ଫେସବୁକ ଲାଇଭ ମାସିକ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବ ଉଦଘାଟିତ
ପୁରୀ :୩୧/୭- ଶ୍ରୀକ୍ଷେତ୍ର ତଥା ଓଡ଼ିଶାର ସୁନାମଧନ୍ୟ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗବେଷଣା କେନ୍ଦ୍ର “ଶ୍ରୀ ଜଗନ୍ନାଥ ସଙ୍ଗୀତ କଳା ମହାବିଦ୍ୟାଳୟ ପୁରୀ” ଦ୍ଵାରା ଆୟୋଜିତ ସନ୍ଧ୍ୟାକୁ, ସେବାୟତ ଶ୍ରୀଯୁକ୍ତ ଭଗବାନ ସୁଆର ପ୍ରଦୀପ ପ୍ରଜ୍ଵଳନ କରି, କାର୍ଯ୍ୟକ୍ରମର ଭୂୟଶୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଗୁରୁ ଶତ୍ରୁଘ୍ନ ନାୟକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ପରେ ଅନୁଷ୍ଠାନ ତରଫରୁ ଗୁରୁ ଚନ୍ଦ୍ରମଣି ଲେଙ୍କା ମୁଖ୍ୟ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ସମସ୍ତ କଳାକାରମାନଙ୍କୁ ଉପଢୌକନ ସହ ସମ୍ମାନିତ କରିଥିଲେ। ଶେଷରେ ଗୁରୁ ଚନ୍ଦ୍ରମଣି ଲେଙ୍କା, ଶ୍ରୀଧର ମହାପାତ୍ର ଓ ଶ୍ରୀମତୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ପ୍ରମୁଖ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ସର୍ବଶ୍ରୀ ଗୁରୁ ଚନ୍ଦ୍ରମଣି ଲେଙ୍କା, ଗୁରୁ ହରିଶ୍ଚନ୍ଦ୍ର ଦାଶ, ଗୁରୁ ସତ୍ୟନାରାୟଣ ଗୁରୁ ଓ ଗୁରୁ ରବିନାରାୟଣ ଦାଶ୍ ପ୍ରମୁଖ ସହଯୋଗ କରିଥିଲେ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି।
