ବର୍ଷା ରେ ଭୁଶୁଡ଼ିଲା ଶିଶୁ ଉଦ୍ୟାନ ର ପାଚେରୀ

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ଥିବା ସାଗର ଭୂୟାଁ ଶିଶୁ ଉଦ୍ୟାନ ର ପାଚେରୀ ଯାହାର ଶୁଭ ଉଦଘାଟନ ମାନନୀୟା ସଂସଦ ଙ୍କ କରକମଳରେ ହୋଇଥିଲା ଓ ଏହି ଉଦଘାଟନ କୁ ଗୋଟିଏ ବର୍ଷ ନ ପୁରୁଣୁ ବର୍ଷା ରେ ଭୁଶୁଡ଼ିଲା ଉଦ୍ୟାନର ପାଚେରୀ. ତେବେ ରାଜ୍ୟ ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଉଥିବା ବେଳେ କାହା ଅପାରଗତା ପାଇଁ ଆଜି ବର୍ଷାରେ ଭିଜି ପାଚେରୀ ଟି ଭୁଶୁଡ଼ିଲା ତାହା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି. କଥାରେ ଅଛି ଫସଲ ଜଗିବା ଲୋକ ଯଦି ଫସଲ ଖାଏ ତେବେ କ୍ଷେତ କହିବ କାହାକୁ.ଏଠାରେ ଦୋଷ କାହାର କାର୍ଯ୍ୟ କୁ ତଦାରଖ କରୁଥିବା ଯନ୍ତ୍ରୀଙ୍କର ନା କାର୍ଯ୍ୟ କରୁଥିବା ଠିକାଦାର ଙ୍କର.କାହା ସ୍ୱାର୍ଥ ପାଇଁ ଆଜି ଲୋକଙ୍କ ଟିକସ ଟଙ୍କା ଧୂଳିସାତ ହେଉଛି,ତାହାର ଉପଯୁକ୍ତ ତଦନ୍ତ ଦାବି କରୁଛନ୍ତି ଏବେ ଧାମନଗର ବାସୀ.

Report:= punil kumar samanta

Leave a Reply

Your email address will not be published. Required fields are marked *