ଉଦଘାଟିତ ହେଲା ପ୍ରସିଦ୍ଧ ସରସ୍ବତୀ ମେଳା

,ଉଦଳା ତା ୩/୨ ମୟୁରଭଞ୍ଜ ଜିଲ୍ଲା ର କପ୍ତିପଦା ଉପଖଣ୍ଡ ର ଉଦଳା ରେ ବହୁ ପ୍ରତିକ୍ଷୀତ ପ୍ରସିଦ୍ଧ ସରସ୍ବତୀ ମେଳା ଅତି ଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଅଛି l ପ୍ରଥମେ ମା ବାଗଦେବୀ ଉଦଳା ର ଆରାଧ୍ୟ ଦେବୀ ମା ସରସ୍ବତୀ ମନ୍ଦିର ରୁ ଆଜ୍ଞା ମଲା ସହ ବିରାଟ ପଟୁଆର ସହ ଯାତ୍ରା ବାହାରି ସହର ପରିକ୍ରମା କରି ମେଳା ମଣ୍ଡପ ରେ ପହଞ୍ଚିଥିଲା l ମାନ୍ୟବର ଉଦଳା ବିଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ ଓ ଉଦଳା ଏନ. ଏ. ସି ର ମାନନୀୟ l ଅଧକ୍ଷ୍ୟା ଶ୍ରୀମତୀ ପ୍ରମିଳା ପଣ୍ଡା ଫିତା କାଟି ସରସ୍ବତୀ ମେଳକୁ ଉଦଘାଟିତ କରିଥିଲେ l ଏହି ମେଳା ସାରା ମୟୁରଭଞ୍ଜ ଜିଲ୍ଲା ତଥା ନିକଟବର୍ତ୍ତୀ ଜିଲ୍ଲା ମାନଙ୍କ ରୁ ଲୋକ ମାନେ ଆସି ଭରପୁର ଉପଭୋଗ କରିଥାନ୍ତି l ଏହି ମେଳା ସମ୍ପର୍କ ର ସେତୁ କହିଲେ କିଛି ଭୁଲ ହେବନି l ଦୀର୍ଘ ତେର ଦିନ ଧରି ମେଳା ବସିବ ବୋଲି ମେଳା କମିଟି ପକ୍ଷ ରୁ ପ୍ରକାଶ l ମେଳରେ ବିଭିର୍ନ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l

Leave a Reply

Your email address will not be published. Required fields are marked *