରେ ଗୋଟିଏ ରାୟ ପରେ ଶ୍ରୀମନ୍ଦିର ରାଜସ୍ୱ ଆୟ ବଢ଼ିବାରେ ଲାଗିଛି। ମୂଲ୍ୟବାନ ଜମି ଫେରିବା ପ୍ରକ୍ରିୟା ଜାରି ରହିଥିବା ବେଳେ ତାଳବଣିଆ କୁଣ୍ଢେଇ ବେଣ୍ଟ ମୌଜାରେ ଥିବା ପାଖାପାଖି 2 ଏକର ଜମି ସମେତ ଅନେକ ନଟ୍ ଫାଇନାଲ ଥିବା ଜମିରେ ଶ୍ରୀମନ୍ଦିର ସପକ୍ଷରେ ରାୟ ଆସିଛି । ବର୍ଷ ବର୍ଷ ଧରି ଦଖଲରେ ଥିବା ସ୍ୱତ୍ୱାଧିକାରୀଙ୍କ କ୍ଷତିକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସରକାର ପୂର୍ବରୁ ଜମି ସେଟଲମେଣ୍ଟ ନିୟମାବଳୀ 2026 ପ୍ରସ୍ତୁତ ରଖିଛନ୍ତି । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ,30 ବର୍ଷରୁ ଉର୍ଦ୍ଧ୍ୱ ସମୟ ଦଖଲରେ ଥିବା ବ୍ୟକ୍ତି ମାନଙ୍କୁ ଅଳ୍ପ କିଛି ପ୍ରଜା ସ୍ୱତ୍ୱରେ ଜମି କୁ ଦଖଲକାରୀଙ୍କୁ ହସ୍ତାନ୍ତର କରିବା ସପକ୍ଷରେ କହିଛନ୍ତି ଆଇନଜୀବୀ। ମହାପ୍ରଭୁଙ୍କ ନାମକୁ ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜମି ଫେରୁଥିବା ବେଳେ ତାଳବଣିଆ,ସମଙ୍ଗ,କୋଣାର୍କ ପରେ ଏବେ ପୁରୀ ଶଙ୍କରପୁର ମୌଜାରେ ଥିବା ବହୁମୂଲ୍ୟ ଜଗନ୍ନାଥ ସମ୍ପତ୍ତିକୁ ନେଇ ଶ୍ରୀମନ୍ଦିର ସପକ୍ଷରେ ଆସିଛି ରାୟ । ଶଙ୍କରପୁରରେ 450 କୋଟିର 28 ଏକର ଜମିରେ ଏବେ ନାଲି ପତାକା ପୋତିଛି ଶ୍ରୀମନ୍ଦିର ପ୍ରଶାସନ। ସପ୍ତାହକ ମଧ୍ୟରେ ଶ୍ରୀମନ୍ଦିର ନାମକୁ ଆସିଲାଣି 83 ଏକର ଜମି ।ଜିଲ୍ଲାପାଳ କହିଛନ୍ତି ଗତ କିଛି ମାସ ମଧ୍ୟରେ ବିଭିନ୍ନ ତହସିଲ ଅଧୀନରେ ଥିବା 2000 ଏକର ଜମିକୁ ମହାପ୍ରଭୁଙ୍କ ନାମକୁ ଫେରାଇ ଅଣାଯାଇଛି ।ବାଇଟ୍3-ଦିବ୍ୟଜ୍ୟୋତି ପରିଡା,,,ଜିଲ୍ଲାପାଳ,,,,( ତାଳବଣିଆ, ସମଙ୍ଗ,କୋଣାର୍କ PART ଲଗାଇବେ )ବାଇଟ4 – ପ୍ରେମାନନ୍ଦ ମହାନ୍ତି,ସଭାପତି,ପୁରୀ ଜିଲ୍ଲା ଓକିଲ ସଂଘଫାଭିଓ-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମହାପ୍ରଭୁଙ୍କ ଅନେକ ଜମି ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସୁଥିବା ବେଳେ ଏଥିଯୋଗୁଁ ରାଜସ୍ୱ ବୃଦ୍ଧି ହେବା ନେଇ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *