ଯୁକ୍ତ ଦୁଇରେ ସୁଧାକିରଣ ମହାବିଦ୍ୟାଳୟ ର ସଫଳତା।

ରାଇକିଆ, ତା 23/5/26 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ଅବସ୍ଥିତ ଥିବା ସୁଧାକିରଣ ମହାବିଦ୍ୟାଳୟ ରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଶତ ପ୍ରତିଶତ ପାସ ହାର ରହିଥିବା ଦେଖିବାକୁ ମିଳିଅଛି।ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ରେ ମଧ୍ୟ କଳା ପରୀକ୍ଷା ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଅନୁଷ୍ଠାନ ର ବିଦ୍ୟାର୍ଥୀ ଗଣ । 73 ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରେ ଓ 98 ଜଣ ଦ୍ୱତୀୟ ଶ୍ରେଣୀ ରେ ଉତୀର୍ଣ୍ଣ ହୋଇ ମହାବିଦ୍ୟାଳୟ ସକାଶେ ଖୁସି ର ଲହରୀ ଆଣିଥିବା ଦେଖିବାକୁ ମିଳିଅଛି।କନ୍ଧମାଳ ଜିଲ୍ଲା ଏକ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହିଭଳି ଅଞ୍ଚଳ ରେ ଏକ ଶିକ୍ଷା ର ମନ୍ଦିର ଗଢି ତୋଳିବା ସହିତ ବିଭିନ୍ନ ଉପାନ୍ତ ଅଞ୍ଚଳ ରୁ ଆଶା ଓ ବିଶ୍ୱାସ ରଖି ଆସଥିବା ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଢି ତୋଳିବା ଏହି ମହାବିଦ୍ୟାଳୟ ର ଲକ୍ଷ ଓ ଉଧେଶ୍ୟ ବୋଲି ସୁଧାକିରଣ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଡ. ସନ୍ତୋଷ କୁମାର ନାୟକ ମତବ୍ୟକ୍ତ କରିଛନ୍ତି। ଛାତ୍ର ଛାତ୍ରୀ ନିଜର ସଫଳତାର ଶ୍ରେୟ ନିଜ ପିତା ମାତା ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଙ୍କୁ ଅଭିବାଦନ ଜଣାଇଛନ୍ତି। ପ୍ରତିଷ୍ଠାତା ସନ୍ତୋଷ କୁମାର ନାୟକ ଉର୍ତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଛାତ୍ର ଛାତ୍ରୀ ଙ୍କୁ ମିଠା ଖୁଆଇ, ଡିକ୍ସନାରୀ ପ୍ରଦାନ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି.

Leave a Reply

Your email address will not be published. Required fields are marked *