ଦେଶରେ ମହଜୁଦ ରହିଛି ପ୍ରଚୁର ସାର, ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ ପ୍ରମୁଖ ବିନ୍ଦୁମେ
ଦେଶରେ ମହଜୁଦ ରହିଛି ପ୍ରଚୁର ସାର, ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ ପ୍ରମୁଖ ବିନ୍ଦୁମେ ଏବଂ ଜୁନ୍ ମାସରେ ଭାରତୀୟ ବନ୍ଦରଗୁଡ଼ିକରେ ପହଞ୍ଚିବା ପାଇଁ ହର୍ମୁଜ୍ ପ୍ରଣାଳୀ ଦେଇ ପ୍ରାୟ ୧୩.୫ ଏଲଏମ୍ଟି ଡିଏପି ଏବଂ ୭ ଲକ୍ଷ ମେଟ୍ରିକ ଟନ ଏନ୍ପିକେ ସାର ଆସୁଛି ଗତକାଲି ସମଗ୍ର ଶିଳ୍ପ ଭିତ୍ତିରେ ଅନଲାଇନ୍ ଏଲପିଜି ସିଲିଣ୍ଡର ବୁକିଂ ପ୍ରାୟ 99% କୁ ବୃଦ୍ଧି ପାଇଛିଗତ ଚାରି ଦିନ ମଧ୍ୟରେ ପ୍ରାୟ ୧.୯୦ ଲକ୍ଷ – ୫ କିଲୋଗ୍ରାମ ବିଶିଷ୍ଟ ଫ୍ରି ଟ୍ରେଡ୍ ଏଲପିଜି ( ଏଫ୍ଟିଏଲ୍) ସିଲିଣ୍ଡର ବିକ୍ରିପ୍ରାୟ ୭ଲକ୍ଷ ୩୭ ହଜାର ପାଇପ୍ଡ୍ ପ୍ରାକୃତିକ ଗ୍ୟାସ (ପିଏନ୍ଜି) ସଂଯୋଗକୁ ଗ୍ୟାସ ପ୍ରଦାନ କରାଯାଇଛି; ମାର୍ଚ୍ଚ ୨୦୨୬ଠାରୁ ଅତିରିକ୍ତ ୨.୭୬ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ୭.୭୬ ଲକ୍ଷ ନୂତନ ଗ୍ରାହକ ପଞ୍ଜୀକୃତ ହୋଇଛନ୍ତିଉପସାଗରୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଗତ ୯୬ ଘଣ୍ଟା ମଧ୍ୟରେ ୬୧ ଜଣଙ୍କ ସମେତ ଏପର୍ଯ୍ୟନ୍ତ ୩,୨୧୭ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯାଇଛିଭାରତୀୟ ମିଶନଗୁଡ଼ିକ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବା, ଦୂତାବାସ ସମ୍ବନ୍ଧୀୟ (କନସୁଲାର) ସହାୟତା ପ୍ରଦାନ କରିବା ଏବଂ ଭାରତ ଫେରିବା ପାଇଁ ଅନୁରୋଧ କରୁଥିବା ବ୍ୟକ୍ତିଙ୍କୁ ସହାୟତା କରିବା ସହିତ ସରକାର ଏହି ଅଞ୍ଚଳରେ ଥିବା ଭାରତୀୟ ନାବିକମାନଙ୍କ କଲ୍ୟାଣକୁ ସର୍ବୋଚ୍ଚ ଅଗ୍ରାଧିକାର ଦେଉଛନ୍ତିନୂଆଦିଲ୍ଲୀ: ପଶ୍ଚିମ ଏସିଆର ବଦଳୁଥିବା ସ୍ଥିତି ବାବଦରେ ଭାରତ ସରକାର ନିୟମିତ ଅପଡେଟ୍ ମାଧ୍ୟମରେ ନାଗରିକମାନଙ୍କୁ ସୂଚିତ କରି ଆସୁଛନ୍ତି। ଏହିକ୍ରମରେ ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ଗଣମାଧ୍ୟମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଜାଳେଣିର ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସ୍ଥିରତା ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିଥିଲେ। ରସାୟନ ଏବଂ ସାର ମନ୍ତ୍ରଣାଳୟ ମଧ୍ୟ ଦେଶରେ ପ୍ରଚୁର ସାର ମହଜୁଦ ଓ ସହଜ ଉପଲବ୍ଧି ସମ୍ପର୍କରେ ସୂଚନା ପ୍ରଦାନ କରିଛି। ସାରର ମହଜୁଦ୍ ସ୍ଥିତି ଏବଂ ଉପଲବ୍ଧତାଦେଶରେ ସାରର ସାମଗ୍ରିକ ମହଜୁଦ୍ ସ୍ଥିତି ସନ୍ତୋଷଜନକ ରହିଛି। ଖରିଫ ୨୦୨୬ ପାଇଁ, କୃଷି ଓ କୃଷକ କଲ୍ୟାଣ ବିଭାଗ ଦ୍ୱାରା ସାର ଆବଶ୍ୟକତା ୩୯୦.୫୪ ଲକ୍ଷ ମେଟ୍ରିକ ଟନ ଆକଳନ କରାଯାଇଛି। ଏହି ତୁଳନାରେ ଆଜି ସୁଦ୍ଧା ପ୍ରାୟ ୨୦୦.୯୮ ଲକ୍ଷ ମେଟ୍ରିକ ଟନ (୫୧% ରୁ ଅଧିକ) ସାର ମହଜୁଦ୍ ରହିଛି। ଏହା ସାଧାରଣ ସ୍ତର ତୁଳନାରେ ପ୍ରାୟ ୩୩% ଅଧିକ। ଏହା ସରକାରଙ୍କ ଦ୍ୱାରା ଉନ୍ନତ ଯୋଜନା, ଅଗ୍ରୀମ ସଂରକ୍ଷଣ ଏବଂ ଦକ୍ଷ ପରିବହନ (ଲଜିଷ୍ଟିକ୍ସ) ପରିଚାଳନାକୁ ଦର୍ଶାଉଛି।ପ୍ରମୁଖ ସାରଗୁଡ଼ିକର ଖୁଚୁରା ମୂଲ୍ୟ ଅପରିବର୍ତ୍ତିତସଙ୍କଟ ପରେ ସାରର ଘରୋଇ ଉତ୍ପାଦନ ଏବଂ ଆମଦାନୀ (ଲକ୍ଷ ଟନ୍ରେ):ଉତ୍ପାଦସଙ୍କଟ ପରେ ଘରୋଇ ଉତ୍ପାଦନସଙ୍କଟ ପରେ ଭାରତୀୟ ବନ୍ଦରକୁ ଆମଦାନୀ ସାରୟୁରିଆ୫୨.୧୧୩.୨୯ଡିଏପି ୭.୦୩୦.୮୮ଏନପିକେ ୧୭.୩୩୪.୦୯ଏସଏସପି ୯.୭୬0ଏମଓପି 0୩.୪୯ମୋଟ୍୮୬.୨୨୧.୮ଗତ ବର୍ଷ ଏହି ସମୟ ମଧ୍ୟରେ ୯୩ ଲକ୍ଷ ମେଟ୍ରିକ ଟନ୍ ତୁଳନାରେ ସଙ୍କଟ ପରେ ସାରର ନ ୮୬.୨ ଲକ୍ଷ ମେଟ୍ରିକ ଟନ୍ ଘରୋଇ ଉତ୍ପାଦନ ହୋଇଛି। ସଙ୍କଟ ପରିସ୍ଥିତି ପରେ ସାମଗ୍ରିକ ଉପଲବ୍ଧତାରେ ପ୍ରାୟ ୧୦୮ ଲକ୍ଷ ମେଟ୍ରିକ ଟନ ସାର ଅଧିକ ଯୋଡ଼ା ଯାଇଛି।ମେ ଏବଂ ଜୁନ୍ ମାସରେ ଭାରତୀୟ ବନ୍ଦରଗୁଡ଼ିକରେ ପହଞ୍ଚିବା ପାଇଁ ଭାରତ ହର୍ମୁଜ୍ ପ୍ରଣାଳୀକୁ ବାଦ ଦେଇ ପ୍ରାୟ ୧୩.୫ ଜ ଡିଏପି ଏବଂ ୭ କ୍ଷ ମେଟ୍ରିକ ଟନ ଏନପିକେ ଅଣାଯାଇଛି।ଟିଏସ୍ପି ଏବଂ ଆମୋନିୟମ୍ ସଲଫେଟ୍ ପାଇଁ ଗ୍ଲୋବାଲ୍ ଟେଣ୍ଡର- ଭାରତୀୟ ସାର କମ୍ପାନୀଗୁଡ଼ିକ ୪ କ୍ଷ ମେଟ୍ରିକ ଟନ ଟିଏସ୍ପି ଏବଂ ୩ ଲକ୍ଷ ମେଟ୍ରିକ ଟନ ଆମୋନିୟମ୍ ସଲଫେଟ୍ କ୍ରୟ ପାଇଁ ମିଳିତ ଗ୍ଲୋବାଲ୍ ଟେଣ୍ଡର ଜାରି କରିଛନ୍ତି ଏବଂ ବର୍ତ୍ତମାନ ଏହା ପ୍ରକ୍ରିୟାଧୀନ ଅଛି। ଏଗୁଡ଼ିକ ଚାହିଦା ଅଧିକ ଥିବା ସମୟରେ (ପିକ୍ ସିଜନ୍) ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ।ଆମୋନିଆ ଏବଂ ସଲଫର୍ ପାଇଁ ଗ୍ଲୋବାଲ୍ ଟେଣ୍ଡର- ଭାରତୀୟ ସାର କମ୍ପାନୀଗୁଡ଼ିକ ୫.୩୬ ଲକ୍ଷ ମେଟ୍ରିକ ଟନ ଆମୋନିଆ ଏବଂ ୫.୯୪ ଲକ୍ଷ ମେଟ୍ରିକ ଟନ ସଲଫର୍ କ୍ରୟ ପାଇଁ ମିଳିତ ଗ୍ଲୋବାଲ୍ ଟେଣ୍ଡର ଜାରି କରିଛନ୍ତି। ଏଗୁଡ଼ିକ ଚାହିଦା ଅଧିକ ଥିବା ସମୟରେ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ।ସାର ଉତ୍ପାଦନ ଅର୍ଥାତ୍ ୟୁରିଆ ଏବଂ ପି ଆଣ୍ଡ କେ ସାର ପାଇଁ ଆବଶ୍ୟକୀୟ କଞ୍ଚାମାଲର ଉପଲବ୍ଧତା ପାଇଁ ସାର ବିଭାଗ ଦ୍ୱାରା ନିୟମିତ ଭାବେ ସମୀକ୍ଷା କରାଯାଉଛି।ସାର ବିଭାଗ ନିୟମିତ ଭାବେ ସାପ୍ତାହିକ ଆଧାରରେ କମ୍ପାନୀଗୁଡ଼ିକ ଦ୍ୱାରା ଦାଖଲ କରାଯାଉଥିବା ସମସ୍ତ ସବସିଡି ବିଲ୍ ପ୍ରଦାନ କରୁଛି।ସାରର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆଜି ସୁଦ୍ଧା ସଚିବମାନଙ୍କ ସଶକ୍ତ ଗୋଷ୍ଠୀର ୯ଟି ବୈଠକ ଅନୁଷ୍ଠିତ ହୋଇଛି ଏବଂ ଉପଲବ୍ଧତା କ୍ଷେତ୍ରରେ ଥିବା ଅଧିକାଂଶ ଆହ୍ୱାନଗୁଡ଼ିକର ସମାଧାନ ଇଜିଓଏସ୍ ଦ୍ୱାରା କରାଯାଇଛି।ସମସ୍ତ ପ୍ରମୁଖ ସାରଗୁଡ଼ିକର ଆବଶ୍ୟକତା ତୁଳନାରେ କ୍ରମାଗତ ଭାବେ ଅଧିକ ଉପଲବ୍ଧତା ସହିତ ଭାରତର ସାର ସୁରକ୍ଷା ସୁଦୃଢ଼, ସ୍ଥିର ଏବଂ ସୁପରିଚାଳିତ ରହିଛି।ଶକ୍ତି ଯୋଗାଣ ଏବଂ ଜାଳେଣିର ଉପଲବ୍ଧତା: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବର୍ତ୍ତମାନ ପଶ୍ଚିମ ଏସିଆର ବଦଳୁଥିବା ସ୍ଥିତି ପ୍ରେକ୍ଷାପଟ୍ଟରେ ପେଟ୍ରୋଲିୟମ ଦ୍ରବ୍ୟ ଏବଂ ଏଲପିଜିର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ରହିଛି: ସାଧାରଣ ଜନତାଙ୍କ ପାଇଁ ପରାମର୍ଶ ଏବଂ ନାଗରିକ ସଚେତନତାପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଆତଙ୍କିତ ହୋଇ ଅତ୍ୟଧିକ କିଣାକିଣି ନକରିବାକୁ ପରାମର୍ଶ ଦିଆଯାଇଛି।ଗୁଜବ ପ୍ରତି ସତର୍କ ରୁହି ସଠିକ୍ ସୂଚନା ପାଇଁ କେବଳ ସରକାରୀ ସୂତ୍ର ଉପରେ ଭରସା କରିବାକୁ ନିବେଦନ କରାଯାଇଛି। ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକଙ୍କ ନିକଟକୁ ନଯିବା ପାଇଁ ଅନୁରୋଧ କରାଯାଇଛି।ନାଗରିକମାନଙ୍କୁ ବିକଳ୍ପ ଜାଳେଣି ଯେପରିକି ପିଏନ୍ଜି ଏବଂ ବୈଦ୍ୟୁତିକ କିମ୍ବା ଇଣ୍ଡକସନ୍ ଚୁଲି ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଉଛି।ବର୍ତ୍ତମାନର ପରିସ୍ଥିତିରେ ସମସ୍ତ ନାଗରିକଙ୍କୁ ସେମାନଙ୍କର ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଂରକ୍ଷଣ ପାଇଁ ଆବଶ୍ୟକୀୟ ପ୍ରୟାସ କରିବାକୁ ଅନୁରୋଧ କରାଯାଇଛି।ସରକାରଙ୍କ ପ୍ରସ୍ତୁତି ଏବଂ ଯୋଗାଣ ପରିଚାଳନା ପଦକ୍ଷେପସାମ୍ପ୍ରତିକ ଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ, ସରକାର ଘରୋଇ ଏଲପିଜି, ଘରୋଇ ପିଏନଜି ଏବଂ ସିଏନଜି (ପରିବହନ)କୁ ୧୦୦% ଯୋଗାଣ କରାଯିବା ସୁନିଶ୍ଚିତ କରିଛନ୍ତି।ବ୍ୟବସାୟିକ ଏଲପିଜି ପାଇଁ ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଗ୍ରାଧିକାର ଦିଆଯାଇଛି। ଏହା ବ୍ୟତୀତ ଫାର୍ମା, ଇସ୍ପାତ, ଅଟୋମୋବାଇଲ, ବିହନ, କୃଷି ଇତ୍ୟାଦିକୁ ମଧ୍ୟ ଅଗ୍ରାଧିକାର ଦିଆଯାଇଛି। ଏହା ସହିତ ପ୍ରବାସୀ ଶ୍ରମିକମାନଙ୍କୁ ୫ କିଲୋଗ୍ରାମ ଏଫ୍ଟିଏଲ୍ ସିଲିଣ୍ଡରର ଯୋଗାଣକୁ ମଧ୍ୟ ୨ ଏବଂ ୩ ମାର୍ଚ୍ଚ ୨୦୨୬ ର ହାରାହାରି ଦୈନନ୍ଦିନ ଯୋଗାଣ ଆଧାରରେ ଦ୍ୱିଗୁଣିତ କରାଯାଇଛି।ସରକାର ଯୋଗାଣ ଏବଂ ଚାହିଦା ଉଭୟ ଦିଗରେ ଅନେକ ଯୁକ୍ତିଯୁକ୍ତ ପଦକ୍ଷେପ କାର୍ଯ୍ୟକାରୀ କରିସାରିଛନ୍ତି, ଯେଉଁଥିରେ ସୋଧନାଗାର (ରିଫାଇନେରୀ) ଉତ୍ପାଦନ ବୃଦ୍ଧି କରିବା, ସହରାଞ୍ଚଳରେ ବୁକିଂ ବ୍ୟବଧାନକୁ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଯୋଗାଣ ପାଇଁ କ୍ଷେତ୍ରଗୁଡ଼ିକୁ ଅଗ୍ରାଧିକାର ଦେବା ପଭୃତି ଅନ୍ତର୍ଭୁକ୍ତ।ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସମନ୍ୱିତ ପ୍ରୟାସ ଏବଂ ସାଂସ୍ଥାନିକ ବ୍ୟବସ୍ଥାଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ ୨୦୦୦ ଅଧୀନରେ ରାଜ୍ୟ ସରକାରମାନଙ୍କୁ ଯୋଗାଣର ନିରୀକ୍ଷଣ କରିବା ଏବଂ କଳାବଜାରୀ ଓ ମହଜୁଦ୍କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି।ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତିର ନିରୀକ୍ଷଣ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କର ପ୍ରାଥମିକ ଭୂମିକା ରହିଛି। ଭାରତ ସରକାର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଏକାଧିକ ପତ୍ର ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ପୁନରାବୃତ୍ତି କରିଛନ୍ତି।ଭାରତ ସରକାର ୨୭ ଜୁନ ଏବଂ ୨ ଏପ୍ରିଲ ତାରିଖର ପତ୍ର ମାଧ୍ୟମରେ ପର୍ଯ୍ୟାପ୍ତ ଜାଳେଣି ଉପଲବ୍ଧତା ସମ୍ପର୍କରେ ନାଗରିକମାନଙ୍କୁ ଆଶ୍ୱାସନା ଦେବା ପାଇଁ ସକ୍ରିୟ ଜନସମ୍ପର୍କର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ, ୨ ଏପ୍ରିଲ ପେଟ୍ରାଲ ସଚିବଙ୍କ ଅଧ୍ୟକ୍ଷତାରେ) ଏବଂ ୬ ଏପ୍ରିଲରେ ସୂଚନା ଓ ପ୍ରସାରଣ ଏବଂ ଗ୍ରାହକ ବ୍ୟାପାର ସଚିବମାନଙ୍କ ସହ ଏକ ବୈଠକର ଆହ୍ୱାନ ଦେଇଥିଲେ ପ୍ରେଟ୍ରୋଲିୟମ ସଚିବ। ଏଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା:ଦୈନନ୍ଦିନ ପ୍ରେସ୍ ବ୍ରିଫିଂ କରିବା ଏବଂ ନିୟମିତ ଜନସାଧାରଣଙ୍କ ପାଇଁ ପରାମର୍ଶ ଜାରି କରିବା।ସୋସିଆଲ ମିଡିଆରେ ମିଥ୍ୟା ଖବର ଓ ବିଭ୍ରାନ୍ତିକର ସୂଚନାର ସକ୍ରିୟ ନିରୀକ୍ଷଣ ଏବଂ ଏହାର ପ୍ରତିରୋଧ କରିବା।ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନନ୍ଦିନ ପ୍ରବର୍ତ୍ତନ (ଏନଫୋର୍ସମେଣ୍ଟ) ଅଭିଯାନକୁ ଜୋରଦାର କରିବା ଏବଂ ଓଏମସି (ଓଏମ୍ସି) ସହ ସମନ୍ୱୟ ରକ୍ଷା କରି ଚଢ଼ାଉ ଓ ଯାଞ୍ଚ ଜାରି ରଖିବା।ପିଏନ୍ଜି ଆପଣାଇବା ଏବଂ ବିକଳ୍ପ ଜାଳେଣିକୁ ପ୍ରୋତ୍ସାହିତ କରିବା।ବିଶେଷ କରି ଘରୋଇ ଆବଶ୍ୟକତା ପାଇଁ ଏଲପିଜି ଯୋଗାଣକୁ ଅଗ୍ରାଧିକାର ଦେବା ଏବଂ ଯୋଗାଣ ସ୍ଥିରତା ନିଶ୍ଚିତ କରିବା ପାଇଁ ୫ କିଲୋଗ୍ରାମ ଏଫ୍ଟିଏଲ୍ ସିଲିଣ୍ଡରର ଲକ୍ଷ୍ୟଭିତ୍ତିକ ବିତରଣ ବ୍ୟବସ୍ଥା ଗ୍ରହଣ କରିବା।ନିରୀକ୍ଷଣ ଓ କାର୍ଯ୍ୟାନୁଷ୍ଠାନଏଲପିଜିର ମହଜୁଦ୍କାରୀ ଏବଂ କଳାବଜାରୀକୁ ରୋକିବା ପାଇଁ ସାରା ଦେଶରେ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତ ୪ ଦିନ ମଧ୍ୟରେ ସାରା ଦେଶରେ ୬୯୫୦ ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି।ସୁରୁଖୁରୁରେ ଯୋଗାଣ ସୁନିଶ୍ଚିତ କରିବା ଏବଂ କୌଣସି ମହଜୁଦ୍କାରୀ କଳାବଜାରୀ ମାମଲାର ଯାଞ୍ଚ କରିବା ପାଇଁ ସରକାରୀ ତୈଳ ବିପଣନକାରୀର ଅଧିକାରୀମାନେ ଗତ ୪ ଦିନ ମଧ୍ୟରେ ସାରା ଦେଶରେ ପ୍ରୟ ୨୮୦୦ ଆରଓ ଏବଂ ଏଲପିଜି ବିତରକ କେନ୍ଦ୍ରଗୁଡ଼ିକରେ ଆକସ୍ମିକ ଯାଞ୍ଚ କରିଛନ୍ତି।ପିଏସୟୁ ଓଏମସିଗୁଡ଼ିକ ଆକସ୍ମିକ ଯାଞ୍ଚକୁ ସୁଦୃଢ଼ ଓ ଜାରି ରଖିଛନ୍ତି ଏବଂ ୪୨୮ଟି ଏଲପିଜି ବିତରକ କେନ୍ଦ୍ର ଉପରେ ଜରିମାନା ସ୍ଲାପ୍ କରିଛନ୍ତି, ଏବଂ ଗତକାଲି ସୁଦ୍ଧା ୮୦ଟି ଏଲପିଜି ବିତରକ କେନ୍ଦ୍ରକୁ ନିଲମ୍ବିତ କରାଯାଇଛି।ଏଲପିଜି ଯୋଗାଣ ଘରୋଇ ଏଲପିଜି ଯୋଗାଣ ସ୍ଥିତି:ପ୍ରଚଳିତ ଭୂ-ରାଜନୈତିକ ସ୍ଥିତି ଯୋଗୁଁ ଏଲପିଜି ଯୋଗାଣ ପ୍ରଭାବିତ ହେବା ଜାରି ରହିଛି।ଘରୋଇ ପରିବାରଗୁଡ଼ିକୁ ଏଲପିଜି ଯୋଗାଣକୁ ଅଗ୍ରାଧିକାର ଦିଆଯାଇଛି।ଏଲପିଜି ବିତରକ କେନ୍ଦ୍ରଗୁଡ଼ିକରେ କୌଣସି ସ୍ଥାନରେ ଷ୍ଟକ୍ ଶେଷ ହେବାର ରିପୋର୍ଟ ମିଳିନାହିଁ।ଗତକାଲି ସମଗ୍ର ଶିଳ୍ପ ଭିତ୍ତିରେ ଅନଲାଇନ୍ ଏଲପିଜି ସିଲିଣ୍ଡର ବୁକିଂ ପ୍ରାୟ ୯୯% କୁ ବୃଦ୍ଧି ପାଇଛି।ଅନ୍ୟଆଡ଼େ ଗ୍ୟାସର ଦୁରୁପଯୋଗ କିମ୍ବା ବେଆଇନ ବ୍ୟବହାରକୁ ରୋକିବା ପାଇଁ ଡେଲିଭରି ଅଥେଣ୍ଟିକେସନ କୋଡ୍ (ଡିଏସି) ଭିତ୍ତିକ ବିତରଣ ପ୍ରାୟ ୯୫% କୁ ବୃଦ୍ଧି ପାଇଛି। ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଡିଏସି ପ୍ରାପ୍ତ ହୋଇଥାଏ।ଗତ ୪ ଦିନ ମଧ୍ୟରେ ପ୍ରାୟ ୧.୬୯ କୋଟି ଏଲପିଜି ସିଲିଣ୍ଡର ବୁକିଂ ବିପରୀତରେ ପ୍ରାୟ ୧.୭୨ କୋଟି ଏଲପିଜି ସିଲିଣ୍ଡର ବିତରଣ କରାଯାଇଛି।ବ୍ୟବସାୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ ପଦକ୍ଷେପ:ମୋଟ ବ୍ୟବସାୟିକ ଏଲପିଜି ଆବଣ୍ଟନକୁ ସଙ୍କଟ-ପୂର୍ବ ସ୍ତରର ପ୍ରାୟ ୭୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯେଉଁଥିରେ ୧୦% ସଂସ୍କାର-ଆଧାରିତ ଆବଣ୍ଟନ ସାମିଲ ରହିଛି।ଗତ ୪ ଦିନ ମଧ୍ୟରେ ପ୍ରାୟ ୧.୯୦ ଲକ୍ଷ – ୫ କିଲୋଗ୍ରାମ ବିଶିଷ୍ଟ ଏଫ୍ଟିଏଲ ସିଲିଣ୍ଡର ବିକ୍ରି ହୋଇଛି।୩ ଏପ୍ରିଲ ୨୦୨୬ ଠାରୁ, ପିଏସୟୁ ଓଏମସି ଗୁଡ଼ିକ ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ପ୍ରାୟ ୧୩, ୮୦୦ସଚେତନତା ଶିବିର ଆୟୋଜନ କରିଛନ୍ତି, ଯେଉଁଥିରେ ୮୦ ଲକ୍ଷରୁ ଅଧିକ – ୫ କିଲୋଗ୍ରାମ ଏଫ୍ଟିଲସିଲିଣ୍ଡର ମଧ୍ୟ ବିକ୍ରି ହୋଇଛି।ଗତକାଲି ପ୍ରାୟ ୯୪ଟି ଶିବିର ମାଧ୍ୟମରେ ପ୍ରାୟ ୨୨୨୯ ଟି ୫ କିଲୋଗ୍ରାମ ଏଫ୍ଟିଏଲ ସିଲିଣ୍ଡର ବିକ୍ରି ହୋଇଛି। ଆଓଓସିଏଲ୍, ଏଚପିସିଏଲ, ଏବଂ ବିପିସିଏଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କୁ ନେଇ ଗଠିତ ଏକ ତିନି ଜଣିଆ କମିଟି, ରାଜ୍ୟ କର୍ତ୍ତୃପକ୍ଷ ଏବଂ ଶିଳ୍ପ ସଂଗଠନଗୁଡ଼ିକ ସହିତ ପରାମର୍ଶ କରି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟବସାୟିକ ଏଲପିଜି ବିକ୍ରି ପାଇଁ ଯୋଜନାକୁ ଚୂଡ଼ାନ୍ତ କରନ୍ତି।ମେ-୨୬ ଠାରୁ, ମୋଟ ୧, ୦୮, ୭୫୩ ମେଟ୍ରିକ ଟନ୍ ବ୍ୟବସାୟିକ ଏଲପିଜି ବିକ୍ରି ହୋଇସାରିଛି।ଗତ ୪ ଦିନ ମଧ୍ୟରେ, ୨୫ ୨୦୪ ମେଟ୍ରିକ ଟନ୍ ବ୍ୟବସାୟିକ ଏଲପିଜି ବିକ୍ରି ହୋଇଛି।ଗତ ୪ ଦିନ ମଧ୍ୟରେ, ପିଏସୟୁ ଓଏମସିଗୁଡ଼ିକ ଦ୍ୱାରା ପ୍ରାୟ ୮୮୮ ମେଟ୍ରିକ ଟନ୍ ଅଟୋ ଏଲପିଜି ବିକ୍ରି ହୋଇଛି। ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ ପଦକ୍ଷେପପାଇପ ଯୋଗେ ଘରୋଇ ପ୍ରାକୃତିକ ଗ୍ୟାସ (ଡିପିଏନ୍ଜି) ଏବଂ ସିଏନଜି-ପରିବହନକୁ ୧୦୦% ଯୋଗାଣ ସହିତ ଗ୍ରାହକମାନଙ୍କୁ ଅଗ୍ରାଧିକାର ଦିଆଯାଇଛି।ସିଜିଡି ନେଟୱାର୍କ ମାଧ୍ୟମରେ ଯୋଗାଣ ସମେତ ଅନ୍ୟାନ୍ୟ ଶିଳ୍ପ ଏବଂ ବ୍ୟବସାୟିକ କ୍ଷେତ୍ରଗୁଡ଼ିକୁ ଗ୍ୟାସ ଯୋଗାଣ ୮୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ବ୍ୟବସାୟିକ ଏଲପିଜିର ଉପଲବ୍ଧତା ସମ୍ପର୍କିତ ଚିନ୍ତାଧାରାର ସମାଧାନ ପାଇଁ, ସିଜିଡି ସଂସ୍ଥାଗୁଡ଼ିକୁ ସେମାନଙ୍କ ଅଞ୍ଚଳରେ ଥିବା ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ୍ ଭଳି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ପିଏନ୍ଜି ସଂଯୋଗକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦିଆଯାଇଛି।ସିଜିଡି ନେଟୱାର୍କର ସମ୍ପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ଅନୁମୋଦନଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ କରାଯାଇଛି।ଭାରତ ସରକାର ୧୮ ମାର୍ଚ୍ଚରେ ପତ୍ର ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟବସାୟିକ ଏଲପିଜିର ଅତିରିକ୍ତ ୧୦% ଆବଣ୍ଟନର ପ୍ରସ୍ତାବ ଦେଇଛନ୍ତି, ସର୍ତ୍ତ ଏହା ଯେ ସେମାନେ ଏଲପିଜିରୁ ପିଏନଜିକୁ ଦୀର୍ଘକାଳୀନ ରୂପାନ୍ତରଣରେ ସହାୟତା କରିବେ।୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପିଏନ୍ଜି ସମ୍ପ୍ରସାରଣ ସଂସ୍କାର ସହିତ ଜଡ଼ିତ ଅତିରିକ୍ତ ବ୍ୟବସାୟିକ ଏଲପିଜି ଆବଣ୍ଟନ ଗ୍ରହଣ କରୁଛନ୍ତି।ଭାରତ ସରକାର ୨୪ ମାର୍ଚ୍ଚ ତାରିଖର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ‘ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଦ୍ରବ୍ୟ ବିତରଣ (ପାଇପଲାଇନ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗର ସ୍ଥାପନ, ନିର୍ମାଣ, ପରିଚାଳନା ଏବଂ ସମ୍ପ୍ରସାରଣ ମାଧ୍ୟମରେ) ଆଦେଶ, ୨୦୨୬’ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଦେଶ ସାରା ଦେଶରେ ପାଇପଲାଇନ ସ୍ଥାପନ ଓ ସମ୍ପ୍ରସାରଣ ପାଇଁ ଏକ ସରଳୀକୃତ ଏବଂ ସମୟବଦ୍ଧ ରୂପରେଖ ପ୍ରଦାନ କରେ, ଯାହା ଅନୁମୋଦନରେ ବିଳମ୍ବ ଏବଂ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରିବା ସହ ଆବାସିକ ଅଞ୍ଚଳ ସମେତ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିର ଦ୍ରୁତ ବିକାଶକୁ ସକ୍ଷମ କରିଥାଏ। ଏହା ପିଏନ୍ଜି ନେଟୱାର୍କର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ଶେଷ ସୀମା ପର୍ଯ୍ୟନ୍ତ ସଂଯୋଗୀକରଣକୁ ବୃଦ୍ଧି କରିବ ଏବଂ ସ୍ୱଚ୍ଛ ଇନ୍ଧନ ଆଡ଼କୁ ରୂପାନ୍ତରଣକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି, ଯାହାଦ୍ୱାରା ଶକ୍ତି ସୁରକ୍ଷା ସୁଦୃଢ଼ ହେବ ଏବଂ ଭାରତର ଗ୍ୟାସ-ଆଧାରିତ ଅର୍ଥନୀତି ଆଗକୁ ବଢ଼ିବ।ପିଏନଜିଆର୍ବି ପକ୍ଷରୁ ସିଜିଡି ସିଜିଡି ସଂସ୍ଥାଗୁଡ଼ିକୁ ଡି-ପିଏନ୍ଜି ସଂଯୋଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା, ପିଏନ୍ଜି ସମ୍ପ୍ରସାରଣର ଗତିକୁ ବଜାୟ ରଖିବା ପାଇଁ ‘ନ୍ୟାସନାଲ ପିଏନ୍ଜିଡ୍ରାଇଭ୍ ୨’ ର ଅବଧିକୁ ୩୦ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଏକ ସ୍ୱଚ୍ଛ, ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭରଶୀଳ ଶକ୍ତିର ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ, ଭାରତ ସରକାର ଏକ ମଡେଲ ଚିଠା ‘ରାଜ୍ୟ ସିବିଜି (ସମନ୍ୱିତ ବାୟୋ-ଗ୍ୟାସ) ନୀତି’ ପ୍ରସ୍ତୁତ କରିଛନ୍ତି। ଏହି ମଡେଲ ନୀତି ଏକ ବ୍ୟାପକ ତଥା ନମନୀୟ ମାର୍ଗଦର୍ଶକ ରୂପରେଖ ଭାବେ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ, ଯାହା ରାଜ୍ୟଗୁଡ଼ିକୁ ସିବିଜି ବିକାଶ ପାଇଁ ନିଜସ୍ୱ ପୁଞ୍ଜିନିବେଶକାରୀ-ଅନୁକୂଳ ଏବଂ କାର୍ଯ୍ୟାନ୍ୱୟନ-ଭିତ୍ତିକ ବାତାବରଣ ସୃଷ୍ଟି କରିବାରେ ସକ୍ଷମ କରିବ। ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଚୟନ କରିବେ, ସେମାନଙ୍କୁ ବ୍ୟବସାୟିକ ଏଲପିଜିର ପରବର୍ତ୍ତୀ କିସ୍ତିର ଅତିରିକ୍ତ ଆବଣ୍ଟନ ପାଇଁ ଅଗ୍ରାଧିକାର ଦିଆଯିବ।ମାର୍ଚ୍ଚ-୨୦୨୬ ଠାରୁ, ପ୍ରାୟ ୭.୩୭ ଲକ୍ଷ ପିଏନ୍ଜି ସଂଯୋଗକୁ ଗ୍ୟାସୀକରଣ କରାଯାଇଛି ଏବଂ ଅତିରିକ୍ତ ୨.୭୬ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି, ଯାହାଦ୍ୱାରା ମୋଟ ସଂଯୋଗ ସଂଖ୍ୟା ୧୦.୧୩ ଲକ୍ଷରେ ପହଞ୍ଚିଛି। ଏହା ବ୍ୟତୀତ, ନୂତନ ସଂଯୋଗ ପାଇଁ ପ୍ରାୟ ୭.୭୬ ଲକ୍ଷ ଗ୍ରାହକ ପଞ୍ଜୀକୃତ ହୋଇଛନ୍ତି।ମେ ୧୭ ସୁଦ୍ଧା ୫୮୧୦୦ ରୁ ଅଧିକ ପିଏନ୍ଜି ଗ୍ରାହକ MYPNGD.in ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଏଲପିଜି ସଂଯୋଗ ସମର୍ପଣ କରିଛନ୍ତି।ଅଶୋଧିତ ତୈଳ ସ୍ଥିତି ଏବଂ ସୋଧନାଗାର (ରିଫାଇନେରୀ) କାର୍ଯ୍ୟକଳାପପର୍ଯ୍ୟାପ୍ତ ଅଶୋଧିତ ତୈଳ (କ୍ରୁଡ୍) ମହଜୁଦ୍ ସହିତ ସମସ୍ତ ସୋଧନାଗାର ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି, ଏବଂ ଅନ୍ୟପଟେ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ବଜାୟ ରଖାଯାଉଛି।ଘରୋଇ ବ୍ୟବହାରକୁ ସମର୍ଥନ କରିବା ପାଇଁ ସୋଧନାଗାରଗୁଡ଼ିକରୁ ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଛି।ଘରୋଇ ବଜାର ପାଇଁ ପେଟ୍ରୋକେମିକାଲ୍ କଞ୍ଚାମାଲ (ଫିଡ୍ଷ୍ଟକ) ଯୋଗାଣର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏକ ଆନ୍ତର୍ମନ୍ତ୍ରଣାଳୟ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି। ପରବର୍ତ୍ତୀ ସମୟରେ, ଭାରତ ସରକାର ଏପ୍ରିଏ ୧ ତାରିଖର ନିର୍ଦ୍ଦେଶନାମା ମାଧ୍ୟମରେ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ସମେତ ତୈଳ ସୋଧନାଗାର କମ୍ପାନୀଗୁଡ଼ିକୁ ‘ସେଣ୍ଟର ଫର ହାଇ ଟେକ୍ନୋଲୋଜି’ (ସିଏଚଟି) ଦ୍ୱାରା ନିର୍ଦ୍ଧାରିତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ସର୍ବନିମ୍ନ ପରିମାଣର ସି୩ ଏବଂ ସି୪ ଷ୍ଟ୍ରିମ୍ ଉପଲବ୍ଧ କରାଇବାକୁ ଅନୁମତି ଦେଇଛନ୍ତି।ଫାର୍ମାସ୍ୟୁଟିକାଲ୍ସ ବିଭାଗ, ରସାୟନ ଏବଂ ପେଟ୍ରୋକେମିକାଲ୍ସ ବିଭାଗ ଏବଂ ଶିଳ୍ପ ଓ ଆନ୍ତରିକ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ପ୍ରାପ୍ତ ଅନୁରୋଧ ଆଧାରରେ, ଫାର୍ମା, କେମିକାଲ୍ ଏବଂ ପେଣ୍ଟ୍ କ୍ଷେତ୍ରର କମ୍ପାନୀଗୁଡ଼ିକ ପାଇଁ ଏଲପିଜି ପୁଲ୍ରୁ ପ୍ରତିଦିନ ୧୧୨୦ ମେଟ୍ରିକ ଟନର ବ୍ୟବସ୍ଥା କରାଯାଇଛି। ମେ ୧ ଠାରୁ, ମୁମ୍ବାଇ, କୋଚି, ଭାଇଜାଗ୍, ଚେନ୍ନାଇ, ମଥୁରା ଏବଂ ଗୁଜରାଟ ସୋଧନାଗାରଗୁଡ଼ିକ ଦ୍ୱାରା କେମିକାଲ୍, ଫାର୍ମା ଏବଂ ପେଣ୍ଟ୍ ଶିଳ୍ପକୁ ୮୭୩୦ ମେଟ୍ରିକ ଟନ୍ରୁ ଅଧିକ ସି୩, ସି ୪ ମଲିକ୍ୟୁଲ୍ସ (ଯେଉଁଥିରେ ପ୍ରୋପିଲିନ୍ ଏବଂ ବିଉଟିଲିନ୍ ସାମିଲ ଅଛି) ଏବଂ ୩୪୨୦ ମେଟ୍ରିକ ଟନ୍ରୁ ଅଧିକ ବିଉଟାଇଲ୍ ଆକ୍ରିଲେଟ୍ ବିକ୍ରି କରାଯାଇଛି।ଖୁଚୁରା ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟ ନିର୍ଦ୍ଧାରଣ ପଦକ୍ଷେପସାରା ଦେଶରେ ସମସ୍ତ ପେଟ୍ରୋଲ ପମ୍ପ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛନ୍ତି।ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ଅସ୍ୱାଭାବିକ ବୃଦ୍ଧି ଘଟିଛି। ଗ୍ରାହକମାନଙ୍କୁ ଏହି ପ୍ରଭାବରୁ ରକ୍ଷା କରିବା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ସ୍ପେଶାଲ ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ) ଲିଟର ପିଛା ୧୦ ଟଙ୍କା ହ୍ରାସ କରି ଏହି ବୋଝର ଏକ ଅଂଶ ନିଜେ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଭାରତ ସରକାର ମେ’ ୧୫ ତାରିଖର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଡିଜେଲ ଉପରୁ ରପ୍ତାନି ଶୁଳ୍କ ଲିଟର ପିଛା ୨୩ ଟଙ୍କାରୁ ୧୬.୫୦ ଟଙ୍କାକୁ ଏବଂ ଏଟିଏଫ୍ ବିମାନ ଇନ୍ଧନ ଉପରୁ ୩୩ ଟଙ୍କାରୁ ୧୬ ଟଙ୍କାକୁ ହ୍ରାସ କରିଛନ୍ତି। ଏହାଛଡ଼ା, ପେଟ୍ରୋଲ ଉପରେ ଲିଟର ପିଛା 3 ଟଙ୍କାର ରପ୍ତାନି ଶୁଳ୍କ ଲାଗୁ କରାଯାଇଛି।ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ମହଜୁଦ୍ ଉପଲବ୍ଧ ରହିଛି।ସାମୁଦ୍ରିକ ସୁରକ୍ଷା ଏବଂ ଜାହାଜ ଚଳାଚଳ କାର୍ଯ୍ୟକଳାପ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପାରସ୍ୟ ଉପସାଗରରେ ପ୍ରଚଳିତ ସାମୁଦ୍ରିକ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଛି, ଯେଉଁଥିରେ ଏହି ଅଞ୍ଚଳରେ ଭାରତୀୟ ଜାହାଜ ଏବଂ ନାବିକମାନଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି। ଏହା ସୂଚିତ କରାଯାଇଛି ଯେ:ଜାହାଜ ସମ୍ପର୍କିତ ସୂଚନା: ମାର୍ଶଲ ଆଇଲ୍ୟାଣ୍ଡର ପତାକାଧାରୀ ଏଲପିଜି ପରିବାହୀ ଜାହାଜ ‘ସିମି’ ୧୩ ମେ ୨୦୨୬ରେ ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷିତ ଭାବେ ଅତିକ୍ରମ କରିଥିଲା। ଭାରତ ପାଇଁ ୧୯୯୬୫ ମେଟ୍ରିକ ଟନ୍ ଏଲପିଜି କାର୍ଗୋ (ଗ୍ୟାସ) ଏବଂ ୨୧ ଜଣ ବିଦେଶୀ ନାବିକ ସଦସ୍ୟଙ୍କୁ ନେଇ ଆସିଥିବା ଏହି ଜାହାଜଟି ମେ ୧୬ ବିଳମ୍ବିତ ରାତିରେ କଣ୍ଡଲା ବନ୍ଦରରେ ପହଞ୍ଚିଥିଲା ଏବଂ ସେବେଠାରୁ ସମସ୍ତ କାର୍ଗୋ ଖଲାସ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛି।ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ନାବିକମାନଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟକଳାପ ସୁନିଶ୍ଚିତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ସାମୁଦ୍ରିକ ଅଂଶୀଦାରମାନଙ୍କ ସହିତ ସମନ୍ୱୟ ରକ୍ଷା ଜାରି ରଖିଛି।ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି, ଏବଂ ଗତ ୯୬ ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ କିମ୍ବା ଭାରତୀୟ ନାବିକ ଥିବା ବିଦେଶୀ ଜାହାଜ ସହିତ ଜଡ଼ିତ କୌଣସି ଅପ୍ରୀତିକର ସୂଚନା ମିଳିନାହିଁ।ଡିଜି ସିପିଂ କଣ୍ଟ୍ରୋଲ ରୁମ୍ ସକ୍ରିୟ ହେବା ପରଠାରୁ ୯୭୦୨ ଟି କଲ୍ ଏବଂ ୨୧,୩୧୨ ରୁ ଅଧିକ ଇମେଲ୍ ପରିଚାଳନା କରିଛି। ଗତ ୯୬ ଘଣ୍ଟା ମଧ୍ୟରେ ନାବିକ, ସେମାନଙ୍କ ପରିବାର ଏବଂ ସାମୁଦ୍ରିକ ଅଂଶୀଦାରମାନଙ୍କଠାରୁ ମୋଟ ୪୩୬ ଟି କଲ୍ ଏବଂ ୯୯୬ ଟି ଇମେଲ୍ ପ୍ରାପ୍ତ ହୋଇଛି।ମନ୍ତ୍ରଣାଳୟ, ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ମାଧ୍ୟମରେ ଉପସାଗରୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଗତ ୯୬ ଘଣ୍ଟା ମଧ୍ୟରେ ୬୧ ଜଣଙ୍କ ସମେତ ଏପର୍ଯ୍ୟନ୍ତ ୩୨୧୭ ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବାରେ ସହାୟତା କରିଛି।ଭାରତ ସାରା ବନ୍ଦର କାର୍ଯ୍ୟକଳାପ ସ୍ୱାଭାବିକ ରହିଛି ଏବଂ କୌଣସି ସ୍ଥାନରେ ଜାହାଜ ଚଳାଚଳରେ ଭିଡ଼ ହେବାର ସୂଚନା ନାହିଁ।ଏହି ଅଞ୍ଚଳରେ ଭାରତୀୟ ନାଗରିକମାନଙ୍କ ସୁରକ୍ଷା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉପସାଗରୀୟ ଏବଂ ପଶ୍ଚିମ ଏସିଆ ଅଞ୍ଚଳର ବିକାଶ ଉପରେ ନଜର ରଖିବା ଜାରି ରଖିଛି, ଯେଉଁଥିରେ ଏହି ଅଞ୍ଚଳରେ ଥିବା ଭାରତୀୟ ସମୁଦାୟର ସୁରକ୍ଷା, ନିରାପତ୍ତା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହା ସୂଚିତ କରାଯାଇଛି ଯେ:ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଆଦାନପ୍ରଦାନ ଏବଂ ପ୍ରୟାସଗୁଡ଼ିକର ସଠିକ୍ ସମନ୍ୱୟ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ରହିଛି।ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାରର ପ୍ରଶ୍ନର ଉତ୍ତର ଦେବା ପାଇଁ ମନ୍ତ୍ରଣାଳୟରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି।ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସଗୁଡ଼ିକ ସମୟୋଚିତ ସହାୟତା ପ୍ରଦାନ କରିବା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ କାର୍ଯ୍ୟକାରୀ କରୁଛନ୍ତି ଏବଂ ଆମ ନାଗରିକମାନଙ୍କୁ ସକ୍ରିୟ ଭାବେ ସହାୟତା କରୁଛନ୍ତି। ସେମାନେ ସ୍ଥାନୀୟ ସରକାରଗୁଡ଼ିକ ସହିତ ମଧ୍ୟ ନିବିଡ଼ ଯୋଗାଯୋଗରେ ଅଛନ୍ତି।ସ୍ଥାନୀୟ ସରକାରଙ୍କ ମାର୍ଗଦର୍ଶିକା, ବିମାନ ଚଳାଚଳ ଏବଂ ଯାତ୍ରା ସ୍ଥିତି, ଦୂତାବାସ ସମ୍ବନ୍ଧୀୟ (କନସୁଲାର) ସେବା ଏବଂ ସମୁଦାୟ ପାଇଁ ନିଆଯାଉଥିବା ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କିତ ସୂଚନା ସହିତ ବିଭିନ୍ନ ସତର୍କ ସୂଚନା କରାଯାଉଛି।ଭାରତୀୟ ମିଶନଗୁଡ଼ିକ ସେଠାରେ ରହୁଥିବା ଭାରତୀୟ ସମୁଦାୟ ସହିତ ସକ୍ରିୟ ଭାବେ ଜଡ଼ିତ ଅଛନ୍ତି। ସେମାନଙ୍କ ଚିନ୍ତାଧାରାର ସମାଧାନ ପାଇଁ ସେମାନେ ଭାରତୀୟ ସମୁଦାୟର ସଂଘ, ସଂଗଠନ, ପେସାଦାର ଗୋଷ୍ଠୀ ଏବଂ ଭାରତୀୟ କମ୍ପାନୀଗୁଡ଼ିକ ସହିତ ନିୟମିତ ଆଲୋଚନା କରୁଛନ୍ତି।ସରକାର ଏହି ଅଞ୍ଚଳରେ ଥିବା ଭାରତୀୟ ନାବିକମାନଙ୍କ କଲ୍ୟାଣକୁ ସର୍ବୋଚ୍ଚ ଅଗ୍ରାଧିକାର ଦେଉଛନ୍ତି। ଭାରତୀୟ ମିଶନଗୁଡ଼ିକ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି, ଯେଉଁଥିରେ ସ୍ଥାନୀୟ କର୍ତ୍ତୃପକ୍ଷ ଓ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା କରିବା, ଦୂତାବାସ ସମ୍ବନ୍ଧୀୟ ସହାୟତା ବଢ଼ାଇବା ଏବଂ ଭାରତ ଫେରିବା ପାଇଁ ଅନୁରୋଧ କରୁଥିବା ବ୍ୟକ୍ତିଙ୍କୁ ସହାୟତା କରିବା ସାମିଲ ଅଛି।ଏହି ଅଞ୍ଚଳରୁ ଭାରତର ବିଭିନ୍ନ ସ୍ଥାନକୁ ଅତିରିକ୍ତ ବିମାନ ଚଳାଚଳ ସହିତ ସାମଗ୍ରିକ ବିମାନ ସେବା ସ୍ଥିତିରେ ସୁଧାର ଜାରି ରହିଛି।ୟୁଏଇ ଆକାଶମାର୍ଗ ଖୋଲା ଅଛି। ଭାରତୀୟ ଏବଂ ୟୁଏଇ ବିମାନ ସଂସ୍ଥାଗୁଡ଼ିକ ୟୁଏଇରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛନ୍ତି।ସୌଦି ଆରବ ଏବଂ ଓମାନର ବିଭିନ୍ନ ବିମାନ ବନ୍ଦରରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ ଜାରି ରହିଛି।କତାର ଆକାଶମାର୍ଗ ଆଂଶିକ ଭାବେ ଖୋଲା ଅଛି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଇଣ୍ଡିଗୋ ଏବଂ କତାର ଏୟାରୱେଜ୍ କତାରରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛନ୍ତି।କୁୱେତ ଆକାଶମାର୍ଗ ଖୋଲା ଅଛି। ଜଜିରା ଏୟାରୱେଜ୍ ଏବଂ କୁୱେତ ଏୟାରୱେଜ୍ କୁୱେତରୁ ଭାରତକୁ ବିମାନ ଚଳାଚଳ କରୁଛନ୍ତି।ବହରିନ ଆକାଶମାର୍ଗ ଖୋଲା ଅଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଇଣ୍ଡିଗୋ ଏବଂ ଗଲ୍ଫ ଏୟାର ବହରିନରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛନ୍ତି।ଇରାକ ଆକାଶମାର୍ଗ ଖୋଲା ଅଛି ଏବଂ ଏହି ଅଞ୍ଚଳର ଅନ୍ୟ ସ୍ଥାନଗୁଡ଼ିକୁ ସୀମିତ ବିମାନ ଚଳାଚଳ ହେଉଛି, ଯାହାକୁ ଭାରତ ଯାତ୍ରା କରିବା ପାଇଁ ବ୍ୟବହାର କରାଯାଇପାରିବ।ଇରାନ ଆକାଶମାର୍ଗ ଆଂଶିକ ଭାବେ ଖୋଲା ଅଛି। ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କୁ ଇରାନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି ଏବଂ ଯେଉଁମାନେ ପୂର୍ବରୁ ସେଠାରେ ଅଛନ୍ତି ସେମାନଙ୍କୁ ଭାରତୀୟ ଦୂତାବାସର ସହାୟତାରେ ସେହି ସ୍ଥାନ ଛାଡ଼ିବାକୁ ଅନୁରୋଧ କରିଛି। ଏପର୍ଯ୍ୟନ୍ତ, ତେହେରାନ ସ୍ଥିତ ଭାରତୀୟ ଦୂତାବାସ ସ୍ଥଳସୀମା ମାର୍ଗ ମାଧ୍ୟମରେ ଇରାନରୁ ୨୫୫୧ ଜଣ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିଛି।ଇସ୍ରାଏଲ ଆକାଶମାର୍ଗ ଖୋଲା ଅଛି ଏବଂ ଏହି ଅଞ୍ଚଳର ଅନ୍ୟ ସ୍ଥାନଗୁଡ଼ିକୁ ସୀମିତ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଛି, ଯାହାକୁ ଭାରତ ଯାତ୍ରା କରିବା ପାଇଁ ବ୍ୟବହାର କରାଯାଇପାରିବ।
