ଡିସେମ୍ବର ୧ ରୁ ୫ ଆୟୋଜିତ ହେବ କୋଣାର୍କ ଉତ୍ସବ
ଡିସେମ୍ବର ୧ ରୁ ୫ ଆୟୋଜିତ ହେବ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବର କୋଣାର୍କ – ଡିସେମ୍ବର ୧ ରୁ ୫ ଆୟୋଜିତ ହେବ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଏନେଇ ମଙ୍ଗଳବାର ଅପରାହ୍ନରେ ପାନ୍ଥ ନିବାସରେ ଆୟୋଜିତ ହୋଇଯାଇଛି ପ୍ରସ୍ତୁତି ବୈଠକ। ଉପ ମୂଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସଚିବ ବଲବନ୍ତ ସିଂ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ, ବନଖଣ୍ଡ ଅଧିକାରୀ ମଗର ଧାନୋଜ ରସୋ ଓ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କୋଣାର୍କରେ ପୁଣିଥରେ କଳାର ଏକ ବିଶ୍ବସ୍ତରୀୟ ସମାଗମ ଦେଖିବାକୁ ମିଳିବ । ଏଠାରେ ପ୍ରତିବର୍ଷ ପରି ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ଦୁଇଟି ବାର୍ଷିକ ଉତ୍ସବ ଆୟୋଜିତ ହେବ ଯଥା ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳୀ, ଭବ୍ୟ ସୂର୍ଯ୍ୟ ମନ୍ଦିରର ପୃଷ୍ଠଭୂମିରେ ଅନୁଷ୍ଠିତ ହେବ କୋଣାର୍କ ଉତ୍ସବ (ଯେଉଁଥିରେ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶିତ ହୁଏ) ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜିତ ହେବ । ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ‘କୋଣାର୍କ ଉତ୍ସବ’ର ୩୭ତମ ସଂସ୍କରଣ, ୨୦୨୬ ମସିହା ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୬:୦୦ଟାରୁ ୮:୩୦ଟା ମଧ୍ୟରେ, ଭବ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ପୃଷ୍ଠଭୂମିରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ ମଞ୍ଚରେ ଆୟୋଜିତ ହେବ । ଏହି ଉତ୍ସବରେ ଭାରତର ଶ୍ରେଷ୍ଠ ଶାସ୍ତ୍ରୀୟ ନୃତ୍ୟ ଶୈଳୀଗୁଡ଼ିକ ପ୍ରଦର୍ଶିତ ହେବ । ଓଡ଼ିଶୀ, କୁଚିପୁଡ଼ି, ମୋହିନୀୟାଟ୍ଟମ୍, ସତ୍ରିୟା, କଥକ ଏବଂ ଭରତନାଟ୍ୟମ୍ ଭଳି ଭାରତର ପ୍ରମୁଖ ଶାସ୍ତ୍ରୀୟ ନୃତ୍ୟ ଶୈଳୀର ବିଶିଷ୍ଟ କଳାକାର ଓ ନୃତ୍ୟାନୁରାଗୀମାନେ ଏହି ପାଞ୍ଚ ଦିନିଆ ନୃତ୍ୟ ଉତ୍ସବରେ ଅଂଶଗ୍ରହଣ କରିବେ । ସେହିପରି ୧୬ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜିତ ହେବ ସ୍ବର୍ଣ୍ଣାଭ ଚନ୍ଦ୍ରଭାଗା ବେଳାଭୂମିରେ। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ସ୍ଥିତ ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରଠାରୁ ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଚନ୍ଦ୍ରଭାଗା ବେଳାଭୂମିରେ ‘୧୬ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜନ କରାଯାଉଛି । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ଆନ୍ତର୍ଜାତୀୟ ବାଲୁକା ମହୋତ୍ସବର ବ୍ରାଣ୍ଡ ଆମ୍ବାସଡର ତଥା ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ତତ୍ତ୍ୱାବଧାନରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଏହି ମହୋତ୍ସବରେ ୧୪୨ ଜଣ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି । ଏଥିରେ ଋଷିଆ, ଫିନଲ୍ୟାଣ୍ଡ, ଲିଥୁଆନିଆ, କାନାଡା, ସ୍ଵିଡେନ ଏବଂ ଭିଏତନାମ ଭଳି ବିଭିନ୍ନ ଦେଶର ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ବାଲୁକା ଶିଳ୍ପୀମାନେ ସାମିଲ ହେଉଛନ୍ତି। ଏହା ବ୍ୟତୀତ ଭାରତର ବିଭିନ୍ନ ରାଜ୍ୟ ଯଥା ଝାଡ଼ଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା, ଗୁଜୁରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ତାମିଲନାଡୁରୁ ମଧ୍ଯ ଶିଳ୍ପୀମାନେ ଅଂଶଗ୍ରହଣ କରୁଛନ୍ତି । ଓଡ଼ିଶ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ଶିଳ୍ପୀମାନେ ମଧ୍ୟ ଏଠାରେ ନିଜର କଳାତ୍ମକ ସୃଜନଶୀଳତା ଓ ପ୍ରତିଭା ପ୍ରଦ ପ୍ରଦର୍ଶନ କରିବେ ।

ଏହି ମହୋତ୍ସବ ୨୦୨୬ ମସିହା ଡିସେ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁ ଅନୁଷ୍ଠିତ ହେବ ଦର୍ଶକମାନେ ପ୍ରତିଦିନ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ବାଲୁକା କଳା ପ୍ରଦର୍ଶନୀ ଦେଖୁପାରିବେ। ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଲୁକା ଶିଳ୍ପୀମାନଙ୍କୁ ନିଜର ସୃଜନଶୀଳତା ପ୍ରଦର୍ଶନ କରିବା ପାଇଁ ଏକ ଆନ୍ତର୍ଜାତୀୟ ମଞ୍ଚ ଯୋଗାଇ ଦେବା, ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ, ଐତିହ୍ୟ ଓ କଳାତ୍ମକ ପରମ୍ପରାର ପ୍ରଚାର ପ୍ରସାର କରିବା ଏବଂ ସାଂସ୍କୃତିକ ତଥା ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟର ସ୍ଥିତିକୁ ଅଧିକ ସୁଦୃଢ଼ କରିବା । ଏହି ପ୍ରସ୍ତୁତି ବୈଠକରେ ପୂର୍ତ୍ତ ବିଭାଗ, ୱାଟକୋ, ସ୍ବାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ୍, କୋଣାର୍କ ଏନଏସି, ପୁରୀ ଲୋକ ସମ୍ପର୍କ, ପର୍ଯ୍ୟଟନ, ଓଷ୍ଣା, ପର୍ଯ୍ୟଟନ ନିଗମର ଅଧିକାରୀ ମାନେ ଯୋଗଦେଇ ସେମାନଙ୍କ ବିଭାଗର ଆଗାମୀ କାର୍ଯ୍ୟ ପ୍ରଣାଳୀ ସଫଳ କରାଇବାକୁ ପରାମର୍ଶ ଗ୍ରହଣ କରିଥିଲେ।
