ରେଢୁଆ ସମବାୟସମିତିରେ ଝୁଲୁଛି ତାଲା।ଚାଷୀ ହେଉଛି ହଟହଟା।

ରଘୁନାଥପୁର ତା ୨୩/୫-*–କଟକ କେନ୍ଦ୍ରିୟ ସମବାୟ ବ୍ୟାଙ୍କ ରଘୁନାଥପୁର ଶାଖା ଅଧିନରେଥିବା ରେଢୁଆ ସମବାୟସମିତିରେ ଝୁଲିଛିତାଲା।ଫଳରେ ଏହି ସମବାୟ ସମିତି ଅଧିନରେଥିବା ତଅଁରା,ରେଢୁଆ, ସାଦେଇପୁର ୩ ଗୋଟି ପଞ୍ଚାୟତର ପ୍ରାୟ ୯ଟି ଗ୍ରାମର ନିର୍ଭରଶୀଳ ଚାଷୀମାନେ ହଟହଟା ହେଉଥିବାର ଅଭିଯୋଗ ହେଉଛି।ତେବେ ଏହି ସମବାୟ ସମିତିର କୈଣସିସ୍ଥାୟୀ ସମ୍ପାଦକ ନଥିବାରୁ ରାଢଙ୍ଗ ସମବାୟ ସମିତିର ସମ୍ପାଦକ ଏହି ସମିତି ର ସମ୍ପାଦକ ଦାୟୀତ୍ବରେ ରହିଥିଲେ।ତାଙ୍କର ଗତ ଅପ୍ରେଲ ମାସରେ ଚାକିରୀ ଅବଧି ଶେଷ ହୋଇ ଥିବାରୁ ତାଙ୍କୁ ଅବସର ଦିଆଯାଇଛି।ଅବସର ପରଠାରୁରେଢୁଆ ସମବାୟ ରେ ସମ୍ପାଦକ ପଦ ଖାଲିପଡିରହିଛି।ଯାହାକୁ ନେଇ ଏହି ସମବାୟ ରେ ଅଚଳ ଅବସ୍ଥା ସୣଷ୍ଟିହୋଇଛି।ଏହିସମସ୍ୟାପାଇଁ ୩ ଗୋଟିପଞ୍ଚାୟତର ଚାଷୀମାନେ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହେଉଛନ୍ତି।ସମବାୟସମିତିକୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଚାଷୀମାନେ ସମବାୟ ରେ ତାଲାଝୁଲୁଥିବା ଦେଖି ନିରାଶ ହୋଇ ଫେରୁଥିବା ର ଦେଖି ବାକୁ ମିଳୁଛି।ଏବେପୁଣି ଖରିଫ ଫସଲ ପାଇଁ ବିହନ କିଟନାଶକ ଅନ୍ୟ ସମବାୟ ସମିତି ରେ ବିକ୍ରି କରିବା ଆରମ୍ଭ ହୋଇଥିଲାବେଳେ ରେଢୁଆ ସମବାୟ ଖାଲିପଡିଥିବାରୁ ଏଠାକାର ଚାଷୀ ଚିନ୍ତାରେ ପଡିଛି। ତୁରନ୍ତ ରେଢୁଆସମବାୟ ସମିତି ରେ ସ୍ଥାୟୀ ସଂମ୍ପାଦକ ନିଯୁକ୍ତି କରିବାପାଇଁ ୩ଗୋଟି ପଞ୍ଚାୟତର ଚାଷୀ ସରକାର ଙ୍କ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *