ଦଦରାଘାଟି ବିସ୍ଥାପିତ ପ୍ରଜାମଞ୍ଚ ପକ୍ଷରୁ ପରଜଙ୍ଗ ତହସିଲ୍ କାର୍ଯ୍ୟାଳୟ ଠାରେ ଚାରି ଦଫା ଦାବି ନେଇ ଆମରଣ ଅନଶନ

କାମାକ୍ଷାନଗର,୧୫/୧୧/୨୧ :- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜାମଞ୍ଚ ପକ୍ଷ୍ୟରୁ ଚାରି ଦଫା ଦାବି ନେଇ ପରଜଙ୍ଗ ତହସିଲ୍ କାର୍ଯ୍ୟଳୟ ଠାରେ ଆଜି ସକାଳୁ ଅଭିନବ ଉପାୟରେ ଆମରଣ ଅନଶନ ବସିଛନ୍ତି ସତାଧିକ ବିସ୍ଥାପିତ ପ୍ରଜା। ନାମ ସଙ୍କୀର୍ତ୍ତନ ସହ ହୋମଯଜ୍ଞ କରି ଧାରଣା ବସିଛନ୍ତି। ତେବେ ସେମାନଙ୍କ ଦାବି ଗୁଡିକ ହେଲା ୧:ଭେଜିଆ କଲୋନୀ ନଂ ୩ଓ୪ ପଡା ଗ୍ରାମକୁ ସ୍ଵତନ୍ତ୍ର ରାଜସ୍ଵ ଗ୍ରାମର ମାନ୍ୟତା୨:କ୍ଷତି ଗ୍ରସ୍ତ ପ୍ରଜା ଙ୍କ ମଧ୍ୟରୁ ପାଇବାକୁ ଥିବା ବାକିଆ ଜମି ଓ ଘର ଡିହ ସ୍ଥାୟୀ ପଟ୍ଟା ପ୍ରଦାନ ।୩:-କଲୋନୀ ୩ ଓ ୪ ବସ୍ତି ନିକଟବର୍ତ୍ତୀ ଥିବା ସରକାରୀ ଜମି କୁ ଜବରଦଖଲ ଉଚ୍ଛେଦ ଓ ତାଙ୍କ ନାମରେ ଏତଲା ରୁଜୁ କରାଯାଉ। ୪:- ବିସ୍ଥାପିତ ମାନଙ୍କ ଲାଗି ସଂରକ୍ଷିତ ଥିବା ସରକାରୀ ଜମି ଯାହା ଲିଜ ସୂତ୍ରରେ ଦିଆ ଯାଇ ଅଛି ସେହି ଲିଜ୍ ପଟ୍ଟା କୁ ଖାରଜ କରାଯାଉ।ତେବେ ଦୀର୍ଘ ଦିନ ଧରି ଦଦରାଘାଟି ବିସ୍ଥାପିତ ପ୍ରଜାମଞ୍ଚ ପକ୍ଷ୍ୟରୁ ଏହି ଦାବି ଗୁଡିକ ପୁରଣ୍ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହାକୁ ନେଇ ଆଜି ଏହି ନିଆରା ଉପାୟରେ ଆମରଣ ଅନଶନ କରିଛନ୍ତି। ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲିହଁ କହିଛି ପ୍ରଜାମଞ୍ଚ।

ରିପୋର୍ଟର :-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *