ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିକ୍ ଲିମିଟେଡ୍ ରେ ଜନ ଶୁଣାଣି ସଫଳ

କୋରାପୁଟ:ରାଜ୍ୟ ପ୍ରଦୂଷଣ ବୋର୍ଡ ନିୟନ୍ତ୍ରଣ ବୋର୍ଡ଼ ଓଡିଶା ତରଫରୁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅନ୍ତର୍ଗତ ଆଲିଗାଁ , କଙ୍କଡାମ୍ବ,ସୋରିଷପଦର ଗ୍ରାମରେ ୨,୬୮,୧୧ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ମାଳିପର୍ବଟ ବକ୍ସାଇଟ୍‌ ଖଣିରୁ ବାର୍ଷିକ ୦.୬ ନିୟୁତ ଟନ୍‌ ବକ୍ସାଇଟ୍‌ ଉତ୍ତୋଳନ ନିମନ୍ତେ ଜନ ଶୁଣାଣି କରାଯାଇଥିଲା। ଏହି ଜନ ଶୁଣାଣି ରେ 4 ଟି ପଞ୍ଚାୟତ ର 18 ଗୋଟି ଗ୍ରାମ ଭାଗ ନେଇଥିଲେ। ମାଳି ପର୍ବତ ଖଣି ପ୍ରଭାବିତ ଅଞ୍ଚଳ ରେ ଲୋକ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ କମ୍ପାନୀ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।ପ୍ରଭାବିତ ଗ୍ରାମାଞ୍ଚଳରେ ଔଷଧ ବଣ୍ଟାଯାଇଛି।ରୋଗୀମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେବାକୁ ଆମ୍ବୁଲାନସ ଯୋଗାଇଦିଆଯାଇଛି। ପ୍ରଭାବିତ ଗ୍ରାମମାନଙ୍କରେ ଆଗାମୀ ଦିନରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।ଆବଶ୍ୟକତା ମୁତାବକ ଔଷଧ ଯୋଗାଇ ଦିଆଯିବ। ଶିକ୍ଷା ରେ ବିକାଶ ପାଇଁ ହିଣ୍ଡାଲକୋ ସର୍ବଦା ଯତ୍ନବାନ ରହିଛି। ମାଳ ପର୍ବତ ପ୍ରଭାବିତ ଅଞ୍ଚଳ ରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନର ବିକାଶ କରାଯିବ। ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଉପ କରଣ ଯୋଗାଇ ଦିଆଯିବ।ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ସହଯୋଗ କରାଯିବ।ପାନୀୟ ଜଳ ପ୍ରଭାବିତ ଅଞ୍ଚଳ ରେ ଉପଲବ୍ଧ ପ୍ରାକୃତିକ ଜଳ ଶ୍ରୋତକୁ ବିନିଯୋଗ କରି ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳ ରେ ଲୋକଙ୍କ ରୋଜଗାର କ୍ଷମତାକୁ ବୃଦ୍ଧି କରାଯିବ। ବିଶେଷ କରି କୃଷି ଓ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ। କ୍ରୀଡ଼ା କ୍ଷେତ୍ରରେ ଗ୍ରାମାଞ୍ଚଳ ରେ ପ୍ରତିଭା ମାନଙ୍କୁ ଅଗ୍ରାଧିକାର ଦିଆଯିବ।ଜୀବନ ଜୀବିକା କ୍ଷେତ୍ର ରେ ହିଣ୍ଡାଲକୋ ଏକ ନୂଆ ଦିଗ ଦେଖାଇବ ବୋଲି କମ୍ପାନୀ ପକ୍ଷରୁ ପ୍ରଭାବିତ ଅଞ୍ଚଳ ବାସୀଙ୍କୁ କମ୍ପାନୀ ତରଫରୁ ପ୍ରତିଶୃତି ଦିଆଯାଇଥିଲା. ସ୍ଥାନୀୟ ଅଞ୍ଚଳ ବାସୀ କମ୍ପାନୀ ପ୍ରତିଶୃତି କୁ ସମର୍ଥନ କରିବା ସହିତ ହିଣ୍ଡାଲକୋ କମ୍ପାନୀ ହେବାକୁ ସମର୍ଥନ ଜଣାଇଥିଲେ। ଏହି ଜନ ଶୁଣାଣି ରେ କୋରାପୁଟ ଅତିରିକ୍ତ ଜ଼ିଲ୍ଲାପାଳ ରାଜେନ୍ଦ୍ର ମାଝୀ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *