ପୁରୀ କୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ବଳରେ ଅଭିଯୁକ୍ତକୁ ଦଣ୍ଡିତ କରାଯାଇଛି

ପୁରୀ ଜିଲ୍ଲା ପୋଲିସ ପାଇଁ ଏପ୍ରିଲ୍ 2026 ମାସରେ ଆଉ ଗୋଟିଏ ସଫଳତା ରୂପେ ଆଜି ମାନ୍ୟବର ଅତିରିକ୍ତ ସେସନ୍ସ ଜଜ (FTSC), ପୁରୀଙ୍କ ଅଦାଲତରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି।ଗାଡିଶାଗଦା ଥାନା କେସ୍ ନଂ 78/2015 ସମ୍ପର୍କିତ TR No. 32/02 of 2024/2016 ମାମଲାରେ, ତା. 18.04.2026 ରେ ମାନ୍ୟବର ASJ, FTSC, ପୁରୀଙ୍କ ଅଦାଲତ ଦ୍ୱାରା ଅଭିଯୁକ୍ତ ପ୍ରଞ୍ଜନ କୁମାର ଭୋଇଙ୍କୁ ଦୋଷୀ ଭାବେ ଦଣ୍ଡିତ କରାଯାଇଛିଭାରତୀୟ ଦଣ୍ଡ ସଂହିତାର ଧାରା 366 ଅନୁସାରେ 5 ବର୍ଷ କଠୋର କାରାଦଣ୍ଡ ଓ ₹5,000/- ଜରିମାନା, ଜରିମାନା ଅଦାୟ ନ କରିଲେ 15 ଦିନର ଅତିରିକ୍ତ କାରାଦଣ୍ଡ। ଭାରତୀୟ ଦଣ୍ଡ ସଂହିତାର ଧାରା 376(2)(l) ଅନୁସାରେ 10 ବର୍ଷ କଠୋର କାରାଦଣ୍ଡ ଓ ₹5,000/- ଜରିମାନା, ଜରିମାନା ଅଦାୟ ନ କରିଲେ 1 ମାସର ଅତିରିକ୍ତ କାରାଦଣ୍ଡ। ଏହି ଦଣ୍ଡାଦେଶ ପୁରୀ ପୋଲିସଙ୍କ ଦୃଢ଼ ତଦନ୍ତ, ସାକ୍ଷ୍ୟ ସଂଗ୍ରହ ଓ ଆଇନ ଅନୁସାରେ ସଠିକ୍ ପଦକ୍ଷେପର ଫଳସ୍ୱରୂପ ସମ୍ଭବ ହୋଇପାରିଛି। ପୁରୀ ପୋଲିସ ପକ୍ଷରୁ ଏହି ମାମଲାରେ ସଫଳତା ପାଇଁ ସମସ୍ତ ତଦନ୍ତ କର୍ମଚାରୀ, ସହଯୋଗୀ ଅଧିକାରୀମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଯାଉଛି। ଏହି ସଫଳତା ପୁରୀ ଏସ୍‌ପି ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ଟିମ୍‌ୱର୍କର ଉତ୍କୃଷ୍ଟ ଉଦାହରଣ ଓ ଆଗାମୀ ଦିନରେ ମଧ୍ୟ ଏଭଳି କଠୋର ଆଇନ ପାଳନ ଓ ନ୍ୟାୟ ସୁନିଶ୍ଚିତ କରିବାକୁ ପୁରୀ ପୋଲିସ ପ୍ରତିବଦ୍ଧ ରହିବ।

Leave a Reply

Your email address will not be published. Required fields are marked *