ଆବାସ ଯୋଜନା ଦୁର୍ନୀତି ନେଇ ବିଡିଓଙ୍କୁୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭଣ୍ଡାରିପୋଖରୀ,୩/୮: ଭଣ୍ଡାରିପୋଖରୀ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଛି । ଏଥିନେଇ ବିଜେପି ପକ୍ଷରୁ ଗତ ତିନି ବର୍ଷ ଧରି ବିଭିନ୍ନ ସମୟରେ ବ୍ଲକ ଘେରାଉ, ଧାରଣା ପରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସହ ଦୁଇ ଦୁଇ ଜଣ ବିଡିଓଙ୍କ ନିକଟରେ ଦାବି ସତ୍ତ୍ୱେ ସମସ୍ୟା ବଢିଛି ସତ, ହେଲେ ଦୁର୍ନୀତିରେ ସୁଧାର ଆସୁନାହିଁ । ତେଣୁ କୋଭିଡ କଟକଣା ପରେ ବ୍ଲକରେ ଏହି ପ୍ରସଙ୍ଗ ନେଇ ବିଜେପି ବଡଧରଣର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ନୂତନ ଭାବେ ଯୋଗଦେଇଥିବା ବିଡିଓଙ୍କୁ ମଙ୍ଗଳବାର ଦିନ ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ,କ ପ୍ରତିନିଧି ଦଳ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଅବଗତ କରାଇ ପ୍ରତିକାରାତ୍ମ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ଦଳର ଜିଲ୍ଲା ଉପସଭାପତି ଜଗବନ୍ଧୁ ଦାସ, ମଣ୍ଡଳ ସଭାପତି ଗିରିଶ ସାମଲ, ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ପ୍ରଦ୍ୟୁମ୍ନ ସେନାପତି, ସୁରେଶ ଦାସ, ବଳରାମ ରାଉତ ପ୍ରମୁଖ ସାମିଲ ହୋଇଥିଲେ ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *