ପର୍ଯ୍ୟଟନ ବିଭାଗ ସୁବିଧା ନିମନ୍ତେ ଚନ୍ଦ୍ରଭାଗା ବେଳାଭୂମିରେ ଜଳକ୍ରୀଡା ପାଇଁ ବିଗୁଡ଼ୁଛି ପରିବେଶ ।

ପର୍ଯ୍ୟଟନ ବିଭାଗ ସୁବିଧା ନିମନ୍ତେ ଚନ୍ଦ୍ରଭାଗା ବେଳାଭୂମିରେ ଜଳକ୍ରୀଡା ପାଇଁ ବିଗୁଡ଼ୁଛି ପରିବେଶ । ମୃତ୍ୟୁ ବରଣ କରୁଛନ୍ତି ଦୁର୍ଲଭ ପ୍ରଜାତିର ଅଲିଭରିଡେଲ କଇଁଚ ଓ ସାମୁଦ୍ରିକ ପ୍ରାଣୀ । ପରିବେଶ ସନ୍ତୁଳନ ଓ ସାମୁଦ୍ରିକ ଜୀବ ସୁରକ୍ଷା ପାଇଁ ନୂତନ ଜଳକ୍ରୀଡା ପ୍ରକଳ୍ପ ଅନୁମତି ବାତିଲ ପାଇଁ ଦାବି ।କୋଣାର୍କ- ଚନ୍ଦ୍ରଭାଗା ବେଳାଭୂମି କୂଳରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୁବିଧାବାଦୀ ନୀତି ଅବଲମ୍ବନ କରାଯାଇ ସାମୁଦ୍ରିକ ଦୁଃସାହସିକ ଜଳକ୍ରୀଡା ନିମନ୍ତେ ଅନୁମତି ପ୍ରଦାନ କରିବା ଦ୍ୱାରା ପରିବେଶ ସନ୍ତୁଳନ ବିଗିଡିବା ସହ ବୋଟ ଚାଳନା ଯୋଗୁଁ ଦୁର୍ଲ୍ଲକ ଅଲିଭ ରିଡଲେ କଇଁଛ ଓ ବିରଳ ସାମୁଦ୍ରିକ ଜୀବ ମୃତ୍ୟୁ ବରଣ କରୁଥିବା ବେଳେ ଜୈବିକ ଓ ପରିବେଶ ପ୍ରତି ପ୍ରତିକୂଳ ପ୍ରଭାବ ପକାଇବା ନେଇ କୋଣାର୍କ ଅଞ୍ଚଳର ପରିବେଶବିତ, ବରିଷ୍ଠ ନାଗରିକ, ପର୍ଯ୍ୟଟନ ପ୍ରେମୀ, ଗବେଷକ, କ୍ରୀଡାବିତ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପଇଛି । ଚନ୍ଦ୍ରଭାଗା ବେଳାଭୂମି କୂଳରେ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବେଳେ ସିଆରଜେଡ୍ ଆଇନର ଖୋଲା ଉଲ୍ଲଂଘନ କରି ଓ ଗଭୀର ସମୁଦ୍ର ଯୋଗୁଁ ପ୍ରକ‌ଳ୍ପ କାର୍ଯ୍ୟ ପୁରୀକୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ପର୍ଯ୍ୟଟନ ବିଭାଗ ରାଜସ୍ୱ ଲୋଭରେ ପର୍ଯ୍ୟଟକ ଓ ଜନସାଧାରଣ ମାନଙ୍କ ଜୀବନକୁ ବାଜି ଲଗାଇ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଜଳକ୍ରୀଜା ପାଇଁ ଗତ ୨୦୧୯ ମସିହାରେ ଗୋପ ବ୍ଳକର ଏକ ଘରୋଇ ସଂସ୍ଥାକୁ ଜଳକ୍ରୀଡା କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିଥିଲା । ମାତ୍ର ଉକ୍ତ ସଂଗଠନକୁ ଜଳକ୍ରୀଡା ନିମନ୍ତେ ୫୦୦ ମିଟର ପରିମିତ ଜାଗା ଯୋଗ ଦିଆଯାଇଥିଲା ବେଳେ ଉକ୍ତ ଜାଗାରୁ ୨୦୦ ମିଟର ଜାଗା ଅନ୍ୟ ଏକ ସଂଗଠନ ଜଳକ୍ରୀଡା ନିମନ୍ତେ ପ୍ରଦାନ କରିବା ପାଇଁ ଶୁକ୍ରବାର କୋଣାର୍କ ରାଜସ୍ୱ ନିରୀକ୍ଷକ ଓ କୋଣର୍କ ବନାଞ୍ଚଳ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥୁଲା । ଗୋଟିଏ ଜାଗାରେ ଦୁଇ ଦୁଇଟି ଜଳକ୍ରୀଡା କେନ୍ଦ୍ର ଖୋଲିବା ଲୋକଙ୍କ ସମସ୍ୟା ସୃଷ୍ଟି ହୋଇ ଅନେକ ଦୂର୍ଘଟଣା ଗ୍ରସ୍ତ ହେବାର ସମ୍ଭାବନା ରହିଛି । ଚନ୍ଦ୍ରଭାଗା ସମୁଦ୍ରରେ ଅଲିଭ ରିଡେଲ କଇଁଚ ମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବେଆଇନ ଚଳାଚଳ ଉପରେ ପ୍ରତିବଦ୍ଧ ଜାରି ରହିଛି। ମାତ୍ର ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇ ସାମୁଦ୍ରିକ ଜୀବ ଓ ଅଭିଭ ରିଡେଲ କଇଁଚ ମୃତ୍ୟୁ ମୁଖରେ ପଢିବାର ସମ୍ଭାବନା ଥିବା ବେଳେ ରାଜ୍ୟ

ସରକାରଙ୍କ ପର୍ଯ୍ୟଟନ ବିଭାଗ ଚାପରେ ପୁନର୍ବାର ଚନ୍ଦ୍ରଭାଗା ଠାରେ ଏକ ନୂତନ ସଂଗଠନକୁ ଜଳକ୍ରୀଡା ପାଇଁ ଅନୁମତି ପାଇଁ ରାଜସ୍ୱ ଓ ବନବିଭାଗର ଯୁଗ୍ମ ତଦନ୍ତ ଘଟଣାକୁ ପରିବେଶବିତ, ପ୍ରକୃତିପ୍ରେମୀ, ବରିଷ୍ଠ ନାଗରିକ, ପର୍ଯ୍ୟଟକ ପ୍ରେମୀ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ତାକୁ ନାପସନ୍ଦ କରି ନୂତନ ଜଳକ୍ରୀଡା କେନ୍ଦ୍ର ଅନୁମତି ପ୍ରଦାନ ବାତୀଲ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ବିଭାଗ ସଳିବ, ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ସିଆରଜେଡ ଆଇନର ଖୋଲା ଉଲଂଘନ, ସାମୁଦ୍ରିକ ଜୀବ, ଦୁର୍ଲ୍ଲର ଅଲିଭ ରିଡେଲ କଇଁବ ସୁରକ୍ଷା ଓ ପରିବେଶ ସନ୍ତୁଳନ ରକ୍ଷା ଦିଗରେ କୌଣସି ଦୃଷ୍ଟି ନ ଦେଇ ପୂର୍ବରୁ ଜଳକ୍ରୀଡା କେନ୍ଦ୍ର ଥିବା ସ୍ଥାନରେ ପାଖକୁ ଲାଗି ଅନ୍ୟ ଏକ କେନ୍ଦ୍ର ଖୋଲିବା କେତେଦୂର ସମୀଚିନ ତାହା ବୁଦ୍ଧିଜୀବୀ ଓ ପରିବେଶବିତ ମହଲରେ ଉଦବେଗ ପ୍ରକାଶ କରିଛି ।ଚନ୍ଦ୍ରଭାଗା ସମୁଦ୍ର ଗଭୀର ହୋଇଥିବା ବେଳେ ଏହା ଜଳକ୍ରୀଡା କେନ୍ଦ୍ର ନିମନ୍ତେ ଉପଯୁକ୍ତ ସ୍ଥାନ ନୁହେଁ ବୋଲି ପରିବେଶଚିତ ମହଲରେ ଆଲୋଚନା ହେଉଛି । ଏହି ଜଳକ୍ରୀଡା କେନ୍ଦ୍ର ଯୋଗୁଁ ସମୁଦ୍ରରେ ଜଳକ୍ରୀଜା ସମୟରେ ପର୍ଯ୍ୟଟକ ମାନେ ମୃତ୍ୟୁ ବରଣ କରିବାର ନଜିର ରହିଛି। ସାମୁଦ୍ରିକ ଜୀବ, ଅଲିଭରିଡେଇ କଇଁଛ ମାନଙ୍କ ସୁରକ୍ଷା, ସିଆରଜେଡ୍ ଆଇନର ଖୋଲା ଉଲଂଘନ କରିବା କାରଣରୁ ଚନ୍ଦ୍ରଭାଗା ଠାରେ ପୂର୍ବରୁ ଥିବା ଜଳକ୍ରୀଡା କେନ୍ଦ୍ର ଓ ନୂତନ ଭାବେ ଖୋଲିବା ପାଇଁ ଥିବା ପ୍ରସ୍ତାବିତ ଜଳକ୍ରୀଡା କେନ୍ଦ୍ର ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଅପସାରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ, ବିଭାରୀଯ ସଚିବ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଦୃଷ୍ଟି ଦେଇ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ସମାଜିକ ସଂଗଠନ, ଲୋକ ପ୍ରତିନିଧ ପର୍ଯ୍ୟଟକ ପ୍ରେମୀ, ଗବେଷକ, ପରିବେଶବିତ ଓ ପ୍ରକୃତିପ୍ରେମୀ ମହଲରେ ଜୋରଦାର ଦାବି ହେଉଛି।

Leave a Reply

Your email address will not be published. Required fields are marked *