ବଢୁଛି ଜଙ୍ଗଲ କାଠ ମାଫିଆଙ୍କ ହଜୁଚି ନିଦ

ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ରହିଛି ବଡଗଡ ବାନାଞ୍ଚଲ୍। ସବୁଜିମା ରେ ପରିବେଷ୍ଟିତ ଏହି ଅଞ୍ଚଳ ରେ ଆୟେଦିନ ଲୋଲୁପ ଦୃଷ୍ଟି ପକାନ୍ତି କାଠ ମାଫିଆ । ସତେ ଯେମିତି ଏହି ଜଙ୍ଗଲ ରହିଛି ଏମାନଙ୍କ ପୈତୃକ ସଂପତ୍ତି ଆଉ ଏହି ମାନେ ହଉଛନ୍ତି ଏଠିକାର ଜଣେ ଜଣେ ପୁଷ୍ପା । ବଡଗଡ ରେ ଦୁଇ ପାର୍ଶ୍ଵରେ ରହିଛି ଗଜପତି ଆଉ ଏହି ରାସ୍ତା ଗଜପତି ରୁ ବଡଗଡ ଦେଇ ଲମ୍ବିଛି ବ୍ରହ୍ମପୁର ଓ ଭୁବନେଶ୍ବର ପର୍ଯ୍ୟନ୍ତ । ଏହି ରାସ୍ତା ଦେଇ ପ୍ରାୟ ରାତିରେ କାଠ ଚୋରା ଚାଲାଣ ହଉଚି। ଗଛ କଟା ଯାଉଛି ଆଉ କାଠ ଚୋରା ଚାଲାଣ ହଉଚି ଏବଂ ଜଙ୍ଗଲ ନଷ୍ଟ କରାଯାଉଛି । କିନ୍ତୁ ଏହି 4 ଠୁ 5 ମାସ ହେଲା ଏହି ଅଞ୍ଚଳର ବନ୍ ବିଭାଗ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି ଅଞ୍ଜନ କୁମାର ନାୟକ । ଶ୍ରୀ ନାୟକ ଏଠାରେ ଦିୟିତ୍ଵ ଗ୍ରହଣ କରିବା ଦିନଠୁ ରାତି ଦିନ ଏକ କରି ବନ ସୁରକ୍ଷା ଉ ତାହାର ଅଭିବୃଦ୍ଧି କୁ ନେଇ ଲାଗି ପଡିଛନ୍ତି । ବର୍ତ୍ତମାନ ବଡଗଡ ବନାଞ୍ଚଳ ଏବେ ଏକସନ ମୋଡରେ । କଡ଼ା ପେଟ୍ରୋଲି ଯୋଗୁଁ କାଠ ଚୋରା ଚାଲାଣତ ଛାଡନ୍ତୁ କାଠ କାଟିବା ଭି ବର୍ତ୍ତମାନ ସ୍ବପ୍ନ । ସତେ ଯେମିତି କାଠ ମାଫିଆଙ୍କ ନିଦ ହଜିଯାଇଛି । କିନ୍ତୁ ପ୍ରୟାସ ଏତିକି ନୁହ କେବଳ ଏହି ମାନଙ୍କୁ ରୋକିବା ସହ ନୂତନ ଜଙ୍ଗଲ ସୃଷ୍ଟି କୁ ନେଇ ବିଭିନ୍ନ ଫଳ ଗଛ ଲଗା ଯାଉଛି ଯାହାକି ଲୋକଙ୍କ କାମରେ ଆସିବା ସହ ଜଙ୍ଗଲ ପ୍ରାଣୀ ପାଇଁ ଉଦ୍ଧିଷ୍ଟ ରହିବ ।ଏହା ସହ ବହୁତ୍ ତାଳ ଗଛ ମଧ୍ୟ ଲଗା ଯାଇଛି ଯାହାକି ବିଜୁଳି ଘଡଘଡି କୁ ଆୟତ କରିବାରେ କାମ ରେ ଆସିଥାଏ । ସରକାରଙ୍କ ନାରା “ମା ପାଇଁ ଗଛ ଟିଏ ” ଅନ୍ତର୍ଭୁକ୍ତ ରେ ବହୁ ଖାଲି ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି । ଏଥି ସହ ଗ୍ରାମ ବସୀଙ୍କ ଜୀବନ ଜୀବିକା କୁ ନଜର ରେ ରଖି ସ୍ଥାନୀୟ ବିଧାୟକ ଙ୍କ କର କମଳ ରେ 6 ଗୋଟି ଗ୍ରାମକୁ ଜେନେଟର ଓ ବାଦ୍ୟ ଯନ୍ତ୍ର , କିଛି ଗ୍ରାମ କୁ ମାଛ ଜାଆଁଳା ଓ ମହୁ ଚାଷ ଚାଷ ପାଇଁ ମଧ୍ୟ ସହ ଯୋଗ କରାଯାଇଛି । ଯାହାକୁ ନେଇ ବର୍ତ୍ତମାନ ତାଙ୍କ କାମ କୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *