ଭଦ୍ରକ ଜିଲ୍ଲା ପୁରୁଣା ବଜ଼ାର ପୋଲିସ ମାକ୍ସ ହେଲମେଣ୍ଟ ଚେକିଂ ବେଳେ ଦୁର୍ଘଟଣା
ଭଦ୍ରକ:- ଭଦ୍ରକ ଜିଲ୍ଲା ପୁରୁଣାବଜାର ପୋଲିସ ମାକ୍ସ ଚେକିଙ୍ଗି ବେଳେ ଅଘଟଣ ଘଟାଇଛି ।ହଳଦିଡିହ ବାଇପାସ୍ ଛକ ନିକଟରେ ଚେକିଂ ଚାଲିଥିବା ବେଳେ ବାଇକ ଚାଳକକୁ ପୁରୁଣା ବଜାର ପୋଲିସ୍ ଅଟକାଇବା ପାଇଁ ବାଡ଼ି ଦେଖାଇଥିଲା । ବାଇକ ଚାଳକ ଜଣକ ଭାରସମା ହରାଇ ତଳେ ପଡିଯାଇଥିଲେ, ଫଳରେ ତାଙ୍କ ଗୋଡ଼ରେ ଆଘାତ ଲାଗି ଗୋଡ଼ ଟି ଭାଙ୍ଗି ଜାଇଥିଲା ସ୍ଥାନୀୟ ଲୋକ ଙ୍କ ଉତ୍ତେଜନା ସୃଷ୍ଟି ହୋଇଥିଲା ଫଳରେ ଯୁବକ କୁ ଗୁରୁତ୍ତ୍ୱ ର ଅବସ୍ଥାରେ ମେଡିକାଲ ରେ ଭର୍ତି କରାଯାଇଥିଲା । ଏନେଇ ଶହ ଶହ ଲୋକେ ଚାନ୍ଦବାଲି ରାସ୍ତାରେ ଟାୟାର ଜଲାଇ ନିଆଁ କୁ ଅବରୋଧ କରି ପ୍ରତିବାଦ ମଧ୍ୟ କରିଥିଲେ , ପରେ ଭଦ୍ରକ SDPO ଖବର ପାଇ ସେହି ସ୍ଥାନ ରେ ପହଞ୍ଚି ବୁଝା ସୁଝା କରିଛନ୍ତି ଏକ ନୂତନ ହମ୍ବସ୍ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଶହ ଶହ ଲୋକ ସେଠାରେ ଭିଡ଼ ଜମାଇ ଥିଲେ ଏବଂ ପୋଲିସ ର ମନ ମୁଖିଆ କାମ ପାଇଁ ମାକ୍ସ ଚେକିଙ୍ଗ ବେଳେ ଅଘଟଣ ନେଇ ପୁରୁଣା ବଜାର ପୋଲିସ କୁ ସମସ୍ତେ ଦାୟି କରିଛନ୍ତି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
