ଟିକିତାରାର ୨୦୧ତମଦେଖିଲେଖ ପ୍ରତିଯୋଗିତା
ପୁରୀ: ୯/୧୦: ଦତ୍ତତୋଟା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପଞ୍ଚମ ଶ୍ରେଣୀର ସୈ।ମ୍ୟାଶ୍ରୀ ସାହୁ, ଐଶ୍ୱର୍ଯ୍ୟା କାନୁନଗୋ, ଷଷ୍ଠ ଶ୍ରେଣୀର ସୋନାଲୀ ବିଶୋଇ, ପ୍ରିୟାଂଶ୍ରୀ ସାହୁ ଓ ଶୁଭଲକ୍ଷ୍ମୀ ପ୍ରଧାନ, ସପ୍ତମ ଶ୍ରେଣୀର ଇପ୍ସିତା ଦାସ, ସର୍ବେଶ୍ଵର ବେହେରା ଓ ଶୁଭଶ୍ରୀ ନାୟକ, ଅଷ୍ଟମ ଶ୍ରେଣୀର ଇପ୍ସିତା ଦାଶ, ଦୀପ୍ତିମୟୀ ନାୟକ ଓ ସୁସଙ୍ଗୀତା ମିଶ୍ର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ନମିତା ବେହେରାଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜ କିଶୋର ସାହୁ, ରାଧାଶ୍ୟାମ ପଟ୍ଟନାୟକ, ବୀଣାପାଣି ସ୍ୱାଇଁ , କଳ୍ପନା ସାହୁ, କଳ୍ପନା ନାୟକ ପରିଚାଳନା କରିଥିଲେ। ସଂପାଦକ ବିପିନ ବିହାରୀ ଦଳାଇ, ସଭାପତି ଅଜୟ କୁମାର ପଣ୍ଡା ଏବଂ ମୁଖ୍ୟ ଅତିଥି ପିଲାମାନଙ୍କୁ ଲେଖିବା ଶୈଳୀ ବିଷୟରେ ବୁଝାଇଥିଲେ।।
