୪ଟି ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରଘୁଆବୋଲ ଗାଁର ଶ୍ୟାମ ତିରିଆଙ୍କ ସ୍ତ୍ରୀ ସୁମତି ହାଇବ୍ରୋ। ସୁମତି ଗତ ୨୦ ତାରିଖ ଦିନ ୪ଗୋଟି ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। କଟକ ଏସସିବିରେ ତାଙ୍କର ସଫଳ ଅସ୍ତ୍ରୋପଚାର ପରେ ୪ଟି ଶିଶୁ କନ୍ୟା ମଧ୍ୟରୁ ଗୋଟିଏ ଶିଶୁର ମୃତ୍ୟୁ ଘଟିଛି। ତେବେ ଅନ୍ୟ ୩ଟି ମଧ୍ୟରେ ଏକ ଅଦ୍ଭୁତ ଶିଶୁ ରହିଥିବା ଦେଖିବାକୁ ମିଳିଛି। ଯାହାର ମୁଣ୍ଡଟି ଶରୀର ଠାରୁ ପୃଥକ ଭାବେ ଅଲଗା ହୋଇ ଝୁଲି ରହିଛି। ତେବେ ଅଦ୍ଭୁତ ଶିଶୁର ଜୀବନ ରକ୍ଷା ପାଇଁ ବଡ଼ ଅସ୍ତ୍ରୋପଚାର ଆବଶ୍ୟକ ଥିବା କଟକ ଏସସିବିର ଡାକ୍ତର କହିଥିବା ସେ ପ୍ରକାଶ କରିଛନ୍ତି। ତେବେ ଆଦିବାସୀ ପରିବାରରେ ଜନ୍ମିତ ଏହି ଶିଶୁ ଗୁଡିକର ଯତ୍ନ ଏବଂ ଦାୟିତ୍ୱ ନେବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି। ଯାହାକୁ ନେଇ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଜନ୍ମିତ ଶିଶୁର ପିତାମାତା। ଏହି ଅଦ୍ଭୁତ ଶିଶୁର ଆକ୍ଟିଭିଟି ସମ୍ପୂର୍ଣ୍ଣ ଅଲଗା। ଏପରିକି ଲୋ -ବାର୍ଥ ବେବି ଏବଂ ମାଆର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଜଣାପଡିଛି। ଯାହାକୁ ନେଇ ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ସରକାରଙ୍କୁ ସହଯୋଗ ପାଇଁ ଆକୁଳ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *