ସୋରଡ଼ା ରୁ ପୁରୀ ଗଲା ରଥ କାଠ
17/05/2025Place – ସୋରଡ଼ା ,ଗଞ୍ଜାମ ଜିଲ୍ଲା ସୋରଡ଼ା ଠାରୁ ପୁରୀ ବଡ଼ ଠାକୁର ଙ୍କ ବିଶ୍ଵପ୍ରସିଦ୍ଧ ରଥ ଯାତ୍ରା ର ରଥ ନିର୍ମାଣ ଚାଲୁ ଥିବା ବେଳେ ଆବଶ୍ୟକ କାଠ ବିଭିନ୍ନ ବନାଞ୍ଚଳ ରୁ ସଂଗ୍ରହ ଚାଲୁ ରହିଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡ଼ା ବନାଞ୍ଚଳ ର ପଣ୍ଡାଖାଲ ଜଙ୍ଗଲ ରୁ ରଥ ନିର୍ମାଣ ପାଇଁ କାଠ ସଂଗ୍ରହ କରାଯାଇଛି |

ଆଜି ସକାଳ 9.00ଟା ବେଳେ ସଂଗୃହିତ ରଥ କାଠ କୁ ପାଟପଲ୍ଲୀ ନର୍ସରୀ ଠାରେ ପ୍ରଥମେ ଭବ୍ୟ ପୂଜା ଅର୍ଚନା ସହ ରଥ କାଠ ବୋଝେଇ ଟ୍ରକ୍ ପୁରୀ ଅଭିମୁଖେ ବାହାରି ଥିଲା | ଏହି ସମୟରେ ସ୍ଥାନୀୟ ଜନସାଧାରଣ ଙ୍କ ସହ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଅତିରିକ୍ତ ବନଖଣ୍ଡ ଅଧିକାରୀ ପ୍ରଦୀପ ବେହେରା, ସୋରଡ଼ା ବନାଞ୍ଚଳ ଅଧିକାରୀ ନିହାର ରଞ୍ଜନ ମଳିକ ସମେତ ସମସ୍ତ ବନା ଅଞ୍ଚଳ କର୍ମଚାରୀ ଏହି ସମୟରେ ଘଣ୍ଟ,ତାଳ, ମୃଦଙ୍ଗ, କାହାଳି ସହ ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହୋଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା |
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
