ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ରେ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ସହ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ୟାସନଗର; ୧୪/୦୮(ନି ପ୍ର ) : ବ୍ୟାସନଗର କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ଠାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ସହ ଓ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପୋଷ୍ଟର ଦ୍ଵାରା ଦେଶ ପ୍ରେମର ଜୀବନ୍ତ ପ୍ରତିମା କୁ ଉଜାଗର କରିଛନ୍ତି।ପୋଷ୍ଟର ମାଧ୍ୟମରେ ଦେଶ ବିଭାଜନ ପାଇଁ ପ୍ରାଣବଳି ଦେଇଥିବା ଲୋକମାନଙ୍କ ଉଦ୍ଦେଶ୍ୟ ରେ ଚିତ୍ର ସହ ବିଭିନ୍ନ ଲେଖା ପ୍ରସ୍ତୁତ କରିଥିଲେ। ବିଭାଜନ ବିଭୀଷିକା ସ୍ମୃତି ଦିବସ ହେଉଛି ଦେଶ ବିଭାଜନ ପାଇଁ ପ୍ରାଣବଳି ଦେଇଥିବା ଲୋକମାନଙ୍କୁ ଦେଶବାସୀ ଶ୍ରଦ୍ଧାପୂର୍ବକ ସ୍ମରଣ କରିବା ପାଇ ଏକ ଅବସର ।ଆଜିର ଦିନ ବିଭାଜନର ଶିକାର ହୋଇ କଷ୍ଟ ସହିଥିବା ଲୋକଙ୍କର ସଂଘର୍ଷକୁ ମନେ ପକାଇଥାଏ । ଅଗଷ୍ଟ ୧୪ ତାରିଖ ହେଉଛି ଏକ ତାରିଖ ଯାହା ଦେଶର ଇତିହାସ କେବେବି ଭୁଲି ପାରିବ ନାହିଁ । ଏହି ଦିନ, ଧାର୍ମିକ ଏବଂ ଘୃଣା ମାନସିକତା ଭାରତର ଦୁଃଖଦ ବିଭାଜନ ଘଟାଇଥିଲା । ଯାହାର ଫଳସ୍ୱରୂପ ଅସଂଖ୍ୟ ଦେଶବାସୀ ନିର୍ଯାତନା ସହିଥିଲେ ଏବଂ ନିଜର ପ୍ରାଣ ହରାଇଥିଲେ।ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ହଜାରରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ବିଦ୍ୟାଳୟ ତରଫରୁ ଆୟୋଜିତ ରାଲି ରେ ଭାଗ ନେଇଥିବା ବେଳେ ବ୍ୟାସନଗର ମୁନ୍ସିପାଲଟି ତରଫରୁ ଆୟୋଜିତ ରାଲିରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ହାତରେ ପତାକା ଧରି ଭାଗ ନେଇଥିଲେ। ପିଲାଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଥିଲା।ଏଥି ସହ ଚିତ୍ରାଙ୍କନ ପ୍ରତିଯୋଗିତା, ରଙ୍ଗୋଲି ପ୍ରତିଯୋଗିତା , କୁଇଜ୍ ପ୍ରତିଯୋଗିତା, ତ୍ରିରଙ୍ଗା ମେଳା,ଭାଷଣ ପ୍ରତିଯୋଗିତା, ନିବନ୍ଧ ଲେଖନ ପ୍ରତିଯୋଗିତା, ବନ୍ଦେ ମାତରମ ଗାନ ଆଦିର ଆୟୋଜନ କରାଯାଇଥିଲା, ପିଲା ମାନେ ତ୍ରିରଙ୍ଗା ସେଲ୍ଫି ଫୋଟୋ ନେବାର ଆନନ୍ଦ ଉଠାଇ ଥିଲେ।ବିଦ୍ୟାଳୟ ପରିସର ସହ ଆଖ ପାଖ ତ୍ରିରଙ୍ଗା ରେ ସଜ୍ଜିତ କରାଯାଇଥିଲା। ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ନାଗରିକଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ,ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ବଲବିର ସିଂ ,ବିଜ୍ଞାନ ଅଧ୍ୟାପକ ସତ୍ୟ ନାରାୟଣ ପଣ୍ଡା , ବିଶ୍ୱଜିତ୍ ପଣ୍ଡା,ତୁଷାର କାନ୍ତ ଶତପଥୀ,ପ୍ରମିଳା ବେହୁରା, ସୁଭଦ୍ରା ମହାନ୍ତି,ତନିଶା ନାୟକ, ଚିନ୍ମୟୀ ପ୍ରଧାନ, ଭାଷା ବିଦ୍ୟାନି ପାଢ଼ୀ,ସୋନିଆ ରାଉତ,ମ୍ୟୁଜିକ ଶିକ୍ଷକ ଓମ ପ୍ରକାଶ କର,ଉଦୟ କୁମାର ଓଝା ଓ ଅରୁଣ କୁମାର ଜେନା,ମଦନ ମୋହନ ମଲ୍ଲିକ,ବିଶ୍ବରଂଜନ ଦିୱେଦି, ସୁଭାଶିଷ ପତି,ଶିବରାଜ ରାଉତ,ସନ୍ତୋଷ ନାୟକ,ଅନିନ୍ଦିତା ବେହୁରା , କାଳୀ ଚରଣ ବାସ୍କେ, ସନ୍ଧ୍ୟାରାଣୀ ମାରାଣ୍ଡି, ମୌସୁମୀ,ସରସ୍ୱତୀ ,ପ୍ରଶାନ୍ତ ରଣା ଓ ଜଗନ୍ନାଥ।ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ବିଦ୍ୟାଧର ପରିଡ଼ା ଓ ଦୀପକ ରଞ୍ଜନ ପାଣିଗ୍ରାହୀ।
