ଗାନ୍ଧିଜୟନ୍ତୀ ଉପଲକ୍ଷେ ଖବରକାଗଜ ଦ୍ଵାରା ମୂର୍ତ୍ତି ପ୍ରସ୍ତୁତ
ନାମ:- ସୂର୍ଯ୍ୟକାନ୍ତ ଦାସ
ଠିକଣା:- ଦତ୍ତତୋଟା, ଜଗନ୍ନାଥ ଲେନ୍
ଏହି ମୂର୍ତ୍ତିଟି ମୁଁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କରିଛି। ଏହି ମୂର୍ତ୍ତି କୁ ଗଢିବା ପାଇଁ 2 ଦିସ୍ତା ଖବରକାଗଜ ବ୍ୟବହାର ହୋଇଛି। ଏହି ମୂର୍ତ୍ତି କୁ ଗଢିବା ପାଇଁ 7 ଘଣ୍ଟା ସମୟ ଲାଗିଛି। ରଙ୍ଗିଲା କଲର, ମଇଦା, ଜରି ଅଠା ଇତ୍ୟାଦିରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ଏହିର ଉଚ୍ଚତା ପ୍ରାୟ 27 ଇଞ୍ଚ ଏବଂ ଓସାର 17 ଇଞ୍ଚ। ଏହି ମୂର୍ତ୍ତି ଜରିଆରେ ମୁଁ ସମସ୍ତ ଭାରତ ବାସୀଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯେ ଗାନ୍ଧୀଜିଙ୍କ ଭଳି ଆମେ ବି ବିଦେଶୀ ଦ୍ରବ୍ୟ ଏବଂ ବିଦେଶୀ ଆଚାର ଏବଂ ପୋଷାକ ପ୍ରତି ଆକୃଷ୍ଟ ନ ହୋଇ ସ୍ବଦେଶୀ ଦ୍ରବ୍ୟ ଏବଂ ଭାରତୀୟ ପୋଷାକ ଏବଂ ଭାରତୀୟ ଆଚାର ଅନୁଷ୍ଠାନରେ ନିଜକୁ ଅନୁପ୍ରାଣିତ କରିବା। ଗାନ୍ଧୀଜିଙ୍କ ପରି ନିଜ ଦେଶ ଏବଂ ନିଜ ପରିବେଶକୁ ପରିଷ୍କାର ପରିଚ୍ଛନ ରଖିବା।
