କଲେଜ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାର ମୃତ ଦେହ ଉଦ୍ଧାର
ଭଦ୍ରକ: ୨୮/୯-ଭଦ୍ରକ ଟାଉନ ଥାନା ଅଧିନ ଜଗନ୍ନାଥପୁର ଅଞ୍ଚଳର ଏକ ଘରୋଇ ମେସରୁ ଝୁଲନ୍ତା ଅବସ୍ଥାରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ମୃତଦେହ ହେଲା ଉଦ୍ଧାର । ମୃତ ଯୁବତୀ ଜଣକ ହେଲେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ସାହାଡ଼ା ହରିପୁର ଅଞ୍ଚଳର ପୂଜାରାଣୀ ମଲ୍ଲିକ । ଛାତ୍ରୀ ଜଣକ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ଶେଷ ବର୍ଷରେ ପାଠ ପଢୁଥିଲେ । ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଜଣେ ଯୁବକ ପ୍ରେମ ନିଵେଦନ କରିବା ସହ ହଇରାଣ ହରକତ କରୁଥିଲେ । ତେଣୁ ଯୁବତୀ ଆତ୍ମହତ୍ୟା କରିଥିବା ସେମାନେ କହିଛନ୍ତି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
