ରାସ୍ତାରେ ଫସି ରହିଲା ଆମ୍ବଲାନ୍ସ
ଭଦ୍ରକ:୧୪/୧୦:- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହା ପୁରୁ ପଞ୍ଚାୟତ ଗୋପାଳ ଦୋହରା ରାସ୍ତାରେ ଫସି ରହିଛି ଜନନି ଆମ୍ବଲାନ୍ସ। ଗୋପାଳ ଦୋହରା ମୁଖ୍ୟ ରାସ୍ତା ଏହି ରାସ୍ତା ରେ ପାଞ୍ଚ ଖଣ୍ଡ ଗ୍ରାମ ଲୋକ ଓ ଛାତ୍ର ଛାତ୍ରୀ ମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ରାଜ୍ୟ ସରକାର ଏଠି 5ଟି ଓ ଶୋଛ ଶାସନ ର ଡିଣ୍ଡିମ ପିଟୁଥିବା ବେଳେ ଏଠି ଭଲ ରାସ୍ତା ଟିଏବି ଆଜି ପର୍ଯ୍ୟନ୍ତ ହୋଇପାରିଲାନାହିଁ । ଏହି ରାସ୍ତା ଦେଇ ସାହାପୁର ପଞ୍ଚାୟତ ର ପାଞ୍ଚ ଖଣ୍ଡ ଗ୍ରାମ ର ଲୋକ ମେଡିକାଲ ଓ ବ୍ଲକ ଓ ଜିଲ୍ଲା କୁ ଯିବାଆସିବାକୁ ବହୁତ ହଇରାଣ ହଉଛନ୍ତି ଓ ସ୍କୁଲ କଲେଜ କୁ ବି ଛାତ୍ର ଓ ଛାତ୍ରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଦେଖା ଯାଉ ସରକାର ସାହାପୁର ପଞ୍ଚାୟତର ଲୋକ ମାନଙ୍କ କଥା କେବେ ବୁଝୁଛନ୍ତି।
ରିପୋର୍ଟ- ପୁନିଲ କୁମାର ସାମନ୍ତ।
