ପୋଖରୀ ରେ ବୁଡି ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପଂଚାୟତ ମାଳପୁରା ଗ୍ରାମର ଶବର ସାହିର ବିଜୟ ଦେହୁରୀ ପୋଖରୀ ରେ ବୁଡି ମୃତ୍ୟୁ ହୋଇଛି l ମୃତକ ଙ୍କ ପରିବାର କହିବା ଅନୁଯାଇ ସେ ଗତକାଲି ଶୌଚ ହେବାକୁ ପୋଖରୀକୁ ଯାଇ କୌଣସି କାରଣ ରୁ ଗୋଡ ଖସି ଯାଇ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି l ଘଟଣା ସ୍ଥଳ ରେ ଅଗ୍ନିଶମ ବାହିନୀ ପହଂଚି ମୃତ ଦେହକୁ ଉଦ୍ଧାର କରିଛି lପୋଲିସ ପହଞ୍ଚି ଉକ୍ତ ଶବକୁ କାମାକ୍ଷାନଗର ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି l ବିଜୟ ଙ୍କ ମୃତ୍ୟୁ ରେ ମାଳପୁରା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି

Leave a Reply

Your email address will not be published. Required fields are marked *