ମହିମା ଧର୍ମର ବରିଷ୍ଠ ଭକ୍ତ ହରିହର ସାହୁଙ୍କ ପରଲୋକ
ଆନନ୍ଦପୁର:ବେଲବାହାଳି:୧୭/୭- କଥାରେ ଅଛି ଯିଏ ଜୀବନରେ ଲୋକମାନଙ୍କ ପାଇଁ ଭଲ କାମ କରିଥିବା ବ୍ୟକ୍ତିମାନଙ୍କୁ ଭଗବାନ କଷ୍ଟ ନଦେଇ ତାଙ୍କ ପାଖକୁ ନେଇଯାଆନ୍ତି । ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବେଲବାହାଳି ଗ୍ରାମର ମହିମା ଅଲେଖ ଧର୍ମର ବରିଷ୍ଠ ମହିମାଭକ୍ତ ଏବଂ ବେଲବାହାଳି ଅଞ୍ଚଳର ଜଣେ ବରିଷ୍ଠ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁ(୮୪)ଙ୍କର ଆଜି ସକାଳ ୯ ଘଟିକା ୨୫ ମିନିଟ ସମୟରେ ତାଙ୍କର ପରଲୋକ ହୋଇଯାଇଛି ।ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ବହୁ ଦୂର ଦୁରନ୍ତାରୁ ଭକ୍ତମାନେ ଖବର ପାଇ ତାଙ୍କ ବାସଭବନକୁ ଆସି ତାଙ୍କୁ ଶେଷ ଦର୍ଶନ କରିଥିଲେ । ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିଭାବେ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ ।ଅଲେଖ ମହିମା ଆଶ୍ରମର ବରିଷ୍ଠ ଭକ୍ତ ଭାବେ ବେଶ ଜଣାଶୁଣା ଥିଲେ । ସେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଲେଖ ବାବାଙ୍କ ସେବାରେ ସମୟ ଅତିବାହିତ କରିଆସୁଥିଲେ ।ତାଙ୍କର ମୃତ ବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ କୌଶଲ୍ୟା ସାହୁ ଏବଂ ପୁଅ,ବୋହୁ, ଝିଅ,ଜ୍ୱାଇଁ, ନାତି,ନାତୁଣି ଉପସ୍ଥିତ ରହିବା ସହ ମହିମା ଧର୍ମର ସାଧୁସନ୍ଥ ତଥା ମୋହନ ଦାସ ଏବଂ ଅନାମ ଦାସ ତଥା ଭକ୍ତମାନେ ଉପସ୍ଥିତ ରହି ତାଙ୍କୁ ଶେଷ ଦର୍ଶନ କରିଥିଲେ । ଏଥିରେ ସ୍ବର୍ଗତ ହରିହର ସାହୁଙ୍କ ବଡ଼ପୁଅ ପ୍ରମୋଦ କୁମାର ସାହୁ ମୁଖାଗ୍ନି ଦେଇଥିଲେ ।ମହିମା ଧର୍ମର ବରିଷ୍ଠ ଭକ୍ତ ହରିହର ସାହୁଙ୍କ ପରଲୋକ
