ବଂଶୀର ବିରହ ସୁର

ବଂଶୀର ବିରହ ସୁର
ଡ. ପ୍ରେମାନନ୍ଦ ବେହେରା

ବଂଶୀ ଡାକେ ନୀରବ ରାତିରେ
ମନ କାନ୍ଦେ ତା’ ଅପେକ୍ଷାରେ
ରାଧା ବିନା କୃଷ୍ଣ ହାରିଯାଏ
ସ୍ୱପ୍ନ ହୁଏ ଅଧୁରା ନିର୍ଜନ ପଥରେ
ଝୁରେ ଝୁରେ ଝୁରେ ବଂଶୀର ସୁରେ
କହ୍ନେଇ ମନରେ ବେଦନା ଭରେ
ଝୁରେ ଝୁରେ ଝୁରେ ପ୍ରେମ ଝୁରେ
ରାତି ଭିଜିଯାଏ ଆଖିର ଲୁହରେ ।।

କଇଁ ଲୁଚିଗଲା ରାତିର ଅନ୍ଧକାରେ
ତା’ ନାମ ଲେଖିଦେଇ ଜହ୍ନ ହୃଦୟରେ
ଏକାକୀ ରହିଛି କୃଷ୍ଣ କଦମ୍ବ ଛାୟାରେ
ଖୋଜୁଛି ରାଧାକୁ ସିଏ ଏକାନ୍ତରେ
ନୀରବ ହୋଇ ନୀଳ ଯମୁନାର ତୀରେ
କାହାକୁ ଡାକିବ ସେ ପ୍ରେମର ଡାକରେ
ଝୁରେ ଝୁରେ ଝୁରେ ବଂଶୀର ସୁରେ
କହ୍ନେଇ ମନରେ ବେଦନା ଭରେ
ଝୁରେ ଝୁରେ ଝୁରେ ପ୍ରେମ ଝୁରେ
ରାତି ଭିଜିଯାଏ ଆଖିର ଲୁହରେ ।।

କବାଟ ପାଖରେ ରାଧା ନିରବରେ
ଆଖିରେ ଆଖିଏ ଲୁହ ଝରେ ଧୀରେ ଧୀରେ
ପାଦଚିହ୍ନ ତାହାର ରହିଛି ମାଟିରେ
ତଥାପି ସେ ନାହଁ ତାହାର ପାଖରେ
ବେଦନା ବଢ଼େ ତାର ଘନ ଅନ୍ଧାରରେ
ସ୍ମୃତିର ଦୀପ  ଜଳିଯାଏ ନିରନ୍ତରେ  ।
ଝୁରେ ଝୁରେ ଝୁରେ ବଂଶୀର ସୁରେ
କହ୍ନେଇ ମନରେ ବେଦନା ଭରେ
ଝୁରେ ଝୁରେ ଝୁରେ ପ୍ରେମ ଝୁରେ
ରାତି ଭିଜିଯାଏ ଆଖିର ଲୁହରେ

ଆସିଯା ମୋ ପାଖେ ହେ ମୋର ପ୍ରିୟା
ଏ ଜୀବନ ତୋ ବିନା ହେଉଛି ଅଥୟ
ଡାକୁଛି ତତେ ବଂଶୀର ସୁରେ
ଶୁଣିପାରୁଛୁ କି, ଡାକେ ମୋ ହୃଦୟରେ
ଝୁରେ ଝୁରେ ଝୁରେ ବଂଶୀ ଝୁରେ
କହ୍ନେଇ ମନରେ ବେଦନା ଭରେ
ଝୁରେ ଝୁରେ ଝୁରେ ବଂଶୀର ସୁରେ
କହ୍ନେଇ ମନରେ ବେଦନା ଭରେ
ଝୁରେ ଝୁରେ ଝୁରେ ପ୍ରେମ ଝୁରେ
ରାତି ଭିଜିଯାଏ ଆଖିର ଲୁହରେ
ଝୁରେ ଝୁରେ ଝୁରେ……..
ବଂଶୀର……. ଝୁରେ ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *