ଖୋଲିଲା ସ୍କୁଲ

କାମାକ୍ଷାନଗର,୧୫.୧୧.୨୦୨୧-କରୋନା କଟକଣା ଭିତରେ ପର୍ଯ୍ୟାୟ କ୍ରମେ ଖୋଲିଛି ସ୍କୁଲ। ସଷ୍ଟ ଓ ସପ୍ତମର ଶ୍ରେଣୀର ଛାତ୍ରଛାତ୍ରୀ ସିଧା ଅଫଲାଇନରେ ପାଠପଢିବେ। ସରକାରଙ୍କ ଦ୍ବାରା ଜାରି କରିଥିବା ଗାଇଡଲାଇନକୁ କଡା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢ଼ା ଯିବାର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।ସ୍କୁଲରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ପୁର୍ବରୁ ସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି। ଆଜି ସକାଳ ୯.୩୦ ଠାରୁ ଆରମ୍ଭ ହୋଇ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହା ପୂର୍ବରୁ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏବଂ ଯେଉଁ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କୁ ପାଠପଢ଼ାଇବାକୁ ପଠାଇବେ ଏକ ସ୍ୱୀକୃତି ପତ୍ର ଦେବାକୁ କୁହାଯାଇଛି। ଏହାରି ଭିତରେ କାମାକ୍ଷାନଗରରେ ସମସ୍ତ ସ୍କୁଲ ଗୁଡିକ ଖୋଲା ଯାଇ ସରକାରଙ୍କ ସମସ୍ତ ନିୟମ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ଗୋାଟିଏ ବେଞ୍ଜରେ ଜଣେ ପିଲା ବସିବା ପାଇିଁ ବ୍ୟବସ୍ଥା କରାଯାଇଛି। ୯.୩୦ ମିନିଟରେ ପ୍ରବେଶ ସମୟ ଥିବାବେଳେ ଯିବାବେଳେ ହାତ ଧୋଇବା,ସାନିଟାଇଜ କରିବା,ମାସ୍କ ପିନ୍ଧିବା, ସାମାଜିକ ଦୂରତା ଭଳି ଗାଇଡ ଲାଇନ ଗୁଡିକ କଡାଭାବେ ପାଳନ କରାଯାଉଥିବାର ଦେଖାବାକୁ ମିଳିଛି। ଦିର୍ଘ ଦୁଇବର୍ଷ ପରେ ଅନଲାଇନ ବଦଳେରେ ଅଫଲାଇନ ପାଠ ପଢିବାକୁ ନେଇ ଛାତ୍ରଛାତ୍ରୀ ମାନେ ବହୁତ ଉତ୍ସାହିତ ଅଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *