ବାସୁଦେବପୁର ତହସିଲ ରେ ଜମି ହେରା ଫେରି ଅସହାୟ ବୁଢି ଲୋକ ଜିଲ୍ଲା ପ୍ରଶାସନ ପାଖରେ ଦ୍ବାରସ୍ଥ

Date:- 17/05/2025Place:- bhadrak ଖବରୁ ଜଣାପଡିଛି ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ପ୍ରସାଦ ପଞ୍ଚାୟତ ର ପାଟଣା ମିଶ୍ର ପୁର ର ପାର୍ବତୀ ଦତ୍ତ ନାମକ ଅସହାୟ ବୁଢି ଲୋକ ଗତ କିଛି ବର୍ଷ ତଳେ ୬ ଡିସିମିଲ ଯାଗା କିଣି ଥିଲା। ପ୍ଲଟ ନମ୍ବର ୨୫୭/ ପଟା କବଲା ହୋଇ ଥିଲା । କିନ୍ତୁ ସେହି ଗ୍ରାମର ମଣିଆ ମଲ୍ଲିକ , ଅଖିଳ ମଲ୍ଲିକ,ରୁଗି ମଲ୍ଲିକ, ବାସୁଦେବପୁର ତହସିଲ ରେ ଚକବନ୍ଦୀ କମିଶନର ପାଖରେ ସେଇ ପ୍ଲଟ ନିଜ ନାମରେ ଚଞ୍ଚକତା କରି ନେଇ ଥିବାରୁ, ଅସହାୟ ବୁଢି ଲୋକ ଜିଲ୍ଲା ପ୍ରଶାସନ ଦ୍ବାରସ୍ଥ ହୋଇଛନ୍ତି। ବାରମ୍ବାର ଯାଇ କୈାଣସି ନ୍ୟାୟ ପାଇ ପାରୁ ନାହିଁ । କରଞ୍ଜଗଡିଆ ଥାନା ଅଧୀନରେ ଥିବା ଜଗନ୍ନାଥ ପ୍ରସାଦ ପଞ୍ଚାୟତ ର ଅସହାୟ ବୁଢି ଲୋକ କୁ ନ୍ୟାୟ ନ ମିଳିଲେ ଭଦ୍ରକ ଏସପି ଅଫିସ୍ ଆଗରେ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *