ପୁରୀ ରେ ପର୍ଯ୍ୟଟକଙ୍କୁ ଉତ୍ତମ ସୁରକ୍ଷା ଓ ଆତିଥ୍ୟତା ମିଳୁ
ପୁରୀର ପ୍ରତ୍ୟେକ ହୋଟେଲରେ ପର୍ଯ୍ୟଟକଙ୍କୁ ଉତ୍ତମ ସୁରକ୍ଷା ଓ ଆତିଥ୍ୟତା ମିଳୁ ।ପ୍ରତ୍ୟେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକଙ୍କ ଯେକୌଣସି ପ୍ରକାର ଅଭିଯୋଗ ପାଇଁ କଂପ୍ଲେନ୍ ବକ୍ସ ରହୁ ।ଏଥିସହ ହୋଟେଲରେ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଉ ବୋଲି ଦୃଢ଼ ଦାବୀ କରିଛି ବିଜୁ ମହିଳା ଜନତା ଦଳ । କର୍ଣ୍ଣାଟକ ମହୀଶୂରର ପର୍ଯ୍ୟଟକଙ୍କୁ ହୋଟେଲରେ ମାଡ ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୁରୀ ଏସପିଙ୍କୁ ବିଜେଡି ମହିଳା ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଭେଟିବା ସହ ଦାବୀ ପତ୍ର ପ୍ରଦାନ କରିଛି।୭ ମାସର ଗର୍ଭବତୀ ମହିଳା ପର୍ଯ୍ୟଟକଙ୍କୁ ଯେଉଁଭଳି ମାଡ଼ ମରାଯାଇଅଛି ତାହାକୁ ନେଇ କଡା ପଦକ୍ଷେପ ଗ୍ରହଣ ପାଇଁ ଦାବୀ କରାଯାଇଛି। ରାଜ୍ୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସମେତ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ରରେ ମଧ୍ୟ ଅନେକ ଘଟଣା ଘଟିଛି।ପର୍ଯ୍ୟଟକ ସୁରକ୍ଷିତ ମନେ କରୁନାହାନ୍ତି ।ପୁରୀରେ ଏହି ଘଟଣା ପରେ ସେ ପୁରୀ ନ ଆସିବା ପାଇଁ ମଧ୍ୟ କହିଥିଲେ ।ଏହି ଘଟଣା ସବୁ ମହିଳାଙ୍କୁ ମର୍ମାହତ କରୁଛି ଏତେ ସବୁ ଘଟଣା ପରେ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଚୁପ ବସିଛନ୍ତି। ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କ ସମେତ ବରିଷ୍ଠ ବିଜେଡି ମହିଳା ନେତ୍ରୀ ସେହ୍ନାଗିନୀ ଛୁରିଆ,ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ,ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଓ ବହୁ ବିଜେଡି ମହିଳା ଏସ୍ପିଙ୍କୁ ଭେଟି ଆଲୋଚନା କରିବା ସହ ମହିଳା ସୁରକ୍ଷା ନେଇ ଦାବୀ ଉଠାଇଥିଲେ।
