ଚାରି ଦିନ ଲଗାଣ ବର୍ଷାରେ ଗଜା ହେଲା ଧାନ
ଭଦ୍ରକ :- ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ କୁଶବେଣ୍ଟି ଗ୍ରାମର ଚାଷୀଙ୍କ ର ଅବସ୍ଥା କହିଲେ ନ ସରେ। ଗଣେଶ ପାତ୍ର ନାମକ ଜଣେ ବେକ୍ତି କରଜ କରି ଚାଷ କାମ ଆରମ୍ଭ କରିଥିଲେ। ଚାଷ ଧାନ ଗଜା ହୋଇ ନଷ୍ଟ ହୋଇଯାଉଛି। କଥାରେ ଅଛି ଚାଷ ଅଛି ଯାହାର କି ଭୟ ତାହାର। ଧାନ ଚାଷ କରି ସାଧାରଣ ମଣିଷ ଚଳିବା ପାଇଁ ଆଶା ରଖିଥାଏ । ଚାଷି ଚାଷ ଲୋନ କରଜ କରି ଚାଷ କରିଥାଏ । ଆଶା ଥାଏ ସେଇ ଚାଷ ଧାନ ଅମଳ କରି ରୁଣ ଶୁଝିବା ସହିତ ବର୍ଷକର ଖାଦ୍ୟ ସଂଗ୍ରହ କରି ଚାଷ କରିଥାଏ ଅଦିନିଆଁ ବର୍ଷା ତାହା ହବାକୁ ଦେଲାନାହିଁ । ଗଣେଶ ପାତ୍ର ଚାରି ଏକର ଜମି ଚାଷ କରିଥିଲେ ଆଗରୁ ଦୁଇ ଏକର ଜମି ବର୍ଷା ପବନରେ ପଡିଯାଇ ନଷ୍ଟ ହୋଇଯାଇଥିଲା। ଆଉ ଦୁଇ ଏକର ଜମି ଧାନ କାଟି ଆଣିଥିଲେ। ହେଲେ ଚାରି ଦିନ ବର୍ଷା ଲାଗିରହିବା ଫଳରେ ସେ ଧାନ ସବୁ ଗଜା ହୋଇ ନଷ୍ଟ ହୋଇଯାଇଛି। କେମିତି ବର୍ଷ କର ଆହାର ଯୋଗାଇବେ ଚିନ୍ତାରେ ଚାଷି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
