ତୁରୁମୁଙ୍ଗାରେ ବିଦୂତ ଚୋରଙ୍କୁ ସାବାଡ କଲେ ଏସ.ଡି.ଓ

ତୁରୁମୁଙ୍ଗାରେ ବିଦୂତ ଚୋରଙ୍କୁ ସାବାଡ କଲେ ଏସ.ଡି.ଓ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବିଦ୍ୟୁତ ବିଭାଗ ଦ୍ୱାର ଜୋରିମାନା ଆଦାୟ ଆରମ୍ଭ ହୋଇଯାଇଛି । ଯାହାଫଳରେ ବିଦ୍ୟୁତ୍ ଚୋର ମାନେ ସାବାଡ୍ ହୋଇଥିବା ଦେଖାଯାଇଛି । ବିଦ୍ୟୁତ ବିଭାଗ ର ଏସ.ଡି.ଓ ଶ୍ରୀଯୁକ୍ତ ଚିରଂଜିତ ସାହୁ ଙ୍କ ନେତୃତ୍ୱ ଓ ତୁରୁମୁଙ୍ଗା ପୋଲିସ ର ସହାୟତା ରେ ବିଦ୍ୟୁତ ମେଘା ଏନ୍ଫୋର୍ସମେଣ୍ଟ ଦିବସ ରେ ବିଦ୍ୟୁତ୍ ଚୋରି ଅଭିଯୋଗ ରେ ଫାଇନ ଆଦାୟ ହୋଇଥିଲା ।ତେବେ ବର୍ତମାନ ପର୍ଯ୍ୟନ୍ତ ଏହାକୁ ଟାଟା ନିଜ ଅଧିନକୁ ନେଇ ସାରିବା ପରେ ଏପ୍ରିଲ ମାସରୁ ବିଦ୍ୟୁତ ଚୋରି ଓ ଅଧିକା ଲୋଡ ପାଇଂ ୧୮୫ଟି କେଶ ରୁଜୁ ହୋଇଥିବା ଦେଖିବାକୁ ମିଳିଥିଲା । 412kw ଅଧିକା ଲୋଡ଼ ଓ ବାର ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *