କବାଟରେ ତାଲା ପକାଇ ଘର ପୋଡ଼ିଦେଲା ଦୁର୍ବୁତ୍ତ।ଅଳ୍ପକେ ବର୍ତ୍ତି ଗଲେ ପରିବାର ଲୋକେ।ପୋଲିସ ଗାଡି ବିଳମ୍ବରେ ପହଁଚିବାରୁ ପୋଲିସ ଅଧିକାରୀଙ୍କୁ ଅଟକାଇଦେଲେ ଉତ୍ୟକ୍ତ ଗ୍ରାମବାସୀ

ଧୀରେ ଧୀରେ ମାନବିକତା ହରାଉଛି ମଣିଷ ସମାଜ। ପଶୁଠାରୁ ଆହୁରି ନୃଶଂସ ହେଉଛି ସଭ୍ୟ ସମାଜର କିଛି ଅସଭ୍ୟ ମଣିଷ। ଦିନକୁ ଦିନ ହଜିଯାଉଛି ମଣିଷର ବିବେକ ଏବଂ ସାଧାରଣ ଜ୍ଞାନ ଏବଂ କରି ବସୁଛି ଅତି ନୃଶଂସ ଏବଂ ଅବିଶ୍ଵସନୀୟ କାର୍ଯ୍ୟ। ତେବେ ଆଜି ଏମିତି ଏକ ଘଟଣା ଯାହା ସାରା ଭଦ୍ରକ ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଛି। ଘଟଣାରୁ ପରିପ୍ରକାଶ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବନ୍ଧଗାଁ ପାଞ୍ଚପଡ଼ା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ କାର୍ଯ୍ୟ। ଘରେ ସୋଇଥିବାବେଳେ ଉକ୍ତ ଗ୍ରାମର ବିରେନ ମହାନ୍ତି ନାମକ ଜଣେ ବ୍ୟକ୍ତି ମଞ୍ଜୁଲତା ରାଓଙ୍କ ଘରେ ବାହାରୁ ତାଲା ପକାଇ ଘର ଚାଳରେ ନିଆଁ ଲଗେଇଦେଇଥିଲା। ଗ୍ରାମବାସୀଙ୍କ ଉଦ୍ୟମରେ ଅଳ୍ପକେ ବର୍ତ୍ତିଗଲେ ଅସହାୟ ପରିବାର ଲୋକେ। ଅଭିଯୋଗକାରିଣୀ ମଞ୍ଜୁଲତା ରାଓଙ୍କ କହିବାନୁଯାୟୀ ସେ ସେହି ଗ୍ରାମର ସଞ୍ଜୟ ମହାକୁଡ଼ଙ୍କ ଘରେ ଭଡ଼ାରେ ରହି ଆସୁଥିଲେ। କିଛି ଦିନ ପୂର୍ବରୁ ଘରେ କେହି ନଥିବାର ସୁଯୋଗ ଦେଖି ଉକ୍ତ ଗ୍ରାମର ବିରେନ ମହାନ୍ତି ନାମକ ଜଣେ ବ୍ୟକ୍ତି ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ଆଉ ଏ ନେଇ ଅଭିଯୋଗକାରିଣୀ ମଞ୍ଜୁଲତା ରାଓ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ଉକ୍ତ ଘଟଣାକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟାରେ ସେହି ଗ୍ରାମର ବିରେନ ମହାନ୍ତି ବୋଲି ନାମକ ଜଣେ ଜୈନିକ ବ୍ୟକ୍ତି ମଦ୍ୟପାନ କରି ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ତୋ ଘର ପୋଡି ତୋତେ ଏବଂ ତୋ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେବେ ସତକୁ ସତ ମଧ୍ୟରାତ୍ରରେ ଘରର ସାମ୍ନା ପଟୁ ତାଲା ପକାଇ ଘରର ପଛପଟ ଚାଳରେ ନିଆଁ ଲଗାଇ ଦେଇଥିଲା ଦୁର୍ବୁତ୍ତ ବିରେନ ମହାନ୍ତି। ହଟାତ ଧୂଆଁ ହେବା ଦେଖି ଘର ଭିତରୁ ଡାକ ଛାଡିଥିଲେ ଅଭିଯୋଗକାରିଣୀ ମଞ୍ଜୁଲତା ରାଓ। ତେବେ ଘରେ ଶୋଇଥିବା ଭିନ୍ନକ୍ଷମ ସାନ ପୁଅ ଧୂଆଁରେ ଅଚେତ ହୋଇଯାଇଥିବାବେଳେ ସଙ୍ଗେ ସଙ୍ଗେ ଗ୍ରାମବାସୀ ଉଦ୍ଧାର କରିଥିଲେ। ଘରର ସମସ୍ତ ଆସବାସ ଜିନିଷ ପତ୍ର ପୋଡି ଯାଇଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଥିଲେ ପରିବାର ଲୋକେ। ତେବେ ଏନେଇ ସଙ୍ଗେ ସଙ୍ଗେ ଭଦ୍ରକ ଗ୍ରାମଞ୍ଚଳ ଥାନାକୁ ଖବର ଦେବା ପରେ ଆଜି ସକାଳୁ ପହଞ୍ଚିଥିଲେ ଥାନା ଅଧିକାରୀ। ପୋଲିସ ବାବୁଙ୍କ ବିଳମ୍ବ ଦେଖି ଉତ୍ୟକ୍ତ ଥିବା ଲୋକେ ଥାନା ଗାଡିକୁ ଅଟକାଇ ଧାରଣାରେ ବସିଥିଲେ ଗ୍ରାମବାସୀ। କିଛି ସମୟ ଉତେଜନା ପରେ ସ୍ଥାନୀୟ ସରପଞ୍ଚଙ୍କ ମଧ୍ୟସ୍ଥିରେ ବୁଝାସୁଝା ହେବା ପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧରଣାରୁ ହଟିଥିଲେ ଗ୍ରାମବାସୀ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *