ଆଧ୍ୟାତ୍ମିକ ପରିବେଶରେ କବିତା ର ଶୀର୍ଷକ

ଆଧ୍ୟାତ୍ମିକ ପରିବେଶରେ କବିତା ର ଶୀର୍ଷକ -କବିବର ଜୟଦେବ
କବି – ପ୍ରକୃତି ବନ୍ଧୁ ହରିହର ସାହୁ, ଢେଙ୍କାନାଳ
ପିତା ଭୋଜଦେବ ମାତା ବାମାଦେବୀ କୋଳ ମଣ୍ଡନ କରିଣ
ବ୍ରାହ୍ମଣ କୁଳରେ ଜନମ ଲଭିଲ
ଅଟଇ ତୁମେ କୁଳିନ।
ଖୋର୍ଦ୍ଧା ଜିଲ୍ଲାକୁ ‌ଗର୍ବିତ କରିଛ
ଜନମିଛ ତୁମେ କବି
ପ୍ରାଚୀ ନଦୀ କୂଳେ
କେନ୍ଦୁବିଲ୍ବ ଗ୍ରାମ
ଉଦୟ ହୋଇଛି ରବି।
ଓଡ଼ିଆ ଅସ୍ମିତା ଓଡ଼ିଆ ସଂସ୍କୃତି
ଓଡ଼ିଆ ଭାଷା ର‌ ‌ପାଇ
କାବ୍ୟ କବିତା ରେ ଗ୍ରନ୍ଥ ରଚିଲେ ଯେ
ଅପରୂପ ଶୋଭା ନେଇ।
ଶ୍ରୀ ଗୀତଗୋବିନ୍ଦ ‌ଜଗନ୍ନାଥ ପ୍ରିୟ
କାବ୍ୟ କୁ ରଚନା କରି
ଏହି କାବ୍ୟ ଶୁଣି ଖୁସି ରେ ଶୁଅନ୍ତି
ବିଶ୍ବ ନିୟନ୍ତକ ହରି।
ବିଭବ ସମ୍ପଦ ଭରପୁର ଥିଲା
ଗର୍ବିତ ନ ଥିଲ‌ କବି
ପ୍ରଭୁ ଙ୍କ ନିକଟେ ସମର୍ପିତ ହୋଇ
ଭାବରେ ବାନ୍ଧିଲ ଛବି।
ତୁମ ବିଭବ କୁ ସହିନପାରିଣ
କିଛି ଦସ୍ୟୁଗଣ ଆସି
ହାତ ଗୋଡ ବାନ୍ଧି ଜଙ୍ଗଲ କୂପରେ
ପଳାଇ ଗଲେ ଯେ ଖସି।
ଜଗନ୍ନାଥ ସଙ୍ଗେ ‌ପ୍ରଭୁ ବଳରାମ
ଦସ୍ୟୁ ମାନଙ୍କୁ ଭେଟିଲେ
ସାଧୁସନ୍ଥଙ୍କ ଜୀବନ କାହାଣୀ
ଆଗରେ ପରଖି ଗଲେ।
ସାଧୁସନ୍ଥଙ୍କ ଜୀବନ କାହାଣୀ
ଦସ୍ୟୁ ମାନେ ଶୁଣି କରି
କ୍ଷମା ପ୍ରାର୍ଥନା ଯେ ମାଗିଲେ ସାଧୁ ଙ୍କୁ
ହୃଦୟେ ଭକତି ଭରି
ଗୀତ ଗୋବିନ୍ଦ ଯେ ଅମୂଲ୍ୟ କାବ୍ୟ
କର୍ଣ୍ଣ‌ କୁ ପବିତ୍ର କରେ
ଏ ଗୀତ ଯାହାର ହୃଦୟ ରେ ଥାଏ
ଜୟଦେବ ଙ୍କୁ ସେ ସ୍ମରେ।
ଶ୍ରୀ ଜଗନ୍ନାଥ ଙ୍କ ଭକ୍ତିରେ ନିମଜି
ପୁରୀ କୁ କଲେ ଗମନ
ଏକ ବୃକ୍ଷ ତଳେ
ଧ୍ୟାନ ଯୋଗ ନେଇ
ପ୍ରଭୁ ଙ୍କୁ କଲେ ସ୍ମରଣ।
ଗୀତ ଗୋବିନ୍ଦ ଯେ ଅମୂଲ୍ୟ ସମ୍ପଦ
ପ୍ରଭୁ ଙ୍କ‌ ପାଇଁ ଅର୍ପିତ
ଭକ୍ତି ରସାମୃତ ରହିଛି ଗୀତ ରେ
ଗୀତ ଗୋବିନ୍ଦ ନାମିତ।
ଭକତ ଭାବରେ ପ୍ରଭୁ ଙ୍କ ପାଖରେ
ରସାମୃତ ଗୀତ ଗାଇ
ଆତ୍ମ ସମର୍ପଣ ଏହା ମାଧ୍ୟମରେ
ପାଆନ୍ତି ପ୍ରଭୁ ଗୋସାଇଁ।
(ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ)

Leave a Reply

Your email address will not be published. Required fields are marked *