ବରଷା ଆସିଲା “

“ବରଷା ଆସିଲା “

ରଜନୀକାନ୍ତ ରଥ,ଜଗନ୍ନାଥପୁର ଶାସନ ,ରାଜନଗର, କେନ୍ଦ୍ରାପଡା ।

ବରଷା ଆସିଲା ନିଦାଘ ସରିଲା
ସନ୍ତାପିତ ପ୍ରାଣେ ଆନନ୍ଦ ଆସିଲା
ବନ ଉପବନେ ସୁଷମା ଖେଳିଲା
ଦୂର୍ବାଦଳେ ଆଜି ଧରଣୀ ହସିଲା
ବରଷା ଅଗମେ ନଦୀ ନାଳ ପୁରିଲା
ନୀଳ ମେଘ ଦେଖି ମୟୂର ନାଚିଲା
ସାରୁ ବୁଦା ମୂଳେ ବେଙ୍ଗୁଲି ରଡିଲା
ଚାତକର ଶୋଷ ସରି ସରି ଗଲା
ଚାଷୀ ଭାଇ ଆଜି କ୍ଷେତକୁ ଚାଲିଲା
ଚାଷ ଜମିରେ ସେ ହଳ ବୁଲାଇଲା
ବରଷକ ପାଇଁ ବିହନ ବୁଣିଲା
ବେଉଷଣ କରି କ୍ଷେତ ସଜାଡ଼ିଲା
ମୁଣ୍ଡ ଝାଳ ସେ ତୁଣ୍ଡରେ ମାରିଲା

ଦିନରାତି ସିଏ ଏକାକାର କଲା
ଜଗତ ପାଇଁ ସେ ଦାନା ଯୋଗାଇଲା
ଜନ ମାନସରେ ହସ ଭରି ଦେଲା
ବରଷା ଆଗମେ ପୃଥିବୀ ହସିଲା
ସମସ୍ତଙ୍କ ଦୁଃଖ ବରଷା ହରିଲ। ।


ରଜନୀକାନ୍ତ ରଥ ରାଜନଗର

Leave a Reply

Your email address will not be published. Required fields are marked *