ବିଷୁବ ଆସର ଅନୁଷ୍ଠିତ

ପୁରୀ:୧୪/୪: ସବିତା ସ୍ମୃତି ସାହିତ୍ୟ ସଂସଦ ଓ ପାଠାଗାର ସଭାଗୃହରେ ମହାବୀର ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ମହାବିଷୁବ ଉତ୍ସବ ପାଳନ ଅବସରରେ ଏକ କବିତା ଆସର ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ କବି ଚିନ୍ମୟ ବିବେକ, ଚନ୍ଦ୍ରଶେଖର ମହାରାଣା ଏବଂ ଅନନ୍ତ ପ୍ରଧାନ ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରି ଆମ ପର୍ବ ପାଳନ ବିଷୟରେ ଆଲୋଚନା କରିଥିଲେ। ପରେ ପରେ ମୀରା ମହାନ୍ତିଙ୍କ ସଂଯୋଜନାରେ ହରି ପ୍ରସାଦ ବିଶ୍ୱାଳ, ଯୋଗେଶ୍ୱର ନାୟକ, ସନ୍ନ୍ୟାସୀ ନାୟକ, ସତ୍ୟଭାମା ନାୟକ, ବିଜୟ କୁମାର ପଣ୍ଡା, ମହେନ୍ଦ୍ର ଦାଶ, ପ୍ରବାସିନୀ ମିଶ୍ର, ଲକ୍ଷ୍ମୀପ୍ରିୟା ଚିହ୍ନରା, ଚିନ୍ମୟୀ ଗଜେନ୍ଦ୍ର, ଯୋଗେଶ୍ଵର ପ୍ରହରାଜ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ଜାନକୀ ବଲ୍ଲଭ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କିଶୋର ଚନ୍ଦ୍ର ଦାସ ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *