କେନ୍ଦୁଝର ଜିଲ୍ଲାରେ ଲୋକାର୍ପିତ ହେଲା ୧୦୦ ୫ଟି ରୂପାନ୍ତରିତ ହାଇସ୍କୁଲ

କେନ୍ଦୁଝର-କେନ୍ଦୁଝର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ଯୋଡ଼ା ବ୍ଲକରେ 13 ଟି, ଚମ୍ପୁଆ ବ୍ଲକ ରେ 6 ଟି, ଝୁମ୍ପୁରା ବ୍ଲକରେ 9 ,ସଦର ବ୍ଲକ ରେ 13 ଟି, ପାଟଣା ବ୍ଲକରେ 6 ଟି ,ବାଂଶପାଳ ରେ 6, ସାହରପଡା ରେ 7, ଘଟଗାଁ ରେ 7, ତେଲକୋଇ ରେ 6,ହରିଚନ୍ଦନପୁର ରେ 7, ଆନନ୍ଦପୁର ରେ 5, ଘଷିପୁରା ରେ 7 ଓ ହାଟଡ଼ିହି ବ୍ଲକରେ 9 ଟି ସ୍ମାର୍ଟ ହାଇସ୍କୁଲ ଲୋକାର୍ପଣ ହୋଇଛି .। ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଏହି ଜିଲ୍ଲା ସ୍ଥରୀୟ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବୈଷୟିକ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ , ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଓ ଜିଲ୍ଲାପାଳ ଆଶିଷ ଠାକରେ ପ୍ରମୁଖ ସହ ଜିଲ୍ଲାର ବହୁ ଅଧିକାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାରେ ଏବେ ସ୍ମାର୍ଟ ସ୍କୁଲରେ ପାଠ ପଢିବେ ଛାତ୍ରଛାତ୍ରୀ । ପିଲାଙ୍କ ପଢିବା ପାଇଁ ସ୍ମାର୍ଟ କ୍ଲାସରୁମ୍, ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର, ଇ-ଲାଇବ୍ରେରୀ ବ୍ୟବସ୍ଥା ହୋଇଛି . ଯାହା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବ.ପିଲାଙ୍କ ପଢିବା ପାଇଁ ଅତ୍ୟାଧୁନିକ କ୍ଳାସ୍‌ ରୁମ୍ ସହ ସ୍ମାର୍ଟ ବୋଡ୍ର ବ୍ୟବସ୍ଥା ହୋଇଛି । ଇ-ଲାଇବ୍ରେରୀ, ସାଇନ୍ସଲ୍ୟାବ, କମ୍ପ୍ୟୁଟର ଲ୍ୟାବ, ଆଧୁନିକ ଶୌଚାଳୟ, ସହ କ୍ରୀଡ଼ା ଭିତ୍ତିଭୂମୀର ବିକାଶ କରାଯାଇଛି । ଯାହା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରୁଛି. ରଙ୍ଗବେରଙ୍ଗର ଫୁଲଗଛରେ ବିଦ୍ୟାଳୟ ବଗିଚା ସଜେଇ ହୋଇଥିବା ବେଳେ କାନ୍ଥରେ ଆଦିବାସୀଙ୍କ ପାରମ୍ପରିକ ଚିତ୍ର ଓ ନୀତିବାଣୀରୁ ନୀତି ଶିକ୍ଷା ନେଉଛନ୍ତି ଛାତ୍ରଛାତ୍ରୀ ।

ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *